Jail Photograph: (OTV)
ପାରୋଲରେ ଯାଇ ଚକମା ଦେଲେ ୨ କଏଦୀ । ଦୁଇ କଏଦୀ ଛୁଟିରେ ଯାଇ ଆଉ ଫେରୁ ନାହାନ୍ତି ଭୁବନେଶ୍ବର ଝାରପଡ଼ା ଜେଲ। ହତ୍ୟାକାରୀ ଫୁଲବାଣୀର ସୁଶୀଲ ଦିଗଲ ଓ ଦୁଷ୍କର୍ମକାରୀ ଢେଙ୍କାନାଳର ରଞ୍ଜିତ ନାୟକ ଛୁଟିରେ ଯାଇ ଆଉ ଝାରପଡ଼ା ଜେଲ ଫେରି ନାହାନ୍ତି। ସୁଶୀଲ ବର୍ଷେ ହେବ ଫେରାର ଥିବାବେଳେ ରଞ୍ଜିତ ଗତ ଅକ୍ଟୋବର ମାସଠାରୁ ଫେରାର୍ ରହିଛି ।
ଜେଲ ବିଭାଗର ଦାୟିତ୍ୱହୀନତା
ସୁଶୀଲ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜା କାଟୁଥିବା ବେଳେ ରଞ୍ଜିତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଛି । ଖାଲି ଏତିକି ନୁହେଁ, ସାମ୍ନାକୁ ଆସିଛି ରାଜ୍ୟ ଜେଲ ବିଭାଗର ଦାୟିତ୍ୱ ହୀନତା । କାରଣ ସାରା ରାଜ୍ୟର ବିଭିନ୍ନ ଜେଲ଼ରୁ ଏହିଭଳି ୫୦ରୁ ଅଧିକ କଏଦୀ ଛୁଟିରେ ଯିବା ପରେ ଆଉ ଜେଲ ଫେରି ନାହାନ୍ତି । ଯାହାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଲ DG ବ୍ୟକ୍ତିଗତ ହାଜର ହୋଇଥିଲେ ।
୨ କଏଦୀ ଝାରପଡ଼ା ଜେଲରୁ ଛୁଟିରେ ଯାଇ ଆଉ ଫେରିନାହାନ୍ତି
ଜଣକୁ ଆଜୀବନ ସଜା ଓ ଆଉ ଜଣକୁ ୨୦ ବର୍ଷ ସଜା ମିଳିଥିଲା
ରାଜ୍ୟରେ ବିଭିନ୍ନ ଜେଲ଼ରେ ଥିବା ୫୦ରୁ ଅଧିକ କଏଦୀ ଫେରିନାହାନ୍ତି
ପଦାରେ ପଡ଼ିଲା ଜେଲ ବିଭାଗର ଦାୟିତ୍ବହୀନତା !
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/19/jail-2025-12-19-11-02-22.jpg)