vigilance Photograph: (OTV)
ଭିଜିଲାନ୍ସ ଜାଲରେ ପଡିଛନ୍ତି SCB ଆସୋସିଏଟ ପ୍ରଫେସର ଡା. ସନାତନ ବେହେରା । ହେପାଟୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଅଛନ୍ତି ଡା. ସନାତନ ବେହେରା । ସେ ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲା ବେଳେ ମାଡ଼ିବସିଲା ଭିଜିଲାନ୍ସ ।
ସ୍କୁଟରରୁ ଜବତ ହେଲା ଲାଞ୍ଚ ଟଙ୍କା
ହେପାଟୋଲୋଜି ବିଭାଗକୁ ସାମଗ୍ରୀ ଯୋଗାଣ ପାଇଁ ବିଡର୍ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ସରକାରୀ କ୍ବାର୍ଟର୍ସକୁ ସ୍କୁଟରରେ ଟଙ୍କା ନେଇ ଗଲା ବେଳେ ଧରାପଡ଼ିଲେ । କାଠଗୋଲା ସାହି-ମେଡିକାଲ୍ ରୋଡ୍ ରେ କାବୁ କଲା ଭିଜିଲାନ୍ସ ଟିମ୍ । ଏହି ଟଙ୍କା ଜବତ ହୋଇଛି । ଆସୋସିଏଟ୍ ପ୍ରଫେସରଙ୍କ ୩ଟି ସ୍ଥାନରେ ରେଡ୍ ଚାଲିଛି । ତାଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି ।
ଜଣେ ବରିଷ୍ଠ ଡାକ୍ତର ଲାଞ୍ଚ କାରବାର ଅଭିଯୋଗରେ ଧରାପଡିବା ଏକ ବିରଳ ଘଟଣା । ସାମଗ୍ରୀ କିଣା ବିଡିଂରେ ଦୁର୍ନୀତି ହେଉଥିବା ଗନ୍ଧ ବାରିଛି ଭିଜିଲାନ୍ସ ବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/29/vigilance-2026-01-29-18-55-28.jpg)