Advertisment

Illegal Ganja Cultivation: ଦେଢ଼ କୋଟି ଭସ୍ମ: ହଠାତ୍ ଚଢ଼ାଉ କଲେ , ସବୁ ପୋଡ଼ିଦେଲେ

୪୫ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ। କନ୍ଧମାଳ ଜିଲ୍ଲା ପୋଲିସ, ଅବକାରୀ, ଜଙ୍ଗଲ ଏବଂ ରାଜସ୍ବ ବିଭାଗ ମିଳିତ ଭାବେ ଜିଲ୍ଲାରେ ଅପେରସନ "ନୀଳ ଜହର" ଜାରି ରଖିଛନ୍ତି।  ସେହିପରି ଗଞ୍ଜାମ ସାନଖେମୁଣ୍ଡିରେ ପାଟପୁର ପୋଲିସର ଅପରେସନ ଗ୍ରୀନ କ୍ଲିନ୍। କୋଟିଏ ଟଙ୍କାରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।

Ganja Cultivation

Ganja Cultivation Photograph: (OTV)

Advertisment

୪୫ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ। କନ୍ଧମାଳ ଜିଲ୍ଲା ପୋଲିସ, ଅବକାରୀ, ଜଙ୍ଗଲ ଏବଂ ରାଜସ୍ବ ବିଭାଗ ମିଳିତ ଭାବେ ଜିଲ୍ଲାରେ ଅପେରସନ "ନୀଳ ଜହର" ଜାରି ରଖିଛନ୍ତି। 

Advertisment

ମିଳିତ ଟିମ ଗତକାଲି ଟିକାବାଲି ଥାନା ଅଞ୍ଚଳର ବିଭିନ୍ନ ଗାଁ ନିକଟବର୍ତ୍ତୀ ଜଙ୍ଗଲରେ ଚଢ଼ାଉ କରି ପ୍ରାୟ ୪୬ ଏକର ଜାଗାରୁ ବେଆଇନ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କନ୍ଧମାଳ ଜିଲ୍ଲା ପୋଲିସଠାରୁ ସୂଚନା ମିଳିଛି।  ଟିକାବାଲି ଥାନା ବେହେରାଗାଁ ପଞ୍ଚାୟତର ପଦ୍ମା, ଲଣ୍ଡାପାଜୁଏବଂ ସୂନାପାଙ୍ଗା ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରୁ ଗଞ୍ଜେଇ ଗଛ କାଟି ନଷ୍ଟ କରିଛନ୍ତି। 

ସେହିପରି ଗଞ୍ଜାମ ସାନଖେମୁଣ୍ଡିରେ ପାଟପୁର ପୋଲିସର ଅପରେସନ ଗ୍ରୀନ କ୍ଲିନ୍। କୋଟିଏ ଟଙ୍କାରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ପାଟପୁର ଥାନା ଏସ.ଗୋପାଳପୁର ପଞ୍ଚାୟତର ଗୋଠବଣିଆ ଚଢେଇବସା କମଳାଖାଲ ଗାଁ ନିକଟ ଜଙ୍ଗଲରୁ ପ୍ରାୟ ୮ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି।  

Advertisment

ସାନଖେମୁଣ୍ଡି ଅତିରିକ୍ତ ତହସିଲଦାରଙ୍କ ସହ ଆସିକା ଏସଡ଼ିପିଓ, ପାଟପୁର ଏବଂ ଆସିକା ଥାନା ଅଧିକାରୀ ପ୍ରମୁଖ ଚଢାଉରେ ସାମିଲ ଥିଲେ l ଘଞ୍ଚ ଜଙ୍ଗଲରୁ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ପ୍ରାୟ ୮ଏକରରୁ ଉର୍ଦ୍ଧ ଚାଷ ଜମିରୁ ୮ ହଜାର ଗଞ୍ଜେଇ ଗଛ କଟାଯାଇଛି । ପରେ ନିଆଁ ଲଗାଇ ସମସ୍ତ ଗଛକୁ ପୋଡି ଦିଆଯାଇଥିଲାl

Ganja Cultivation In Odisha Illegal Ganja Cultivation Ganja Cultivation Destroyed Ganja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ