Advertisment

Rising Crimes in Balangir: ନାଲି ଶାଢ଼ି କହୁଛି ଦୁଷ୍କର୍ମ କାହାଣୀ ! ଜଙ୍ଗଲ ଭିତରେ ପଡ଼ିଛି ମହିଳାଙ୍କ ଦରପୋଡ଼ା ମୃତଦେହ

ମୃତ ମହିଳା ଜଣଙ୍କ ଅର୍ଦ୍ଧନଗ୍ନ ହୋଇ ପଡ଼ିରହିଥିଲେ । ପୋଲିସ ପାଖରେ ଖବର ପହଞ୍ଚିବା ପରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୁହଁକୁ ପୋଡି ଦିଆଯାଇଥିବାରୁ ଚିହ୍ନି ହେଉନି ।

BOLANGIR-RAPE-MURDER

BOLANGIR-RAPE-MURDER Photograph: (OTV)

Advertisment

ଶାଢ଼ି କହୁଛି ଦୁଷ୍କର୍ମ କାହାଣୀ ! ଭଙ୍ଗା ଚୁଡ଼ି ବି ବଖାଣୁଛି ବ୍ୟଥା ! ଜଙ୍ଗଲ ଭିତରେ ପଡ଼ିଛି ମହିଳାଙ୍କ ଦରପୋଡ଼ା ମୃତଦେହ । ଘଟଣାର ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖିଲେ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ସନ୍ଦେହ କରାଯାଇଛି । ହେଲେ ହତ୍ୟା କଲା କିଏ ? ହତ୍ୟା ପଛର କାରଣ କ’ଣ ? ମହିଳାଙ୍କ ପରିଚୟ ବି ଅସ୍ପଷ୍ଟ । ଏସବୁ ପ୍ରଶ୍ନର ଉଦ୍ଧର ଏବେ ପୋଲିସ ଖୋଜୁଛି । କ୍ରାଇମ୍ ସ୍ପଟରେ ପହଞ୍ଚି ସାରିଥିଲେ ବି ପୋଲିସକୁ ଅପରାଧୀଙ୍କ ବିନ୍ଦୁ ବିଷୟରେ ଜାଣିବା ଏବେ ମୁସ୍କିଲ୍ ହୋଇପଡ଼ିଛି । 

Advertisment

ଗୋଟିଏ ଜାଗାରେ ପଡ଼ିରହିଛି ମହିଳାଙ୍କ ଶାଢ଼ି । ଅନ୍ୟ ଏକ ସ୍ଥାନରେ ଭଙ୍ଗା ଚୁଡ଼ି ବି ପଡ଼ିଛି । ବଲାଙ୍ଗିର ଜିଲ୍ଲା ଦେଓଗାଁ ଅଂଚଳର ଘଟିଛି ଏହି  ହତ୍ୟାକାଣ୍ଡ । ଜଣେ ମହିଳାକୁ ଦୁଷ୍କର୍ମ ପରେ ପୋଡିଦେଇ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଗୋଏଲପିଟା ଗାଁ ନିକଟରେ ଥିବା ଜଙ୍ଗଲ ଭିତରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ମହିଳା ଜଣଙ୍କ ଅର୍ଦ୍ଧନଗ୍ନ ହୋଇ ପଡ଼ିରହିଥିଲେ । ପୋଲିସ ପାଖରେ ଖବର ପହଞ୍ଚିବା ପରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୁହଁକୁ ପୋଡି ଦିଆଯାଇଥିବାରୁ ଚିହ୍ନି ହେଉନି । ତେଣୁ ଦେଓଗାଁ ପୋଲିସ ପ୍ରଥମେ ମହିଳାଙ୍କ ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ