Advertisment

Trading Scam: ୫୦ କୋଟି ଟଙ୍କା ଠକେଇ ଅଭିଯୋଗ, ଅଭିଯୁକ୍ତ ମଧୁସୂଦନ ବରେଇକୁ ବାନ୍ଧିଲା ପୋଲିସ

ସେୟାର ମାର୍କେଟ୍ ଟ୍ରେଡିଂ ନାଁରେ ବଡ଼ ଠକେଇ । ୫୦ କୋଟି ମହାଠକେଇର ପର୍ଦ୍ଦାଫାସ୍। ଗିରଫ ହେଲା ଟ୍ରେଡିଂ ଠକେଇ ଅଭିଯୁକ୍ତ। କ୍ଷେତରାଜପୁର ଅଞ୍ଚଳର ମଧୁସୂଦନ ବରେଇକୁ ବାନ୍ଧିଛି ସମ୍ବଲପୁର ସଦର ପୋଲିସ।

TRADING-FRAUD

TRADING-FRAUD Photograph: (OTV)

Advertisment

ସେୟାର ମାର୍କେଟ୍ ଟ୍ରେଡିଂ ନାଁରେ ବଡ଼ ଠକେଇ । ୫୦ କୋଟି ମହାଠକେଇର ପର୍ଦ୍ଦାଫାସ୍। ଗିରଫ ହେଲା ଟ୍ରେଡିଂ ଠକେଇ ଅଭିଯୁକ୍ତ। କ୍ଷେତରାଜପୁର ଅଞ୍ଚଳର ମଧୁସୂଦନ ବରେଇକୁ ବାନ୍ଧିଛି ସମ୍ବଲପୁର ସଦର ପୋଲିସ। ଷ୍ଟକ ମାର୍କେଟରେ ଟଙ୍କା ବିନିଯୋଗ କରି ଅଳ୍ପ ସମୟରେ ଅଧିକ ରିଟର୍ଣ୍ଣର ଲୋଭ ଦେଖାଉଥିଲା ଅଭିଯୁକ୍ତ। ମଧୁସୂନ ନାଁରେ ୫୦ କୋଟି ଟଙ୍କା ଠକେଇ ଅଭିଯୋଗ ଆସିଥିବା ବେଳେ ୨୦ କୋଟି ଟଙ୍କାର ଟ୍ରାଞ୍ଜାକସନ୍ ହୋଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି। ତେବେ ୪୭ ଜଣଙ୍କ ଠାରୁ ନିବେଶ ନାଁରେ ଏହା ଟଙ୍କା ସଂଗ୍ରହ ହୋଇଥିଲା। ମାସିକ ୧୦ ପ୍ରତିଶତ ରିଟର୍ଣ୍ଣ ମିଳିବା ଲୋଭ ଦେଖାଇ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରିଥିଲା ମଧୁସୂଦନ। କିଛି ଜଣଙ୍କୁ ପ୍ରତିଶ୍ରୁତି ମୁତାବକ କିଛି ମାସ ପାଇଁ ଟଙ୍କା ଫେରସ୍ତ ବି କରିଥିଲା। ଲୋକଙ୍କ ମନରେ ଅଧିକ ବିଶ୍ବାସ ବଢାଇବାକୁ ଏଗ୍ରିମେଣ୍ଟ ପେପର ମଧ୍ୟ ଦେଉଥିଲା ଅଭିଯୁକ୍ତ । ଲୋକେ ମଧ୍ୟ ବିଶ୍ୱାସ କରି ୨ ଲକ୍ଷରୁ ୫୦ ଲକ୍ଷ ଯାଏ ନିବେଶ କରିଛନ୍ତି। ଆଗକୁ ଟଙ୍କା ଦେଇ ନପାରିବାରୁ ତାର ଭାଣ୍ଡା ଫୋଡ ହୋଇଛି । 

Advertisment

ଏତେ ବଡ଼ ଠକେଇ, ଜଣକୁ ଗିରଫ କରିଛି ପୋଲିସ। ମହାଠକେଇ ପଛରେ ଆଉ କାହାର ରହିଛି କି ସଂପୃକ୍ତି। ନା ଏକା ସବୁକିଛି ସମ୍ଭାଳୁଥିଲା ମଧୁସୂଦନ । ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି, ଅଭିଯୁକ୍ତ ଆଇଟିରେ ଏକ୍ସପର୍ଟ। ହାଇଦ୍ରାବାଦରେ ରହି କାମ କରିବା ବେଳେ ୨୦୦୭ରୁ ସେ ନିଜେ ଡିମାଟ୍ ଆକାଉଣ୍ଟ ଖୋଲି ଟ୍ରେଡିଂ କରୁଥିଲା। କୋଭିଡ୍ ପରେ ସମ୍ବଲପୁରକୁ ଆସି ଟ୍ରେଡିଂ ନାଁରେ ଠକେଇ ଷଡ଼ଯନ୍ତ୍ର ଆରମ୍ଭ କରିଥିଲା। ତେବେ ଏହି ଘଟଣାରେ ଅନ୍ୟ ଜଣଙ୍କ ସଂପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଛି। ଖୁବଶୀଘ୍ର ତାକୁ ଧରାଯିବ ଏବଂ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି ଏସପି । ଗିରଫ ବେଳେ ତାନିକଟରୁ ବିଭିନ୍ନ ବ୍ୟାଙ୍କର ପାସବୁକ୍ ଓ ଚେକବୁକ୍ ସମେତ ୫ଟି କଂପ୍ୟୁଟର, ପ୍ରିଣ୍ଟର ଜବତ କରାଯାଇଛି। ଲୋକଙ୍କ ଠାରୁ ଆଣୁଥିବା ଟଙ୍କା ସେ ନିଜ ନାଁରେ ଏବଂ ସମ୍ପର୍କୀୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଜମା କରୁଥିଲା। ସମ୍ବଲପୁର ପୋଲିସ ଅଭିଯୁକ୍ତର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛି। 

ବର୍ତ୍ତମାନ ଯୁବପିଢ଼ିଙ୍କୁ ରାତାରାତି କୋଟିପତି ହେବାର ନିଶା ଘାରିଛି। ଆଉ ସେହି ଲୋଭରେ ଅନ୍ୟକୁ ଟଙ୍କା ଦେଇ ସର୍ବସ୍ବାନ୍ତ ହେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ