Advertisment

Pitabas Panda Murder Case: ପୀତବାସଙ୍କ ସିକ୍ରେଟ ଚାମ୍ବରରୁ ମିଳିଲା ବିକ୍ରମଙ୍କ ଆପତ୍ତିଜନକ ଫଟୋ!

ପୀତବାସ ପଣ୍ଡା ହତ୍ୟା ମାମଲାରେ ସାମ୍ନାକୁ ଆସିଲା ସାଂଘାତିକ ଅଭିଯୋଗ। ସଙ୍ଗୀନ ଅଭିଯୋଗ ଆଣିଲେ ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ। ପଚାରିଲେ କୁଆଡ଼େ ଗଲା ବିକ୍ରମଙ୍କ ଆପତ୍ତିଜନକ ଫଟୋ?

Pitabas murder case

Pitabas murder case Photograph: (OTV)

Advertisment

କୁଆଡ଼େ ଗଲା ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ। ଆଜି କିଛି ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ। ବ୍ରହ୍ମପୁରର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲା ପୁଣି ଚର୍ଚ୍ଚାକୁ ଆସିଛି।

Advertisment

ପୀତବାସଙ୍କୁ ହତ୍ୟା ପରେ ତାଙ୍କ ପଇତାରୁ ମିଳିଥିଲା ସିକ୍ରେଟ୍ ଚାମ୍ବର ଚାବି। ଆଉ ସେଇ ଚାବିରେ ଖୋଲିଥିଲା ପୀତବାସଙ୍କ ସିକ୍ରେଟ୍ ଚାମ୍ବର। ସେଥିରେ କିଛି ଫଟୋ ଓ ପେନ୍ ଡ୍ରାଇଭ୍ ଥିଲା। ଫଟୋରେ ବିକ୍ରମଙ୍କ ଆପତ୍ତିଜନକ ଫଟୋ ଥିଲା। ଏମିତିକି ମିଳିଥିବା ପେନ୍ ଡ୍ରାଇଭରେ ବି ସେଇ ସବୁ ଫଟୋ ଥିଲା। ଏନେଇ ପୀତବାସଙ୍କ ପତ୍ନୀ ସୁସ୍ମିତାଙ୍କ ଉପସ୍ଥିତିରେ ଏସବୁକୁ ଜବତ କରାଯାଇଥିଲା। ଚାର୍ଜସିଟରେ ବି ଏହି ତଥ୍ୟ ଥିଲା କିନ୍ତୁ କୋର୍ଟରେ ସେ ସବୁ ଦର୍ଶାଯାଇନଥିବା କହିଛନ୍ତି ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ।

ଏଭଳି ଅଭିଯୋଗ ଆସିବା ପରେ ମାମଲାକୁ ନେଇ ରହସ୍ୟ ବଢ଼ିଛି।.ତା’ ସହ ଘଟଣାକୁ ନେଇ ସାମ୍ନାକୁ ଆସିଛି ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ବୟାନନାମା। ସେଥିରେ ଲେଖାଯାଇଛି କି, ମହିଳାଙ୍କ ସହ ବିକ୍ରମଙ୍କ ଚାରୋଟି ଫଟୋ ମିଳିଥିଲା। ଖଟରେ ହାତ ଧରି ଶୋଇଥିବା ଫଟୋ ଥିବା ବେଳେ ପାଖରେ ମଦ ଗ୍ଲାସ୍ ବି ଥିଲା।

Advertisment

ମିଳିଥିବା ପେନ୍ ଡ୍ରାଇଭକୁ କମ୍ପୁଟରରେ ଚଲାଇବା ପରେ ମଧ୍ୟ ସେହି ଚାରୋଟି ଫଟୋ ଫାଇଲ ଆକାରରେ ଥିଲା। ଏସବୁକୁ ପୀତବାସଙ୍କ ପତ୍ନୀଙ୍କ ସମ୍ମୁଖରେ ସିଜ୍ କରିଥିଲା ପୋଲିସ୍। ତେଣୁ ଏବେ ପ୍ରଶ୍ନ ଉଠୁଛି କି ପୋଲିସ୍ କିଛି ଲୁଚାଉଛି କି? ଯଦି, ଲୁଚାଉଛି ତାହେଲେ କାରଣ କ’ଣ? କେଉଁ ମହିଳାଙ୍କ ସହ ବିକ୍ରମ ଥିଲେ? ଏସବୁ ଫଟୋ ଅସଲି ନା ନକଲି? ସେପଟେ ଏଘଟଣାକୁ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି। 

ସୂଚନାଯୋଗ୍ୟ ଯେ, ଜାନୁଆରୀ ୪ ତାରିଖରେ ଏହି ମାମଲାରେ ୧୬ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ଗତବର୍ଷ ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତି ୧୦ଟାରେ ବୈକୁଣ୍ଠନଗର ଛକରେ ଘର ଆଗରେ ପୀତବାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୁଲିସ ଚାର୍ଜସିଟ୍ ଅନୁସାରେ ଏହା ପୂର୍ବରୁ ସେପ୍ଟେମ୍ବର ୧୦ ଏବଂ ୧୪ ତାରିଖରେ ପୀତବାସଙ୍କୁ ହତ୍ୟା କରିବାକୁ ଆସି ଅଭିଯୁକ୍ତମାନେ ନିରାଶ ହୋଇଥିଲେ । ଚାର୍ଜସିଟରେ  ଆଉ ଏକ ନୂଆ କାରଣ ଯୋଡ଼ିହେବା ପରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। 

Advertisment
Berhampur Bikram Panda Pitabas Panda Murder Case pitabas murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ