Advertisment

One-Sided Lover Kills Software Engineer: ଦେହ ସୁଖ ପାଇଁ ରାଜି ହେଲେନି ଇଞ୍ଜିନିୟର, ଜୀବନ ନେଲା ୧୮ ବର୍ଷୀୟ ଛାତ୍ର

ପେସାରେ ସଫ୍ଟୱେୟାର ଇଞ୍ଜିନିୟର ଥିବା ଶର୍ମିଲା ଆସେଞ୍ଚରରେ କାମ କରୁଥିଲେ। ବେଙ୍ଗାଲୁରୁ ସ୍ଥିତ ରାମମୂର୍ତ୍ତୀ ନଗର ସୁବ୍ରମଣ୍ୟ ଲେ ଆଉଟ ଆପାର୍ଟମେଣ୍ଟର ଗୋଟିଏ ରୁମରେ ରହୁଥିଲେ। ଘଟଣା ଦିନ ତାଙ୍କ ରୁମରେ ଅଗ୍ନିକାଣ୍ଡ ଘଟିଥିବାରୁ ଏଥିରେ ଅଣନିଃଶ୍ୱାସୀ ହୋଇ ଶର୍ମିଲା ପ୍ରାଣ ହରାଇଥିବା କୁହାଯାଇଥିଲା।

Murder

Murder Photograph: (OTV)

Advertisment

ପ୍ରଥମେ ତଣ୍ଟି ଚିପିଲା। ପରେ ପୋଡି ମାରିଲା। ମିଳିଲାନି ଦେହ ସୁଖ, ରାଗିଗଲା ୱାନ୍ ସାଇଡ ଲଭର୍। ପ୍ରେମିକାକୁ ପୋଡ଼ି ମାରିଲା। ଏକତରଫା ପ୍ରେମିକର ଏଭଳି କିଛି ଭୟଙ୍କର କାରନାମାର ପର୍ଦ୍ଦାଫାଶ ହୋଇଛି ବେଙ୍ଗାଲୁରୁରେ। ୩୪ ବର୍ଷୀୟ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ଜଣେ ୧୮ ବର୍ଷୀୟ ଛାତ୍ର। 

Advertisment

ମୃତକ ଜଣକ ହେଲେ ୩୪ ବର୍ଷୀୟ ଶର୍ମିଲା ଡିକେ। ପେସାରେ ସଫ୍ଟୱେୟାର ଇଞ୍ଜିନିୟର ଥିବା ଶର୍ମିଲା ଆସେଞ୍ଚରରେ କାମ କରୁଥିଲେ। ବେଙ୍ଗାଲୁରୁ ସ୍ଥିତ ରାମମୂର୍ତ୍ତୀ ନଗର ସୁବ୍ରମଣ୍ୟ ଲେ ଆଉଟ ଆପାର୍ଟମେଣ୍ଟର ଗୋଟିଏ ରୁମରେ ରହୁଥିଲେ। ଘଟଣା ଦିନ ତାଙ୍କ ରୁମରେ ଅଗ୍ନିକାଣ୍ଡ ଘଟିଥିବାରୁ ଏଥିରେ ଅଣନିଃଶ୍ୱାସୀ ହୋଇ ଶର୍ମିଲା ପ୍ରାଣ ହରାଇଥିବା କୁହାଯାଇଥିଲା। 

ପୋଲିସ ମୃତଦେହକୁ ଜବତ କରି ଗୋଟିଏ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଥିଲା। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବିଜ୍ଞାନ ଭିତ୍ତିକ ଓ ବୈଷୟିକ ଯାଞ୍ଚ ବେଳେ ଶର୍ମିଲାଙ୍କ ରୁମ ସାମ୍ନାରେ ଥିବା ଘରେ ଭଡ଼ାରେ ଥିବା ୧୮ ବର୍ଷୀୟ କର୍ଣ୍ଣାଲ କୁରାଇ ସନ୍ଦେହ ଘେରକୁ ଆସିଥିଲା। କର୍ଣ୍ଣାଲ କୁରାଇ ଓରଫ କ୍ରିଷ୍ଣାୟା କେରଳର ଜଣେ ପିୟୁସି ଛାତ୍ର।

Advertisment

ଶର୍ମିଲା ଏକାକୀ ରହୁଥିବାରୁ କ୍ରିଷ୍ଣାୟା ଏକତରଫା ଭାବେ ତାଙ୍କୁ ଭଲ ପାଉଥିଲା। ଏଥିସହ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାହୁଁଥିଲା। ଜାନୁଆରୀ ୨ ତାରିଖ ରାତିରେ ବାଲକୋନୀର ଝରକା ଦେଇ ଶର୍ମିଲାଙ୍କ ରୁମ ଭିତରେ ପଶି ଯାଇଥିଲା। 

ରୁମରେ ପଶି ସେ ଶର୍ମିଲାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲା। ହେଲେ ଏହାକୁ ଶର୍ମିଲା ବିରୋଧ କରିଥିଲେ। ଏତିକିରେ ରାଗି ଯାଇଥିଲା କ୍ରିଷ୍ଣାୟା। ଶର୍ମିଲାଙ୍କ ବେକ ମୁଣ୍ଡାକୁ ପିଟି ଦେଇଥିଲା। ଫଳରେ ସେ ଚେତା ହରାଇ ତଳେ ପଡ଼ି ଯାଇଥିଲେ। ଶର୍ମିଲା ଚେତାଶୂନ୍ୟ ଅବସ୍ଥାରେ ଥିବା ବେଳେ କ୍ରିଷ୍ଣାୟା ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। 

Advertisment

ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଓ ପ୍ରମାଣ ନଷ୍ଟ କରିବା ପାଇଁ ଶର୍ମିଲାଙ୍କ ବେଡ ରୁମରେ କ୍ରିଷ୍ଣାୟା ନିଆଁ ଲଗାଇ ଦେଇଥିଲେ। ଫଳରେ ଧୂଆଁ ଘରର ଅନ୍ୟ ରୁମକୁ ବ୍ୟାପୀ ଯାଇଥିଲା। ତଦନ୍ତକୁ ବାଟମାରଣା କରି ଶର୍ମିଲା ଧୂଆଁରେ ଅଣନିଃଶ୍ୱାସୀ ହୋଇ ପ୍ରାଣ ହରାଇଥିବା ସମସ୍ତଙ୍କୁ ଜଣାଇବା ପାଇଁ କ୍ରିଷ୍ଣାୟା ଏପରି କରିଥିଲା। 
ହେଲେ ପୁଲିସ୍‌ ଘଟଣାର ତଦନ୍ତ କରି କ୍ରିଷ୍ଣାୟାକୁ ଉଠାଇ ନେଇଥିଲା। ଜେରା ବେଳେ ସେ ତା’ର ଅପରାଧକୁ ସ୍ୱୀକାର କରିଛି।

ତଦନ୍ତରୁ ଜଣାପଡ଼ିଛି ଯେ ଶର୍ମିଲା  ଓ କ୍ରିଷ୍ଣାୟା ପରସ୍ପରକୁ ଜାଣିଥିଲେ। ହେଲେ ଶର୍ମିଲା ପ୍ରାୟତଃ କ୍ରିଷ୍ଣାୟା ସହ କଥା ହେଉନଥିଲେ। ତଥାପି କ୍ରିଷ୍ଣାୟା ତାଙ୍କୁ ମନେମନେ ପସନ୍ଦ କରୁଥିଲା। ବୟସରେ ଶର୍ମିଲା ବଡ଼ ହୋଇଥିଲେ ହେଁ କ୍ରିଷ୍ଣାୟା ତାଙ୍କ ସହ ଯୌନ ସମ୍ପର୍କ ରଖିବାକୁ ଚାହୁଁଥିଲା। ଏଥିରେ ବିଫଳ ହେବାରୁ ସେ ତାଙ୍କ ଜୀବନ ନେଇଥିବା ଜଣାପଡିଛି। ପୁଲିସ୍‌ କ୍ରିଷ୍ଣାୟାକୁ ଗିରଫ କରି ୩ ଦିନିଆ ରିମାଣ୍ଡରେ ନେଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Bengaluru Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ