Advertisment

Dressed to Deceive: ରାଜଧାନୀରେ ପୁଣି ମାତିଲେ ମଣ୍ଡପ ଲୁଟେରା, ସୁଟ୍ ବୁଟ୍ ପିନ୍ଧା ଅତିଥି ବେଶରେ ଆସି ଲୁଟ୍

ସାବଧାନ ! ରାଜଧାନୀରେ ମାତିଛନ୍ତି ଭଦ୍ରମୁଖା ଚୋର। ବିବାହ ମଣ୍ଡପରୁ କଳାକନା ବୁଲାଉଛନ୍ତି। ଲୁଟି ନେଉଛନ୍ତି କନ୍ୟାର ଗିଫ୍ଟ ଟଙ୍କା ଓ ଅଳଙ୍କାର। ନବାବୀ ଥାଟରେ ଆସି ସୁବିଧା ସୁଯୋଗ ଦେଖି ଟଙ୍କା, ଗହଣା ଧରି ଫେରାର୍ ହୋଇଯାଉଛନ୍ତି।

LOOT

LOOT Photograph: (OTV)

Advertisment

ସୁଟ୍ ବୁଟ୍ ପିନ୍ଧି ଆସିଲେ
ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଲେ
ସାବଧାନ ! ମାତିଛନ୍ତି ଅତିଥି ଚୋର
ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ
ଭଦ୍ରମୁଖା ବେଶରେ ଆସି ଲୁଟପାଟ୍
ଭୁବନେଶ୍ବରରେ ଲୁଟର ନୂଆ ଫଣ୍ଡା। ବିବାହ ମଣ୍ଡପରେ ଅତିଥି ବେଶରେ ପଶି, ସୁବିଧା ସୁଯୋଗ ଦେଖି କେବେ ଟଙ୍କା ତ କେତେବେଳେ ଗିଫ୍ଟ ଆଉ ସୁନା ଗହଣା ଧରି ଛୁ ମାରୁଛନ୍ତି ଲୁଟେରା। ବିବାହ ସିଜିନରେ ଏମିତି ଘଟଣା ରାଜଧାନୀରେ ନିତି ଦିନିଆ ପାଲିଟିଲାଣି। 

Advertisment

କନ୍ୟାର ଗିଫ୍ଟ ଟଙ୍କା ନେଇ ଚମ୍ପଟ ମାରିଲେ ଚୋର। ସମସ୍ତେ ନାଚ ଗୀତରେ ମସଗୁଲ୍ ଥିବା ବେଳେ କଳାକନା ବୁଲାଇଲେ ଲୁଟେରା। ଏକ ହୋଟେଲରେ ଚାଲିଥିଲା ସଙ୍ଗୀତ ସେରିମୋନୀ। ଆଉ ମଣ୍ଡପ ପାଖରୁ କନ୍ୟାର ଗିଫ୍ଟ ଟଙ୍କା ନେଇ ଲୁଟେରା ଛୁ ମାରିଲେ। ସିସିଟିଭିରେ କଏଦ ଦୃଶ୍ୟରେ ଦେଖିବାକୁ ମିଳିଛି ଦୁଇ ଜଣ ଲୁଟେରା ତରବର ହୋଇ ହୋଟେଲରୁ ବାହାରୁଛନ୍ତି।

ଜଣଙ୍କର ହାତରେ ଟଙ୍କା ବ୍ୟାଗ୍ ଥିବା ବେଳେ ଅନ୍ୟ ଜଣେ ଚୋର ତାଙ୍କୁ ଏସକର୍ଟ କରି ଆସିଲା। ବାହାରେ ଷ୍ଟାର୍ଟ ମୋଡରେ ଥିବା କାରରେ ବସି ଦୁହେଁ ଆରାମରେ ଖସି ପଳାଇଲେ। ନୟାପଲ୍ଲୀ ଅଞ୍ଚଳରେ ଗତ ୫ ତାରିଖ ସନ୍ଧ୍ୟା ୭ଟା ୫୪ ମିନିଟରେ ଏହି ଲୁଟ୍ ହୋଇଥିଲା। ... 

Advertisment

ବୁଲି ପଡ଼ିବା ବେଳକୁ ବ୍ୟାଗ ଗାଏବ

ଅଭିଯୋଗକାରୀ କହିଛନ୍ତି, ବ୍ୟାଗରେ ସାଢ଼େ ୩ ଲକ୍ଷ ଟଙ୍କା ଥିଲା। ପତ୍ନୀ ଥୋଇ ଦେଇ ବୁଲି ପଡ଼ିବା ବେଳକୁ ବ୍ୟାଗ ଗାଏବ। ଅର୍ଥାତ ଲୁଟେରା ଜାଣିଥିଲେ ବ୍ୟାଗରେ ଟଙ୍କା ଅଛି। ତେଣୁ ରଖିବା କ୍ଷଣି ଝାମ୍ପି ସୁଯୋଗ ପାଇ ହଡ଼ପ କରିଥିଲେ। ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବା ସ୍ଥାନରେ କୌଣସି ସିସିଟିଭି ନଥିବାରୁ ଚୋରଙ୍କୁ ଠାବ କରିବାରେ ଅସୁବିଧା ହୋଇଥିଲା। 

ବାହାରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିଲା ଚେହେରା। ସେମାନେ ହୋଟେଲ କର୍ମଚାରୀଙ୍କ ଭଳି ବେଶଭୂଷାରେ ଭିତରେ ବୁଲାବୁଲି କରୁଥିଲେ। ତେଣୁ କାହାରି ସନ୍ଦେହ ହୋଇ ନଥିଲା। ଏଥିରେ ହୋଟେଲ କର୍ମଚାରୀଙ୍କର ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଏନେଇ ହୋଟେଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ସିସିଟିଭି ଫୁଟେଜ୍ ଆଧାରରେ ତନାଘନା କରୁଛି ପୋଲିସ। ...

Advertisment

କେତେବେଳେ ବରଯାତ୍ରୀ ବେଶରେ ତ କେବେ କନ୍ୟାପକ୍ଷର ଅତିଥି ଭାବରେ ଆସୁଛନ୍ତି ଚୋର। ନବାବୀ ଥାଟରେ ଆସି ବିବାହ ମଣ୍ଡପରୁ ଲୁଟ୍ କରି ଖସି ଯାଉଛନ୍ତି। ସେମାନଙ୍କର ବେଶଭୂଷା ଦେଖିଲେ ଟିକିଏ ବି ସନ୍ଦେହ ହେବନି। ଭୁବନେଶ୍ବରରେ ଏଭଳି ଚୋରି ପ୍ରଥମ ନୁହେଁ। ପୂର୍ବରୁ ୨୦୨୨ ଜାନୁଆରୀ ଓ ୨୦୨୪ ଫେବ୍ରୁଆରୀରେ ବି ବିବାହ ମଣ୍ଡପରୁ ଗିଫ୍ଟ ଟଙ୍କା ଓ ସୁନା ଗହଣା ବ୍ୟାଗ୍ ଧରି ଛୁ ମାରିଥିଲେ ଲୁଟେରା ଓ ମାଷ୍ଟରମାଇଣ୍ଡ।

ଏବେ ପ୍ରଶ୍ନ ଉଠୁଛି ବିବାହ ସିଜିନରେ ସକ୍ରିୟ ହେଉଛନ୍ତି କି ଭଦ୍ରମୁଖା ଲୁଟେରା ? ଏମାନଙ୍କର ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ ରହିଛି କି ? ସେମାନଙ୍କର ହୋଟେଲ୍ କର୍ମଚାରୀଙ୍କ ଲିଙ୍କ ରହୁଛି କି ? ଅତିଥି ଚୋରଙ୍କୁ କେହି ଜାଣି ପାରୁ ନାହାନ୍ତି କେମିତି ? ତେଣୁ ଏଦିଗରେ ଲୋକ ଅଧିକ ସଚେତନା ହେବା ସହ ପୋଲିସକୁ ବି ପଦକ୍ଷେପ ନେବା ଜରୁରୀ। ... 

Gold Ornaments Looted Cash Looted
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ