Advertisment

Sarpanchs Husband Accused: ପଂଚାୟତରେ ମହିଳା ସରପଂଚ ସ୍ୱାମୀଙ୍କ ଦାଦାଗିରି , ଦୁର୍ନୀତି କରିବା ପାଇଁ ଗାଁସାଥିଙ୍କୁ ବାଧ୍ୟ କଲେ !

ପଂଚାୟତରେ ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କ ଦାଦାଗିରି | ଦୁର୍ନୀତି କରିବା ପାଇଁ ଗାଁସାଥିଙ୍କୁ ବାଧ୍ୟ କଲେ, ମନାକରିବାରୁ ମାଡ଼ ମାରିଲେ | ଥାନାରେ ରୁଜୁ ହେଲା ମାମଲା | ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାର ଦାଦନ ପ୍ରବଣ ତୁରକେଲା ବ୍ଲକର ଧାମନଡ଼ଙ୍ଗା ପଂଚାୟତରେ  |

SARAPANCHA

SARAPANCHA Photograph: (OTV)

Advertisment

ପଂଚାୟତରେ ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କ ଦାଦାଗିରି | ଦୁର୍ନୀତି କରିବା ପାଇଁ ଗାଁସାଥିଙ୍କୁ ବାଧ୍ୟ କଲେ, ମନାକରିବାରୁ ମାଡ଼ ମାରିଲେ | ଥାନାରେ ରୁଜୁ ହେଲା ମାମଲା | ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାର ଦାଦନ ପ୍ରବଣ ତୁରକେଲା ବ୍ଲକର ଧାମନଡ଼ଙ୍ଗା ପଂଚାୟତରେ  |

Advertisment

ପଂଚାୟତରେ ଆରତୀ ସୁନା ସରପଞ୍ଚ ଥିବା ବେଳେ, ପ୍ରକ୍ସି ସରପଞ୍ଚ ସାଜି ବେଆଇନ ଭାବେ ସବୁ କାମ କରୁଛନ୍ତି ତାଙ୍କ ସ୍ୱାମୀ ପପି ସୁନା | ମନରେଗା କାମରେ ବ୍ୟାପକ ଦୁର୍ନୀତି କରୁଥିବା ଅଭିଯୋଗ ହୋଇଛି | ବାରମ୍ବାର ବିଭିନ୍ନ ସମୟରେ ରଜାମରା ଗାଁ ସାଥି ଦ୍ରୋଣାଚାର୍ଯ୍ୟ ରଣାଙ୍କୁ ଧମକ ଚମକ ଦେଇ, ତାଙ୍କ ଠାରୁ ଦାଦା ବଟି ନେଉଥିଲେ ପପି | ଯାହାର ପ୍ରମାଣ ମଧ୍ୟ ରହିଛି |

ଏହା ସହିତ ମନରେଗା କାମରେ ଟଙ୍କା ହରିଲୁଟ କରିବା ପାଇଁ ବାଧ୍ୟ କରୁଥିଲେ ପପି ସୁନା | କିନ୍ତୁ ଦୁର୍ନୀତି କରିବା ପାଇଁ ପ୍ରତିବାଦ କରିବାରୁ ଗାଁ ସାଥିଙ୍କୁ ମାଡ଼ ମାରିଛନ୍ତି ପ୍ରକ୍ସି ସରପଞ୍ଚ | କଣ୍ଟାବାଞ୍ଜି ଥାନାରେ ଏନେଇ ରୁଜୁ ହୋଇଛି ମାମଲା | ଘଟଣାର ତଦନ୍ତ କରୁଛି ପୋଲିସ | 

Advertisment

ପଂଚାୟତରେ ମହିଳା ସରପଂଚ ସ୍ୱାମୀଙ୍କ ଦାଦାଗିରି 
ଦୁର୍ନୀତି କରିବା ପାଇଁ ଗାଁସାଥିଙ୍କୁ ବାଧ୍ୟ କଲେ
ମନାକରିବାରୁ ମାଡ଼ ମାରିଲେ, ଥାନାରେ ମାମଲା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ