DEMOLITION Photograph: (OTV)
କ୍ରିମିନାଲ୍ ଶାଶୁ-ଜ୍ବାଇଁ ସାବାଡ୍ ! ପୋଲିସ ଭାଙ୍ଗୁଛି ଘର । ୪ ତାରିଖରେ ଶାଶୁ ଘର ଚୁରମାର୍ । ୧୬ରେ ଜ୍ବାଇଁ ଘର ଗୁଣ୍ଡ । ଏଇ ଡିସେମ୍ବର ମାସ ୪ ତାରିଖରେ ବ୍ରାଉନସୁଗାର ବେପାରୀ ସୁକାନ୍ତି ପଣ୍ଡାଙ୍କ ୪ଟି ଘରକୁ ମାଟିରେ ମିଶାଇଥିଲା ପୁରୀ ପୋଲିସ ।
ଆଉ ଏବେ ଶାଶୁ ପରେ ଜ୍ବାଇଁର ପାଳି ପଡ଼ିଛି । ଜ୍ବାଇଁ ଟିକି ଖାନର ୩ଟି ଘରକୁ ପୁରୀ ପୋଲିସ ଜେସିବି ଲଗାଇ ଭାଙ୍ଗିଛି । ‘ଅପରେସନ ଚକ୍ର’ରେ ନିଶା ବେପାରୀଙ୍କୁ ସାବାଡ୍ କରିବାକୁ ଲଗାତାର ପୋଲିସର ଏହି ଉଦ୍ୟମ ଜାରି ରହିଥିବାବେଳେ ଏବେ ଟିକି ଖାନର ପୁରୀ ନୀଳଚକ୍ର ନଗରରେ ଥିବା ଘରକୁ ଖଣ୍ଡ ଖଣ୍ଡ କରିଛି ଜେସିବି ।
ପୂର୍ବରୁ ଶାଶୁ ସୁକାନ୍ତି ପଣ୍ଡା ଚାରି ଚାରିଥର ବ୍ରାଉନସୁଗାର କାରବାରରେ ଗିରଫ ହୋଇଥିଲା । ଗତ ସେପ୍ଟମ୍ବର ମାସରେ ସୁକାନ୍ତି ନିକଟରୁ ୨୦୦ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା ସଦର ଥାନା ପୋଲିସ । ଯାହାର ଆନୁମାନିକ ମୂଲ୍ୟ ଥିଲା ପ୍ରାୟ ୨୦ଲକ୍ଷ ଟଙ୍କା । ପରେ ପୋଲିସ ନିଶାଡିଙ୍କ ଉପରେ ଜିରୋ ଟଲେରାନ୍ସ ନୀତି ଆପଣାଇଥିଲା ।
ରହିଛି ୧୭ ମାମଲା
ସୁକାନ୍ତି ପଣ୍ଡା ଓ ତାଙ୍କ ସମ୍ପର୍କୀୟଙ୍କ ଘର ଉପରେ ବୁଲଡୋଜର ଚଲାଇଥିଲା । ଆଉ ଏବେ ଜ୍ବାଇଁ ଟିକି ଖାନର ଘର ଗୁଡ଼ିକୁ ମାଟିରେ ମିଶାଯାଇଛି । ଜ୍ବାଇଁ ଟିକି କେବଳ ବ୍ରାଉନସୁଗାର ବେପାରୀ ନୁହେଁ, ବାଲି ଚୋରାଚାଲାଣ ଠାରୁ ଆରମ୍ଭ କରି ୧୭ଟି ଅପରାଧିକ ମାମଲା ତା’ ନାଁରେ ରହିଥିବା ପୋଲିସ ସୂଚନା ଦେଇଛି ।
ପୁରୀରେ ପ୍ରଥମଥର ପାଇଁ ପୋଲିସ ଏପରି ବଡ଼ ପଦକ୍ଷେପ ନେଇଛି । ଶ୍ରୀକ୍ଷତ୍ରକୁ ନିଶାମୁକ୍ତ କରିବାକୁ ପୋଲିସ ଆରମ୍ଭ କରିଛି ଅପରେସନ ଚକ୍ର । ସରକାରୀ ଜାଗାକୁ ମାଡ଼ିବସି ଘର କରି ସୁକାନ୍ତି ପଣ୍ଡା ନିଶା ବେପାର ଚଲାଉଥିଲା । ଆଉ ଜ୍ବାଇଁ ଟିକି ଖାନ ଧୀରେ ଧୀରେ ହେଉଥିଲା ଅପରାଧର ବାଦଶାହା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/16/demolition-2025-12-16-19-10-36.jpg)