Bonai-loan-Fraud Photograph: (OTV)
ଲୋନ୍ ନାଁରେ ମହିଳାଙ୍କୁ ଚୂନ । ୨୦୦ରୁ ଊର୍ଦ୍ଧ୍ବ ମହିଳା ଠକେଇର ଶିକାର । ମୁଖ୍ୟମନ୍ତ୍ରୀ ସୁଧ ମୁକ୍ତ ଋଣ ଯୋଜନା ନାଁରେ ଟଙ୍କା ଚଳୁ । କାମଧେନୁ ଯୋଜନା ନାଁ କହି ବି ଲକ୍ଷ ଲକ୍ଷ ଠକେଇ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଖୁତୁଗାଁ ପଂଚାୟତର ଶହଶହ ମହିଳାମାନଙ୍କୁ ସରକାରୀ ଯୋଜନାରେ ଋଣ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଗାଁର ମହିଳାମାନେ ମିନତି ଓରାମ ନାମକ ଜଣେ ମହିଳାଙ୍କୁ ଟଙ୍କା ଆଦାୟ କରି ଦେଇଥିଲେ । ହେଲେ ଲୋନ କାହିଁକି ହେଲାନି ବୋଲି ପଚାରିବାରୁ ସେ ସବୁ ଟଙ୍କା ଭୁବନେଶ୍ୱରରେ ଦେଇ ଦେଇଛି ବୋଲି କହିଛନ୍ତି ।
ଚଳିତ ବର୍ଷ ଜାନୁଆରୀରୁ ପ୍ରତ୍ୟେକ ହିତାଧିକାରୀଙ୍କ ଠାରୁ ୧୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ସୁଧ ମୁକ୍ତ ଋଣ ଯୋଜନାରେ ୧ ଲକ୍ଷ ଟଙ୍କା ଓ କାମଧେନୁ ଯୋଜନାରେ ୩୦,୦୦୦ ଟଙ୍କା ଋଣ କରାଇ ଦେବାକୁ କୁହାଯାଇଥିଲା । ହେଲେ ଟଙ୍କା ନେଇ ସେମାନେ ଠକେଇର ଶିକାର ମହିଳାମାନେ ଅଭିଯୋଗ କରିଛନ୍ତି । ଏନେଇ ଆମେ ଲହୁଣୀପଡ଼ା ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି, ଏଇଟା ଅଗ୍ରିକାଲଚର ବିଭାଗର ତଥାପି ଆମେ ତଦନ୍ତ କରୁଛୁ ।
ଗରୀବଙ୍କ ପାଇଁ ସରକାର ଯୋଜନା କରୁଛନ୍ତି । ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ସରକାର ନେଉଛନ୍ତି ପଦକ୍ଷେପ । ହେଲେ ସେହି ଗରିବଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଉଛି । ତେବେ ଏହି ମହିଳାମାନେ କେବେ ତାଙ୍କ ଟଙ୍କା ଫେରି ପାଉଛନ୍ତି ଓ ସରକାରୀ ଯୋଜନାରେ ସେମାନଙ୍କୁ ଲୋନ୍ ଯୋଗାଇ ଦିଆଯାଉଛି ତା’ ଦେଖିବାକୁ ବାକି ରହିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/26/bonai-loan-fraud-2025-10-26-15-58-17.jpg)