Advertisment

Job Fraud: ମାଷ୍ଟରମାଇଣ୍ଡ ସାଜିଥିଲେ ପଦ୍ମାବତୀ ଓ ରାହୁଲ, ପ୍ରାୟ ୧୮ ଶହ ଲୋକଙ୍କୁ  ଠକିଛନ୍ତି

ଦୁଇ ମାଷ୍ଟରମାଇଣ୍ଡଙ୍କୁ ଗିରଫ କଲା ପୋଲିସ୍ । ସେମାନଙ୍କଠାରୁ ଜବତ କଲା ପୁଳାପୁଳା ଟଙ୍କା । ରାକେଟର ଚେର କେତେ ବାଟ ଲମ୍ବିଛି ? ତଦନ୍ତ କରୁଛି ପୋଲିସ । ଠକିଛନ୍ତି ପ୍ରାୟ ୨ କୋଟି ଟଙ୍କା ।

job fraud

job fraud Photograph: (OTV)

Advertisment

ସମ୍ବଲପୁର ଝାଡ଼ୁଦାର ଚାକିରି ମହାଘୋଟାଲାର ମାଷ୍ଟରମାଇଣ୍ଡ ସାଜିଥିଲେ ପଦ୍ମାବତୀ ଆଉ ରାହୁଲ । ଉଭୟ ଲୋକଙ୍କଠୁ ଆଦାୟ କରୁଥିଲେ ଟଙ୍କା । ଯାହାର ଏକ୍ସକ୍ଲୁସିଭ୍ ଭିଜୁଆଲ୍ ଲାଗିଛି ଓଟିଭି ହାତରେ । ପଦ୍ମାବତୀ ଲୋକଙ୍କ ସାଙ୍ଗରେ ମୂଲଚାଲ କରି ଟଙ୍କା ଆଦାୟ କରୁଥିଲା । ରାହୁଲ ମଧ୍ୟ ସମାନ କାମରେ ନିୟୋଜିତ ହୋଇଥିଲା ।

Advertisment

ଠକେଇର ଶିକାର ହୋଇଥିବା ଶହଶହ ଲୋକ ଏନେଇ ଏସପି ଅପିସରେ ଅଭିଯୋଗ କରିବା ସହିତ ଠକେଇ ଟଙ୍କା ଦାବି କରିଛନ୍ତି । ସମ୍ବଲପୁରରେ ସରକାରୀ ସଂସ୍ଥାରେ ଝାଡ଼ୁଦାର ଚାକିରି ମିଥ୍ୟା ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ହୋଇଛି। 

ଠକେଇ ଅଭିଯୋଗରେ ବୁର୍ଲା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬୨ ଲକ୍ଷ ଟଙ୍କା ଜବତ ହୋଇଛି। ପ୍ରାୟ ୨ କୋଟି କଲେକ୍ସନ ହୋଇଥିବା ସୂଚନା ମିଳିଛି । ପ୍ରାୟତଃ ସମ୍ୱଲପୁର, ବରଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାରୁ ଠକେଇ କରିଥିବାବେଳେ ଝାଡ଼ୁଦାର ଚାକିରି ଦେବା ନାଁରେ ୧୨ ହଜାର ଲେଖାଏଁ ଆଦାୟ କରାଯାଉଥିଲା । ୧୮ ଶହ ଲୋକ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି ।

Advertisment

ସରକାରୀ ସଂସ୍ଥାରେ ଝାଡ଼ୁଦାର ଚାକିରି ପ୍ରଲୋଭନ ଦେଖାଇ ଗରିବ ଲୋକଙ୍କ ଠାରୁ ଠକି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ଠକ ଦଳ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨ କୋଟି ଟଙ୍କା ଆଦାୟ କରିଥିବାର ଅଭିଯୋଗ ହୋଇଛି ।  ଏମାନେ ହାତାହାତି ଟଙ୍କା ନେଉଥିଲେ । ଏହି ରାକେଟ୍ ବିଭିନ୍ନ ଜିଲ୍ଲାରେ ଠକେଇ କରିଥିବାର ଜଣାପଡିଛି ।  ଝାଡ଼ୁଦାର ଚାକିରି ଦେବା ନାଁରେ ଜଣକଠାରୁ ୧୨ ହଜାର ଲେଖାଏଁ  ଏମାନେ ଆଦାୟ କରୁଥିଲେ । 

ଏହି ଘଟଣାର ତଦନ୍ତ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୬୨ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । 

Advertisment

Job Fraud Job Fraud In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ