ମୁଁ ତୋ ଭଉଣୀକୁ ମର୍ଡର କରୁଛି। କଲ ରେକର୍ଡ କର୍ ପୋଲିକୁ ଶୁଣାଇବୁ। ପୋଲିସ ମୋର କିଛି କରିପାରିବ ନାହିଁ। ସ୍ତ୍ରୀର ଜୀବନ ନେବା ପୂର୍ବରୁ ଇଏ ଥିଲା ଜହ୍ଲାଦ ସ୍ୱାମୀର ଶେଷ କଥା। ଦିଲ୍ଲୀ ପୋଲିସ SWAT କମାଣ୍ଡୋ କାଜଲଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କ ଭାଇ ନିଖିଲଙ୍କୁ ଫୋନ କରିଥିଲେ ସ୍ୱାମୀ ଅଙ୍କୁର। ଆଉ ତାଙ୍କ ଭଉଣୀକୁ ମାରୁଥିବା କଥା କହିଥିଲେ। ନିଖିଲଙ୍କ ଅନୁଯାୟୀ, ସେ ତାଙ୍କ ଭଉଣୀ ସହିତ କଥା ହେଉଥିବା ବେଳେ ଅଙ୍କୁର ଫୋନ୍ ଛଡ଼ାଇ ନେଇ ଖୋଲାଖୋଲି ଧମକ ଦେଇଥିଲେ, ଏହି କଲ୍ ରେକର୍ଡ କର, ଏହା ପୋଲିସ ପାଇଁ ଉପଯୋଗୀ ହେବ। ମୁଁ ତୋ ଭଉଣୀକୁ ହତ୍ୟା କରୁଛି। ଏହା ପରେ କାଜଲଙ୍କ ଚିତ୍କାର ଶୁଭିଥିଲା ଓ କଲ୍ କଟିଯାଇଥିଲା। ପରେ ଅଙ୍କୁର ପୁନର୍ବାର କଲ କରି କାଜଲ ମରିଯାଇଥିବା କଥା କହିଥିଲେ। ଯୌତୁକ ପାଇଁ ତାଙ୍କ ଭଉଣୀର ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ନିଖିଲ।
ପରିବାର ଅଭିଯୋଗ ମୁତାବକ ଜାନୁଆରୀ 22 ତାରିଖରେ ଅଙ୍କୁର ଓ କାଜଲଙ୍କ ଯୌତୁକକୁ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଚରମ ପରିସ୍ଥିତିରେ ପହଞ୍ଚିଥିଲା। ଏହି ସମୟରେ ଅଙ୍କୁର ପାଖରେ ପଡ଼ିଥିବା ଡମ୍ୱଲରେ କାଜଲଙ୍କ ମୁଣ୍ଡକୁ ବାରମ୍ୱାର ଆକ୍ରମଣ କରିଥିଲା। ଯାହା ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଆକ୍ରମଣ ପରେ ଖୋଦ ଅଙ୍କୁର ହିଁ ତାଙ୍କୁ ହସ୍ପିଟାଲରେ ନେଇଥିଲା। ହେଲେ ସେଠାରେ ସେ ଜାନୁଆରୀ ୨୭ ତାରିଖରେ ମୃତ୍ୟୁବରଣ କରିଥିଲେ କାଜଲ।
ସବୁଠାରୁ ବଡ଼ କଥା ହେଉଛି ମୃତ୍ୟୁ ସମୟରେ ୪ ମାସର ଗର୍ଭବତୀ ଥିଲେ କାଜଲ। କାଜଲଙ୍କୁ 2023 ମସିହାରେ ଦିଲ୍ଲୀ ପୋଲିସ SWAT କମାଣ୍ଡୋ ଭାବେ ଚୟନ କରିଥିଲା। ଅଙ୍କୁର ମଧ୍ୟ ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଜଣେ କ୍ଲର୍କ ଭାବରେ ଚାକିରି କରିଥିଲେ। ଦୁହେଁ ଭଲପାଇ ବିବାହ କରିଥିଲେ। ଭଲ ପଇସା ରୋଜଗାର କରୁଥିଲେ। ତଥାପି ଅଙ୍କୁର ଟଙ୍କା ଏବଂ ଏକ କାର ଡିମାଣ୍ଡ କରି କାଜଲଙ୍କୁ ସବୁବେଳେ ନିର୍ଯ୍ୟାତନା ଦେଉଥିଲା। ଆଉ ଶେଷରେ ତାଙ୍କ ଜୀବନ ନେଇଯାଇଥିଲା। ତେବେ ବର୍ତ୍ତମାନ ଅଙ୍କୁରକୁ ଗିରଫ କରିଛି ପୋଲିସ। ଏବେ ତାକୁ ନ୍ୟାୟିକ ହେପାଜତକୁ ପଠାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/31/lady-commando-death-update-pkg-2026-01-31-14-53-31.jpg)