Advertisment

Head Recovered: ନଈକୂଳରେ ପଡିଥିଲା ମୁଣ୍ଡ...ଶାନ୍ତ ପଡିଲା ମାଲକାନଗିରି

ମୁଣ୍ଡ ପାଇଁ ମହାଭାରତ । ୧୦ ଦିନ ହେଲାଣି ମାଲକାନଗିରି ପୋଲିସ, ପ୍ରଶାସନର ନିଦ ହଜାଇଥିଲା କଟା ମୁଣ୍ଡ । ଖାଲି ଜିଲ୍ଲା ନୁହେଁ ସାରା ରାଜ୍ୟରେ ଖେଳାଇଥିଲା ହଇଚଇ । ମାଲକାନଗିରିରୁ ନେଇ ବିଧାନସଭାରେ ପହଞ୍ଚିଥିଲା ମୁଣ୍ଡ ତାତି ।

MALKANGIR-VIOLENCE-HEAD-FOUND

MALKANGIR-VIOLENCE-HEAD-FOUND Photograph: (OTV)

Advertisment

ମିଳିଲା ମୁଣ୍ଡ, ଶାନ୍ତ ପଡିଲା ମାଲକାନଗିରି । ୬ ଦିନ ପରେ କଟା ମୁଣ୍ଡର ସନ୍ଧାନ ପାଇଲା ପୋଲିସ । ନଈକୂଳରେ ପଡିଥିଲା ମୁଣ୍ଡ...

Advertisment

ମୁଣ୍ଡ ପାଇଁ ମହାଭାରତ । ୧୦ ଦିନ ହେଲାଣି ମାଲକାନଗିରି ପୋଲିସ, ପ୍ରଶାସନର ନିଦ ହଜାଇଥିଲା କଟା ମୁଣ୍ଡ । ଖାଲି ଜିଲ୍ଲା ନୁହେଁ ସାରା ରାଜ୍ୟରେ ଖେଳାଇଥିଲା ହଇଚଇ । ମାଲକାନଗିରିରୁ ନେଇ ବିଧାନସଭାରେ ପହଞ୍ଚିଥିଲା ମୁଣ୍ଡ ତାତି । ଶେଷରେ ଆଜି କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ଲାକେ ପଡିଆମିଙ୍କ ମୁଣ୍ଡ ଜବତ କରିଛି ପୋଲିସ । ମୃତଦେହ ଠାରୁ ପ୍ରାୟ ୪୦ କିମି ଦୂର ଏହି ସ୍ଥାନରୁ ମିଳିଛି କଟା ମୁଣ୍ଡ । ସକାଳେ କିଛି ଲୋକେ ନଈକୁ ଗାଧୋଇବାକୁ ଯାଇଥିବାବେଳେ କଟା ମୁଣ୍ଡ ଦେଖି ପୋଲିସକୁ ଖବର ଦେଇଥିଲେ । ହେଲେ ଏବେ ବି ପ୍ରଶ୍ନ, ଲାକେ ପଡିଆମୀଙ୍କୁ ମାରିଲା କିଏ ? ନଈକୂଳରେ କିଏ ଲୁଚାଇଥିଲା ମୁଣ୍ଡ ? କିଏ ସେ ଜଘନ୍ୟ ହତ୍ୟାକାରୀ ?  ତାହା ଏ ଯାଏଁ ବି ଅସ୍ପଷ୍ଟ । ଘଟଣାର ତଦନ୍ତ କରି ଦୋଷୀକୁ ଧରିବାକୁ ଦାବି କରିଆସୁଛନ୍ତି ରାଖେଲଗୁଡାବାସୀ । 

ଗତ ୪ ତାରିଖ ଦିନ ଡୁଡାମେଟା ନଦୀକୂଳରୁ ରାଖେଲଗୁଡା ଗାଁର ଲାକେ ପଡିଆମୀଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ହେଲେ ମିଳିନଥିଲା କଟା ମୁଣ୍ଡ । ପୋଲିସ ସହ ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ଲାଗିପଡିଥିଲେ ମୁଣ୍ଡ ଖୋଜାରେ । ଏହି ହତ୍ୟାକାଣ୍ଡକୁ ନେଇ ରାଖେଲଗୁଡା ଓ ଏମଭି-୨୬ ଗାଁରେ ମଧ୍ୟରେ ଘଟିଥିଲା ବିବାଦ ।  ଏମଭି-୨୬ ଗାଁରେ ଭୟଙ୍କର ଲଙ୍କାକାଣ୍ଡ ଘଟାଇଥିଲେ ରାଖେଲଗୁଡା ଗ୍ରାମବାସୀ । ହାତ ହତିୟାର, ଅସ୍ତ୍ରଶସ୍ତ୍ର ଧରି ମାଡି ଆସିଥିଲେ ଶହ ଶହ ଲୋକେ । ନିଆଁ ଲଗାଇ ୫୦ରୁ ଅଧିକ ଘରଦ୍ୱାର ଓ ଦୋକାନ ଜାଳି ଦେଇଥିଲେ । ଛାରଖାର୍ କରିଦେଇଥିଲେ ପୂରା ଗାଁକୁ । 

Advertisment

ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପୋଲିସ ଫୋର୍ସ ଓ ବିଏସଏଫ ଯବାନ ଗାଁରେ ପହଞ୍ଚିଥିଲେ । ହେଲେ ପରିସ୍ଥିତି ଶାନ୍ତ ପଡିନଥିଲା । ଏମିତିକି ଏମଭି-୨୬ ଗାଁର ଅନେକ ଲୋକ ଭୟରେ ଗାଁ ଛାଡିଥିଲେ ।  

ଶେଷରେ ଦୁଇ ଗାଁ ମଧ୍ୟରେ ଶାନ୍ତି ବୈଠକ ପରେ ବର୍ତ୍ତମାନ ସ୍ବାଭାବିକ ହେଉଛି ସ୍ଥିତି । ଗତ ୨୪ ଘଣ୍ଟାରେ ଆଉ କୌଣସି ପ୍ରକାରର ଅପ୍ରୀତିକର ସ୍ଥିତି ଉପୁଜିନାହିଁ । ଡିଆଇଜି ଓ ଏସପିଙ୍କ ଉପସ୍ଥିତିରେ ଶାନ୍ତି ଫେରାଇବାକୁ ଦୁଇ ଗାଁ ସହମତି ହୋଇଛନ୍ତି । ହେଲେ ଏବେ ବି ସାରା ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ