Advertisment

Odisha Police Conduct Major Raids: ମାରାଥନ ରେଡ୍, ଥରହର ମଦ ମାଫିଆ ଓ ଜୁଆଡୀ

ଆସିକା ପୋଲିସର ସ୍ବତନ୍ତ୍ର ଅପରେସନ୍। ବିଭିନ୍ନ ସ୍ଥାନରେ ଚଢାଉ କରି ଦିନକରେ ୩୪ ଜଣଙ୍କୁ ଗିରଫ କରିଛି ପୋଲିସ। ମଦ ତିଆରି କାରଖାନା, ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିଲା।

34 ARREST

34 ARREST Photograph: (OTV)

Advertisment

ଆସିକା ପୋଲିସର ସ୍ବତନ୍ତ୍ର ଅପରେସନ୍। ବିଭିନ୍ନ ସ୍ଥାନରେ ଚଢାଉ କରି ଦିନକରେ ୩୪ ଜଣଙ୍କୁ ଗିରଫ କରିଛି ପୋଲିସ। ମଦ ତିଆରି କାରଖାନା, ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିଲା। 

Advertisment

କାଳଷଣ୍ଢପୁର ନିକଟ ଋଷିକୁଲ୍ୟା ନଦୀ ବ୍ରିଜ୍ ଉପରେ କଡା ଚେକିଂ କରି ୭ ଏସ୍.ଏମ୍ ମାଉଜର ଓ ୩ଟି ଗୁଳି ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ବାଲିସିରା ଓ ବଡ଼ଗଡ଼ ଥାନା ରୁଗୁମୁ ଗାଁରେ ରେଡ କରି ତିନି ହଜାର ଲିଟର ପୋଚ ନଷ୍ଟ କରିବା ସହିତ ୧୫୦ ଲିଟର ମଦ, ଗୁଡ଼ ଓ ୟୁରିଆ ଜବତ କରି ୫ ଜଣ ଗିରଫ ହୋଇଛନ୍ତି।

ସେହିପରି ଧରାକୋଟ, ପାଟପୁର, ହିଞ୍ଜିଳି, ବଡ଼ଗଡ଼ ଓ ଶେରଗଡ଼ ଥାନା ଅଞ୍ଚଳରେ ଚାଲିଥିବା ଜୁଆଆଡ଼ା ଉପରେ ଚଢ଼ଉ କରି ୨୭ ଜଣ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୮୦ ହଜାର ଟଙ୍କା ଜବତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଏସଡିପିଓ ସନ୍ତୋଷ କୁମାର ଜେନା।

Advertisment

ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ମାମଲା ଥିବା ବେଳେ କାହାକୁ ଟାର୍ଗେଟ୍ କରି ମାଉଜର୍ ଆସିଥିଲା ତା’ର ତଦନ୍ତ କରୁଛି ପୋଲିସ।

ଆସିକା ପୋଲିସର ସ୍ବତନ୍ତ୍ର ଅପରେସନ
ଆସିକାର ବିଭିନ୍ନ ସ୍ଥାନରେ ଚଢାଉ
ଗୋଟିଏ ରାତିରେ ୩୪ ଜଣ ଗିରଫ
ମଦ ତିଆରି କାରଖାନା, ଜୁଆଆଡ୍ଡା ଉପରେ ରେଡ୍
ଚେକିଂ ବେଳେ ମାଉଜର ଜବତ ୨ ଗିରଫ
ମଦ କରଖାନାରେ ଚଢାଉ, ୫ ଗିରଫ
ଜୁଆଆଡ୍ଡାରେ ଚଢାଉ, ୨୭ ଗିରଫ
କାହିଁକି ଆସିଥିଲା ମାଉଜର୍, ତଦନ୍ତ ଜାରି

Advertisment
Odisha Liquor Gambling Alcohol Police Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ