PITABAS-MURDER Photograph: (OTV)
ଖୁବଶୀଘ୍ର ଖୋଲିବ ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ମର୍ଡର ମିଷ୍ଟ୍ରି। ଅପରାଧୀଙ୍କୁ ଧରିବାକୁ ଜାଲ ବିଛାଇଛି ପୋଲିସ। ସିଟିଟିଭି ଘାଣ୍ଟିବା ପରେ ବହୁ କ୍ଲୁ ମିଳିଛି। ୫୦ରୁ ଅଧିକ ଲୋକଙ୍କୁ ଜେରା ସରିଥିବା ବେଳେ ସ୍କାନରରେ ଥିବା ୫-୬ ଜଣଙ୍କୁ ଅଧିକ ପଚରାଉଚରା ହେଉଛି।
ଯେଉଁମାନଙ୍କ ଉପରେ ବୁଲୁଛି ପୋଲିସର ସନ୍ଦେହୀ ଆଖି। ସେହିପରି ହତ୍ୟା ରହସ୍ୟକୁ ବଢ଼ାଇଛି ପୀତବାସଙ୍କ ଯାଆସ ରୁଟରେ ଗୋଟିଏ ଦାମୀ ଗାଡ଼ି। ଖୁବଶୀଘ୍ର ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ଖୁଲାସା ହେବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି। ...
କେଉଁଠି ଆତ୍ମଗୋପନ କରିଛନ୍ତି ବ୍ରହ୍ମପୁରର ଜଣାଶୁଣା ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାର ଜହ୍ଲାଦ ? କୁଆଡ଼େ ଫେରାର ମାରିଲେ ? ରାଜ୍ୟ ଭିତରେ ନା ବାହାରକୁ ଖସି ପଳାଇଲେ ? ପୀତବାସଙ୍କୁ ମର୍ଡର ଯେ ପ୍ଲି-ପ୍ରାନଡ୍ ଥିଲା ପ୍ରଥମ ଦିନରୁ ଏକଥା ସ୍ପଷ୍ଟ। ୫ ଦିନ ହେଲାଣି ନା ଜଣା ପଡିଛି ମର୍ଡର ମୋଟିଭ୍ ନା ଧରା ପଡିଛନ୍ତି ହତ୍ୟାକାରୀ। କେବଳ ତଦନ୍ତ, ତନାଘନା ଆଉ ତଥ୍ୟ ପ୍ରମାଣ ଯୋଗାଡ଼ ଭିତରେ ହତ୍ୟା ରହସ୍ୟ ଆଢୁଆଳରେ ରହିଯାଇଛି। ଘନଘନ ରେଡ୍, ମାଳମାଳ ସିସିଟିଭି ଯାଞ୍ଚ ଆଉ ଏକାଧିକ ଲୋକଙ୍କୁ ଜେରା ପରେ ଏବେ ପୋଲିସକୁ ମିଳିଛି ବଡ଼ ଲିଡ୍।
କିଛି ଠୋସ୍ ସୁରାକ ମିଳିଛି। ଏଯାଏଁ ତଦନ୍ତରୁ ବହୁ କ୍ଲୁ ମିଳିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। କହିଛନ୍ତି, ପୀତବାସ ସେଦିନ କେତେବେଳେ ଘରୁ ବାହାରିଥିଲେ, କୁଆଡ଼େ ଯାଇଥିଲେ ଓ କେଉଁ ବାଟରେ ଯିବା ଆସିବା କରିଥିଲେ ? ସିସିଟିଭିରୁ ସବୁ ମୁଭମେଣ୍ଟର ତଥ୍ୟ ମିଳିସାରିଛି। ତାଙ୍କ ଯାଆସ ରୁଟରେ କିଛି ସନ୍ଦିଗ୍ଧଙ୍କ ଗତିବିଧି ଜଣାପଡିବାରୁ ସେମାନଙ୍କୁ ପଚରାଉଚରା ହୋଇଛି। ଗୋଟିଏ ଦାମୀ ଗାଡ଼ିର ମିଳିଛି ସୁରାକ। ଯେଉଁ ଗାଡ଼ି ପୀତବାସଙ୍କୁ ଫଲୋ କରି ଆସିଥିବା ଯାଞ୍ଚରୁ ଜଣାପଡ଼ିଥିଲା। ସେମାନଙ୍କୁ ପଚରାଉଚରା ହୋଇଛି ଓ ବୟାନର କ୍ରସ ଭେରିଫିକେସନ୍ କରାଯିବ।
ଏଯାଏଁ ୫୦ରୁ ଅଧିକ ଲୋକଙ୍କୁ ଜେରା ସରିଲାଣି। ଯେଉଁମାନଙ୍କ ଭିତରେ ଅଛନ୍ତି ପୀତାବାସଙ୍କ ଗତିବିଧି ବାବଦରେ ଜାଣିଥିବା ଲୋକ, ଅଫିସ ପାଖ ଦୋକାନୀ, ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟମାନେ। ପୋଲିସ ସ୍କାନରରେ ଏବେ ଅଛନ୍ତି ୫-୬ ଜଣ। ସେମାନଙ୍କୁ ଅଧିକ ଜେରା ଚାଲିଛି। ଜଣେ CISF ଯବାନ ସହ ୩ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ଖୁବଶୀଘ୍ର ମର୍ଡର ମିଷ୍ଟ୍ରିର ଖୁଲାସା ହେବ କହିଛନ୍ତି ବ୍ରହ୍ମପୁର ଏସପି। ...
ପୀତବାସଙ୍କୁ ହତ୍ୟା ପଛରେ ଲୁଚି ରହିଛି ଅନେକ ଗୁଢ଼ ରହସ୍ୟ। ମାଳ ମାଳ ଅସମାହିତ ପ୍ରଶ୍ନ। ହତ୍ୟାକାରୀ ଧରାପଡ଼ିଲେ ସବୁ ସତ ସାମନାକୁ ଆସିବ। ଖୋଲିବ ମର୍ଡର ମିଷ୍ଟ୍ରି। ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପୋଲିସର ପ୍ରଥମ ଟାର୍ଗେଟ। ଏକାଧିକ ଦିଗରୁ ତଦନ୍ତ ଚାଲିଥିବା ବେଳେ ୬୦ରୁ ଅଧିକ CCTVକୁ ଘାଣ୍ଟି ସାରିଲାଣି ପୋଲିସ। ରାଜ୍ୟ ଭିତରେ ଏକାଧିକ ଟିମ୍ ତନାଘନା ଚଳାଇଛି। ରାଜ୍ୟ ବାହାରେ ବି ଗୋଟିଏ ଟିମ୍ ତଦନ୍ତ କରୁଥିବା ସୂଚନା ମିଳିଛି। ଜବତ ହୋଇଛି ଦାମୀ XUV କାର। ମିଳିଥିବା ଖୋକାକୁ ବାଲିଷ୍ଟିକ ଏକ୍ସପର୍ଟଙ୍କ ପାଖରୁ ପଠାଯାଇଛି।
ରିପୋର୍ଟ ଆସିଲେ ଜଣା ପଡ଼ିବ କେଉଁ ବନ୍ଧୁକରୁ ଗୁଳି ପୀତବାସଙ୍କ ଛାତିକୁ ଭେଦିଥିଲା। ନିର୍ଦ୍ଦିଷ୍ଟ ଭାବରେ କେଉଁ ସମୟରେ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ ଟେକ୍ନିକାଲ୍ ଓ ସାଇଣ୍ଟିଫିକ୍ ଟିମ ତଦନ୍ତରୁ ଜଣାପଡିଛି।
ହତ୍ୟାର କିଛି ସମୟ ପୂର୍ବରୁ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡରେ ଥିବା ଭୂପତି ହୋଟେଲକୁ ଆସିଥିଲେ ପୀତବାସ ପଣ୍ଡା। ସେଠାରୁ ଖାଦ୍ୟ କିଣି ଘେରକୁ ଫେରୁଥିଲେ। ପରିବାର ଲୋକ ଫେରିବା ବାଟକୁ ଅନାଇ ବସିଥିବା ବେଳେ ପୀତବାସ ଜାଣି ନଥିଲେ ପଛରୁ ଗୋଡ଼ାଉଥିଲେ ଯମରୂପୀ ଜହ୍ଲାଦ। ପୋଲିସ ହୋଟେଲ୍ ଭୂପତିରୁ ସିସିଟିଭି ନେଇଛି। ବ୍ରହ୍ମପୁରର ଏହି ହାଇପ୍ରୋଫାଇଲ୍ ମର୍ଡର ଅଭିଯୁକ୍ତଙ୍କୁ ଧରିବାରେ ବିଳମ୍ବକୁ ନେଇ ଆଇନଜୀବୀମାନେ ଚିନ୍ତ ପ୍ରକଟ କରିଛନ୍ତି।
ପୀତବାସଙ୍କୁ ହତ୍ୟା ପଛରେ ବୃତ୍ତିଗତ ଶତ୍ରୁତା ନା ରାଜନୈତିକ ଆକ୍ରୋଶ। ନା ଅନ୍ୟ କୌଣସି ବଡ଼ କାରଣରୁ ସୁପାରି କିଲର ଲଗାଇ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ଜୀବନ ନେଇଗଲେ କି ? ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/10/pitabas-murder-2025-10-10-20-30-10.jpg)