Advertisment

Bizarre Escape Plot: ରିମାଣ୍ଡରୁ ମିଳିଲା ଦୁର୍ଦ୍ଦାନ୍ତ ବିହାରୀ କଏଦୀ ମଧୁକାନ୍ତର ଫେରାର୍ କ୍ଲୁ , ମଶାବତୀ ପାଉଁଶକୁ ଚିନି ସହ ମିଶାଇ ଆଖିକୁ ଧୋକା ଦେଉଥିଲେ

୪ ଖଣ୍ଡ ଆରି, ମଶା ଧୂପ ଗୁଣ୍ଡ ଏବଂ ଚିନିକୁ ଅସ୍ତ୍ର କରି ଚୌଦ୍ବାର ଜେଲରୁ ଚମ୍ପଟ ମାରିବା ପରେ କେମିତି ରାଜ୍ୟ ବାହାରେ ଆତ୍ମଗୋପନ କରି ରହୁଥିଲେ ୨ ବିହାରୀ କଏଦୀ ମଧୁକାନ୍ତ ଓ ରାଜା, ସାମ୍ନାକୁ ଆସିଛି ରୋଚକ ତଥ୍ୟ।

MADHUKANT-ESCAPED

MADHUKANT-ESCAPED Photograph: (OTV)

Advertisment

ଚୌଦ୍ବାର ଜେଲରୁ କେମିତି ଖସିଥିଲେ ୨ ବିହାରୀ କଏଦୀ ? ପୋଲିସକୁ ଚକମା ଦେଇ କେମିତି ହୋଇଥିଲେ ସୀମାପାର୍ ? ପ୍ରାୟ ୩୦ ଦିନ ଧରି ୪ ଖଣ୍ଡ ଆରିରେ କେମିତି କାଟିଥିଲେ ଜେଲର ସେଲ୍ ? ସତ ଉଗାରିଛି ଚୌଦ୍ବାର ଜେଲରୁ ଚମ୍ପଟ କୁଖ୍ୟାତ ବିହାରୀ କଏଦୀ ମଧୁକାନ୍ତ ରାଣା, ୬ ଦିନିଆ ରିମାଣ୍ଡ ଅବଧି ଭିତରେ ରୋଚକ କାହାଣୀ ବଖାଣିଛି ସେ। ପାଣିକୋଇଲି ଗୁଳିକାଣ୍ଡ ମାମଲାରେ ମଧୁକାନ୍ତ ଓ ସାଥୀ କଏଦୀ ରାଜା ସାହାଣୀ ଭାବୁଥିଲେ ଆଜୀବନ ସଜ୍ଜା ନଚେତ ଫାଶି ହେଇଯାଇପାରେ।

Advertisment

ତେଣୁ ଜେଲରୁ ଚମ୍ପଟ ମାରିବାର ଯୋଜନା କରିଥିଲେ ମଧୁକାନ୍ତ ଓ ରାଜା। ଯାହାର ମାଷ୍ଟରମାଇଣ୍ଡ ଥିଲା ରାଜା। ଦିନେ ସେଲରୁ ବାହାରେ ଆସି ବୁଲିିବା ବେଳେ ଜେଲ୍ ପରିସରରେ ପାଇଥିଲେ ଏକ ଆରି ବ୍ଲେଡ୍। ଯାହାକୁ ୪ ଖଣ୍ଡ କରି ମଧୁକାନ୍ତ ଓ ରାଜା ୨ଟି ଲେଖାଏଁ ରଖିଥିଲେ। ଆଉ ସେହି ଆରିରେ ବିଳମ୍ବିତ ରାତି ହେଲେ ନିଜ ସେଲର ଗ୍ରୀଲକୁ ସବୁଦିନ ଟିକେ ଟିକେ କାଟୁଥିଲେ। ଆଉ କଟା ଜାଗାକୁ ଲୁଚାଇବା ପାଇଁ ମଶା ଧୂପ ଗୁଣ୍ଡ ଓ ଚିନିରେ ତିଆରି ପେଷ୍ଟକୁ ଲଗାଉଥିଲେ।

ଏଭଳି ୨୫ରୁ ୩୦ ଦିନ କାଟିବା ପରେ କଟିଯାଇଥିଲା ସେଲ୍। ଆଉ ଦଶହରା ଦିନ ମଧ୍ୟ ରାତିରେ ସେଲରୁ ବାହାରି ନିଜର କମ୍ବଳ, ଚାଦର ଏବଂ ଲୁଙ୍ଗି ସହାୟତାରେ ପାଚେରୀ ଡେଇଁ ଚମ୍ପଟ ମାରିଥିଲେ। ଟ୍ରେନରେ ପ୍ରଥମେ ପୁରୀ ଓ ସେଠାରୁ ଖସିଯାଇଥିଲେ ବିହାର। ପରେ ଆସାମ, ନାଗାଲାଣ୍ଡ ଏପରିକି ନେପାଳ ଯାଏଁ ଖସି ପଳାଇଥିଲେ। 

Advertisment

ନେପାଳରେ ଦୁହେଁ ଅଲଗା ହେବା ପରେ କେବଳ ମଧୁକାନ୍ତ ପହଞ୍ଚିଯାଇଥିଲା ଉତ୍ତରପ୍ରଦେଶର ବୃନ୍ଦାବନ। ଯେଉଁଠି ଏକ ଆଶ୍ରମରେ ୭ ହଜାର ଟଙ୍କାରେ ଚାକିରି କରୁଥିଲା। ଯାହାର ପକ୍କା ଖବର ପାଇଯାଇଥିଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ଟିମ୍। ତେଣୁ ମଧୁକାନ୍ତକୁ ଧରିବା ପାଇଁ ପୋଲିସ ତିଆରି କରିଥିଲା ପ୍ଲାନ୍। ବୃନ୍ଦାବନରେ ସାଦା ପୋଷାକରେ ବିଭିନ୍ନ ଆଶ୍ରମ ବୁଲିଥିଲା ପୋଲିସ।

ତାହାରି ଭିତରେ ଜଣେ ପାନ ଦୋକାନୀଙ୍କୁ ମଧୁକାନ୍ତର ଫଟୋ ଦେଖାଇବାରୁ ମିଳିଯାଇଥିଲା ତାର ଠିକଣା ଆଉ ଆଶ୍ରମର ଫୋନ୍ ନମ୍ବର। ଆଉ ସେହି ଆଶ୍ରମରେ ରହିବା ପାଇଁ ପୋଲିସ ଫୋନ୍ କରିବା ପରେ ମଧୁକାନ୍ତ ନିଜେ ଫୋନ୍ ରିସିଭ୍ କରି ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ବାଇକରେ ବସାଇ ଆଶ୍ରମ ନେଇଯାଇଥିଲା। ସେଇଠୁ ଧରାପଡ଼ିଯାଇଥିଲା ସବୁ କିଛି। 

Advertisment

ଗ୍ୟାଙ୍ଗରେ ୧୫୦ ଜଣ ସଦସ୍ୟ

ମଧୁକାନ୍ତ ଓ ରାଜାର ଗ୍ୟାଙ୍ଗ ଦେଶବ୍ୟାପି ଜୁଏଲାରୀ ଦୋକାନ, ବ୍ୟାଙ୍କ ଡକାୟତିରେ ସଂପୃ୍କ୍ତ। ଏହି ଗ୍ୟାଙ୍ଗରେ ୧୫୦ ଜଣ ସଦସ୍ୟ ଅଛନ୍ତି। ଯାହାର ମାଷ୍ଟରମାଇଣ୍ଡ ନେପାଳରେ ବସି ଅପରେଟ୍ କରେ। ଯାହାର ଏକ ତାରକା ହୋଟେଲ ବି ରହିଛି। 

୬ ଦିନିଆ ରିମାଣ୍ଡର ଅବଧି ଭିତରେ ଏସବୁ ବଖାଣିଛି ନିଜେ ମଧୁକାନ୍ତ। ତେବେ ତାସହ ଫେରାର୍ ମାରିଥିବା ରାଜା ସାହାଣୀ ଏବେ କେଉଁଠି, ମଧୁକାନ୍ତଠାରୁ ସୂଚନା ପାଇବା ପରେ ତାକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିବା ସୂଚନା ମିଳିଛି। 



Choudwar Jail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ