Advertisment

Puri Srimandir Bomb Threat Case: ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇବା ଧମକ, ଜଣେ ଅଟକ

ପୁରୀ ଶ୍ରୀମନ୍ଦିର ବୋମାରେ ଉଡାଇବା ଧମକ ଘଟଣାରେ ଜଣେ ଅଟକ।  ପୁରୀ ଜିଲ୍ଲା ପୋଲିସ ତଦନ୍ତ କରି ଭାଇରାଲ୍ କରିଥିବା ବ୍ୟକ୍ତିକୁ ଅଟକ ରଖିଥିବା ସୂଚନା ମିଳିଛି। ଗତକାଲି ଜୁଲି ରାଣୀ ପଣ୍ଡା ନାମକ ‘ଆଇଡି’ରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ  ହୋଇଥିଲା।

Threat

Threat Photograph: (OTV)

Advertisment

ପୁରୀ ଶ୍ରୀମନ୍ଦିର ବୋମାରେ ଉଡାଇବା ଧମକ ଘଟଣାରେ ଜଣେ ଅଟକ।  ପୁରୀ ଜିଲ୍ଲା ପୋଲିସ ତଦନ୍ତ କରି ଭାଇରାଲ୍ କରିଥିବା ବ୍ୟକ୍ତିକୁ ଅଟକ ରଖିଥିବା ସୂଚନା ମିଳିଛି।

Advertisment

ଗତକାଲି ଜୁଲି ରାଣୀ ପଣ୍ଡା ନାମକ ‘ଆଇଡି’ରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ  ହୋଇଥିଲା। ଏଥିରେ ପୁରୀ ଶ୍ରୀମନ୍ଦିରରେ ଖୁବ ଶୀଘ୍ର ବୋମା ପଡିବ, ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଇବେ ବୋଲି କିଛି ଆପତ୍ତିଜନକ ପୋଷ୍ଟ କରାଯାଇଥିବ ଦେଖିବାକୁ ମିଳିଥିଲା।

ସେହିପରି ସାଂସଦ ସୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି ମାଡ ହେବ ବୋଲି ପୋଷ୍ଟ କରାଯାଇଥିଲା। ଏ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା। ଏହି ପୂରା ଘଟଣାର ତଦନ୍ତ ପରେ ଜଣଙ୍କୁ ଆଜି ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। 

Advertisment
Bomb Threat Shree Jagannatha Temple Puri Temple Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ