Advertisment

Crores Vanish: ଜମାକାରୀଙ୍କ ଟଙ୍କା ଖାଇଗଲେ ପୋଷ୍ଟ ମାଷ୍ଟର, କୋଟି କୋଟି ଟଙ୍କା ଉଠାଇନେଇ ଛୁ

ସିଏ ହିଁ ବିଶ୍ବାସରେ ବିଷ ଦେଲା, ଚଳୁ କରି ଚାଲିଗଲା । ଯାହାକୁ ଗରିବ ଲୋକେ ସାର୍ ସାର୍ କହି ସଲାମ କରୁଥିଲେ, ସିଏ ହିଁ ଶେଷରେ ତାଙ୍କୁ ଶୋଷିଲା । ପାଠ ପଢୁଆ ଠକ ସିଏ । ଏହି ବାବୁଜଣକ ପରଧନରେ ମଙ୍ଗଳବାର କରିବାରେ ପୂରା ଓସ୍ତାଦ। ପୂରା ଚାରିଶ ବିଶ୍ ।

Post Master

Post Master Photograph: (OTV)

Advertisment

ଯାହାକୁ ବିଶ୍ବାସ କରି ସେମାନେ ଖାତା ବଢେଇ ଦେଇଥିଲେ । ସିଏ ହିଁ ବିଶ୍ବାସରେ ବିଷ ଦେଲା, ଚଳୁ କରି ଚାଲିଗଲା । ଯାହାକୁ ଗରିବ ଲୋକେ ସାର୍ ସାର୍ କହି ସଲାମ କରୁଥିଲେ, ସିଏ ହିଁ ଶେଷରେ ତାଙ୍କୁ ଶୋଷିଲା । ପାଠ ପଢୁଆ ଠକ ସିଏ । ଏହି ବାବୁଜଣକ ପରଧନରେ ମଙ୍ଗଳବାର କରିବାରେ ପୂରା ଓସ୍ତାଦ। ପୂରା ଚାରିଶ ବିଶ୍ । 

Advertisment

ପୋଷ୍ଟ ମାଷ୍ଟର ନା ଠକ ମାଷ୍ଟର ! ଚଇନିଚିକ୍କଣ ବାବୁଙ୍କ ଷ୍ଟାଇଲ୍ ଯେମିତି, ମାଇଣ୍ଡ୍ ବି ସେମିତି । କହିବାକୁ ଗଲେ ପୂରା ତ ହିରୋ। ହେଲେ କାମଟା କିନ୍ତୁ ପୂରା ଦୋନମ୍ବରୀ । ପରଧନରେ ମଙ୍ଗଳବାର କରିବାରେ ପୂରା ମାହିର । ଏହି ବାବୁଜଣକ ହେଉଛନ୍ତି ବୌଦ୍ଧ ଜିଲ୍ଲା ସରସରା ସ୍ଥିତ ଉପ ଡାକଘରର ପୋଷ୍ଟ ମାଷ୍ଟର ନିରଞ୍ଜନ ବେହେରା ।

ବାବୁ ନିରଂଜନ ଯାହା କରିଛନ୍ତି ତାହା ଜାଣିଲେ ଆପଣଙ୍କ ବ୍ଲଡ ପ୍ରେସର ବଢିଯିବ । ପୋଷ୍ଟ ଅଫିସରେ ଚାକିରି କରି ବାବୁଙ୍କୁ ବୋଧେ ଟଙ୍କା ନିଅଣ୍ଟ ପଡ଼ିଲା କି କଣ, ଲୋକଙ୍କ ଖାତାରୁ ସିଧା ଟଙ୍କା ଉଠାଇ ନେଇଛନ୍ତି ବାବୁ। ହଜାରେ କି ଦୁଇ ହଜାର ନୁହେଁ, କି ଲକ୍ଷେ କି ଦୁଇ ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ଉଠାଇ ନେଇଛନ୍ତି ପୋଷ୍ଟ ମାଷ୍ଟର ନିରଂଜନ ବେହେରା । 

Advertisment

ଜମି ବିକ୍ରି ଟଙ୍କା ବି ଚଳୁ

ଜମି ବିକ୍ରି କରି ପୋଷ୍ଟାଲରେ ରଖିଥିଲେ ୨୦ ଲକ୍ଷ ଟଙ୍କା । ବାହାଘର ଆସନ୍ତା ୨୦ ତାରିଖରେ ଅଛି । ବାହାଘର ପାଇଁ ଟଙ୍କା ନେବାକୁ ଆସିଥିଲେ ପୋଷ୍ଟ ଅଫିସ୍, ହେଲେ ଆସିଲା ବେଳକୁ ଯାହା ଦେଖିଲେ ମୁଣ୍ଡ ପୂରା ଗୋଲ୍ । ଆକାଉଣ୍ଟରେ ଟଙ୍କାଟିଏ ବି ନାହିଁ । ଖାଲି ନିରଞ୍ଜନ ନୁହନ୍ତି। ତାଙ୍କ ଭଳି ଦଶା ଭୋଗିଛନ୍ତି ସରସରା ଗାଁର ସତ୍ୟନାରାୟଣ ସ୍ୱାଇଁ । ସତ୍ୟନାରାୟଣ ତାଙ୍କ ଜମାଖାତାରେ ୪ ଲକ୍ଷ ଟଙ୍କା ରଖିଥିଲେ । ତାଙ୍କର ସବୁତକ ଟଙ୍କା ତାଙ୍କ ଅଜଣାତରେ ପୋଷ୍ଟମାଷ୍ଟର ବାବୁ ଉଠାଇ ନେଇଛନ୍ତି ।

ସେମିତି ସେଇ ସରସରା ଗାଁର ଶିବଚରଣ ବାରିକ ତାଙ୍କ ପୁଅ ରୋହନ୍ ବାରିକଙ୍କ ନାଁରେ ୫୦ ହଜାର ଟଙ୍କା ଫିକ୍ସଡ୍ ଡିପୋଜିଟ କରିଥିଲେ । ଠକ ନିରଂଜନ ତାକୁ ବି ଛାଡ଼ିନି । ଖାଲି ସତ୍ୟନାରାୟଣ କି ଶିବଚରଣ ନୁହନ୍ତି । ଶହଶହ ଜମାକାରୀଙ୍କ କୋଟି କୋଟି ଟଙ୍କା ମନଇଚ୍ଛା ନିଜ ଟଙ୍କା ଭଳି ଉଠେଇ ନେଇଛନ୍ତି ପୋଷ୍ଟ ମାଷ୍ଟର ବାବୁ। 

Advertisment

ଫେରାର୍ ନିରଞ୍ଜନ

ଟଙ୍କା ଖାଇ ଚାଲିଥିଲେ ବାବୁ, ହେଲେ କେମିତି କେହି ଜାଣିପାରିଲେନି ? ଟଙ୍କା ଉଠାଇ ନେଇ ବାବୁ ଗଲେ କୁଆଡେ ? ଯାହା ଜଣାପଡ଼ିଛି ଲୋକଙ୍କ ରୋଷରୁ ବର୍ତ୍ତିବା ପାଇଁ ଠକ ନିରଂଜନ କେଉଁ ଆଡେ ଫେରାର ହୋଇଯାଇଛନ୍ତି। ଏପଟେ ଏ ସାଂଘାତିକ ଘଟଣା ପରେ ପୋଷ୍ଟାଲ୍ ବିଭାଗ ପକ୍ଷରୁ ଏକ ଟିମ୍ ଗଠନ କରାଯାଇଛି। କାହା ଆକାଉଣ୍ଟରୁ କେତେ ଟଙ୍କା ବାବୁ ଉଠାଇ ନେଇଛନ୍ତି ସେନେଇ ଜମାକାରୀଙ୍କ ଖାତା ଚେକ୍ କରୁଛି ପୋଷ୍ଟ ଅଫିସର ଗୋଟେ ଟିମ୍ ।

ଜଣେ ପୋଷ୍ଟଲ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ ଆରମ୍ଭ କରିଛି ଏହି ଘୋଟାଲାର ପୁଙ୍ଖାନୁପୁଙ୍ଖ ତଦନ୍ତ । ଠକ ନିରଂଜନ ଫେରାର ଥିବାବେଳେ ତାଙ୍କୁ ନିଲମ୍ବନ କରିଛି ବିଭାଗ । 

ଗତ ଡିସେମ୍ବର ୧ ତାରିଖ ବିଳମ୍ବିତ ରାତିରେ କିଛି ଅଜଣା ଦୁର୍ବୃତ୍ତ ବୌଦ୍ଧ ଜିଲ୍ଲା ମୁଖ୍ୟ ପୋଷ୍ଟ ଅଫିସରୁ ଲୁଟିନେଇଥିଲେ ୩୧ଲକ୍ଷ ଟଙ୍କା। ଏ ଘଟଣା ପଛରେ ସମ୍ପୃକ୍ତ ଥିବା କୌଣସି ଦୁର୍ବୃତ୍ତ ଏ ଯାଏ ଧରା ପଡିନଥିବା ବେଳେ ବୌଦ୍ଧ ସହର ଠାରୁ ମାତ୍ର ୫କିଲୋମିଟର ଦୂର ସରସରା ଉପଡ଼ାକ ଅଫିସରୁ ଜଣେ ସବ୍ ପୋଷ୍ଟ ମାଷ୍ଟର ଜମାକାରୀଙ୍କ ଅଗୋଚରରେ ତାଙ୍କ ଏକାଉଣ୍ଟରୁ କୋଟି କୋଟି ଟଙ୍କା ଆତ୍ମସାତ ହେବା ଘଟଣା ବିଭାଗୀୟ ସ୍ୱଚ୍ଛତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। 

Cheating Swindled
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ