Odisha-SI-Exam-Scam-Big-Update Photograph: (OTV)
କିଏ ଏହି ଶଙ୍କର ପୃଷ୍ଟି ? କ’ଣ ରହିଛି ଶଙ୍କରର ଇତିହାସ ? କେମିତି ବିସ୍ତାର କରିଥିଲା କୋଚିଂ ସେଣ୍ଟରର କଳା ସାମ୍ରାଜ୍ୟ ? ସରକାରୀ ଚାକିରି ତା’ ପାଇଁ କେମିତି ହେଲା କଞ୍ଚାମାଲ୍ ? ଏସବୁ ଗୁମର ଏବେ ଖୋଲିବାରେ ଲାଗିଛି । ପୋଲିସ୍ SI ନିଯୁକ୍ତି କେଳେଙ୍କାରୀରେ ହଜାରେ କୋଟିର ଡିଲ୍ ଥିବା ନିଜେ ଶଙ୍କର ସ୍ବୀକାର କରିଛି । ପୂର୍ବ ସରକାରଙ୍କ ନାଁ ନେଇ କିଛି କହୁକହୁ ଅଟକି ଯାଇଛି ।
ଶଙ୍କର ନକହିନକହି ଯେମିତି ପିକ୍ଚର ଆସିବା ପୂର୍ବରୁ ଟ୍ରେଲରଟିଏ ମିଡିଆକୁ ଫିଙ୍ଗିଦେଇଛନ୍ତି । ବିଜେଡି ନେତାଙ୍କ ନାଁକୁ ଲୁଚାଇ ରଖି ୧୧୪ ପରୀକ୍ଷାର୍ଥୀଙ୍କ ଜନ୍ମ କୁଣ୍ଡଳି ଖୋଜିବାକୁ କହିଛନ୍ତି ।
ପଞ୍ଚ୍ ସଫ୍ଟ୍ କମ୍ପାନୀର ମୁଖ୍ୟ ଥିଲା ଗଂଜାମର ଶଙ୍କର ପୃଷ୍ଟି । ଘର ଗଞ୍ଜାମର ଶେରଗଡ଼ ବ୍ଳଗ ବ୍ରାହ୍ମଣ ଛାଇ ଗାଁରେ । ପୂର୍ବ ସରକାରର ପ୍ରୋତ୍ସାହନରେ ଶଙ୍କର ନିଜ କଳାକାରନାମାକୁ ବିସ୍ତାର କରିଥିଲା । ଜାଲ୍ ସାର୍ଟିଫିକେଟ୍ ଠୁ ଜାଲ୍ ଚାକିରି କରାଦେବାରେ ମାହିର ଥିଲା ଶଙ୍କର ପୃଷ୍ଟି । ତା’ ବଦଳରେ ପାଉଥିଲା ପୁଳାପୁଳା ଟଙ୍କା । ଆଉ ବଢ଼ାଉଥିଲା ନିଜ ସମ୍ପତ୍ତିର ତାଲିକା । ହେଲେ ପୋଲିସ୍ SI ସ୍କାମ ତା’ର ସବୁ ଚାଲକୁ ନଷ୍ଟ କରିଦେଇଛି । ଶଙ୍କରକୁ ମିଶାଇ ମୋଟ ୧୦ଜଣ ଦଲାଲ ଗିରଫ ହୋଇଛନ୍ତି । କିନ୍ତୁ ୯ ଦଲାଲ ଏବେ ଜେଲରେ । କିନ୍ତୁ ଏବେ ଶଙ୍କର ମିଡ଼ିଆ ଆଗରେ କହିଥିବା ହଜାରେ କୋଟିର ଡିଲ୍ ଏବଂ ପୂର୍ବ ସରକରର ନାଁ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଆଉ ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେଡି ଓ ବିଜେପି ।
ଶଙ୍କର ବିରୋଧରେ ଲାଗିଛି BNSର ୩୧୯ (୨), ୩୧୮ (୪), ୩୩୮/ ୩୩୬ (୩), ୩୪୦ (୨), ୧୧୧/୬୧ (୨)/ ୩ (୫) । ସେହିପରି ଓଡ଼ିଶା ପବ୍ଲିକ ଏକଜାମିନେସନ ଆକ୍ଟର ସେକ୍ସନ ୧୧(୧) / ୧୨ (୧)ରେ ମାମଲା ରୁଜୁ ହୋଇଛି । ସେପଟେ ଏହି ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିବିଆଇକୁ ନିର୍ଦ୍ଦେଶ ଦେଇସାରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/02/odisha-si-exam-scam-big-update-2025-11-02-20-27-22.jpg)