CBI-SI Photograph: (OTV)
ରାଜ୍ୟର ସବୁଠୁ ବଡ଼ ସ୍କାମ କୁହାଯାଉଥିବା ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ନେପଥ୍ୟ ଖଳନାୟକଙ୍କ ବଢ଼ି ଯାଇଛି ହାର୍ଟ ବିଟ । ସିବିଆଇ ତଦନ୍ତ ନେଇ ନୋଟିଫିକେସନ ଜାରି ପରେ ମାମଲା ହୋଇଛି ଆହୁରି ହିଟ । ଗୋଟିଏ ପଟେ ସିବିଆଇ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେପଟେ ଲାଷ୍ଟ ମୁମେଣ୍ଟରେ ବି ଗିରଫଦାରି ଜାରି ରଖିଛି କ୍ରାଇମବ୍ରାଞ୍ଚ ।
ପୁରା ସ୍କାମର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟିର ଘନିଷ୍ଠ ସାଗର ଗୌଡ଼କୁ ଆଜି ବାନ୍ଧିଛି ତଦନ୍ତକାରୀ ସଂସ୍ଥା। ସାଗରକୁ ନୋଟିସ ଦେଇ କ୍ରାଇମବ୍ରାଞ୍ଚ ଅଫିସକୁ ଡାକିବା ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହାରି ଭିତରେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ଶଙ୍କର । ଦୀଘା ମଡ୍ୟୁଲର ମାଷ୍ଟରମାଇଣ୍ଡ ଥିଲା ସାଗର । ଯେଉଁଠି ୧୧୦ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଦଲାଲ ଅରବିନ୍ଦ ଦାସ ଜରିଆରେ ହୋଇଥିଲା ହୋଟେଲ ବୁକ । ଏପରିକି ସମସ୍ତ ବ୍ୟବସ୍ଥା ସଂପର୍କରେ ଯାଞ୍ଚ କରିବା ପାଇଁ ଗତ ୨୯ ସେପ୍ଟେମ୍ବରରେ ସାଗର ଦୀଘା ମଧ୍ୟ ଯାଇଥିଲା ବୋଲି ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ପରେ ସିବିଆଇ ତଦନ୍ତରେ ଅନେକ ଗୁମର ଖୋଲିବା ନେଇ ରହିଛି ଆଶା । ଏଣେ ଆଇନମନ୍ତ୍ରୀ କହିଛନ୍ତି, ଘଟଣାକୁ ନେଇ ଆଶାୟୀ ପରୀକ୍ଷାର୍ଥୀଙ୍କ ମନରେ ଯେଭଳି କୌଣସି ଦ୍ବନ୍ଦ ରହିବ ନାହିଁ ସେଥିପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏଥିରେ ଜଡିତ ସମସ୍ତ ଲୋକ ବନ୍ଧା ହେବେ ।
ତେବେ ତଦନ୍ତ ଭାର ନେଲା ପରେ ପୁରା ଘଟଣାରେ କେଉଁଠୁ ଆରମ୍ଭ କରିବ ସିବିଆଇ ? କାହାକୁ ରଖିବ ସ୍କାନରରେ ? କେମିତି ଖୋଜିବ ଆନ୍ତଃ ରାଜ୍ୟ ଲିଙ୍କ ? ସିବିଆଇ ତଦନ୍ତକୁ ନେଇ ପୂର୍ବତନ ଡିଜି ସଂଜୀବ ମାରିକଙ୍କ କହିବା ଅନୁସାରେ, ଘଟଣାରେ ଆନ୍ତଃ ରାଜ୍ୟ ଲିଙ୍କ୍ ନେଇ ସିବିଆଇ ପ୍ରଥମେ ତଦନ୍ତ କରିବ । ସେଥିପାଇଁ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ-OPRB ରୁ ହିଁ ଆରମ୍ଭ ହେବ ସିବିଆଇର ତଦନ୍ତ ଧାରା । ସଂଗଠିତ ଅପରାଧରେ ଷଡଯନ୍ତ୍ରକାରୀଙ୍କୁ ଖୋଜିବା ହେବ ମୁଖ୍ୟ କାମ । ଯେଉଁମାନେ ଗିରଫ ହୋଇଛନ୍ତି ସେମାନଙ୍କ ବୟାନ ଆଧାରରେ ଏଥିରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ବାନ୍ଧିବ ସିବିଆଇ ।
ଏହି ସ୍କାମରେ ଏ ପର୍ଯ୍ୟନ୍ତ ୧୨୬ ଜଣଙ୍କୁ ଗିରଫ କରିସାରିଲାଣି କ୍ରାଇମବ୍ରାଞ୍ଚ । ଯେଉଁଥିରେ ୧୧୪ ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ମାଷ୍ଟରମାଇଣ୍ଡ ଶଂକର ପୃଷ୍ଟି ସହ ୧୨ ଜଣ ଦଲାଲ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/12/cbi-si-2025-11-12-20-02-38.jpg)