Advertisment

Glamour & Glow: ରାତି ହେଲେ ଜମୁଥିଲା ଆସର, ଚିକମିକ ଆଲୁଅରେ ମତୁଆଲା କରୁଥିଲେ ବାର ଡ୍ୟାନ୍ସର

ରଙ୍ଗୀନ ହେଉଥିଲେ ଯୁବକ ଯୁବତୀ । ‘ନୋ ଲିମିଟ ଏୟାର୍’ ପଛରେ ସଂଘାତିକ କାହାଣୀ । ବଟି ଦେଇ ଚଲାଉଥିଲେ ବାର ! ‘ନୋ ଲିମିଟ ଏୟାର୍’ ପଛରେ ଅନଲିମିଟେଡ ଷ୍ଟୋରୀ। ସଂଧ୍ୟା ହେବା ମାତ୍ରେ ରୁଫ ଟପରେ ଜମୁଥିଲା ଯୁବକ ଯୁବତୀଙ୍କ ଭିଡ।

NO-LIMIT-AIR

NO-LIMIT-AIR Photograph: (OTV)

Advertisment

ରଙ୍ଗୀନ ହେଉଥିଲେ ଯୁବକ ଯୁବତୀ । ‘ନୋ ଲିମିଟ ଏୟାର୍’ ପଛରେ ସଂଘାତିକ କାହାଣୀ । ବଟି ଦେଇ ଚଲାଉଥିଲେ ବାର !
 ‘ନୋ ଲିମିଟ ଏୟାର୍’ ପଛରେ ଅନଲିମିଟେଡ ଷ୍ଟୋରୀ। ସଂଧ୍ୟା ହେବା ମାତ୍ରେ ରୁଫ ଟପରେ ଜମୁଥିଲା ଯୁବକ ଯୁବତୀଙ୍କ ଭିଡ। ହୁକା ଟାଣୁଥିଲେ, ନିଶାରେ ମତୁଆଲା ହେଉଥିଲେ। ସାମନାକୁ ଆସିଲା ବେଆଇନ ବାରର ଭିତିରି କଥା।

Advertisment

ଚାନ୍ଦା ଦିଅ, ବାର ଚଲାଅ। ଲାଇସେନ୍ସ ଦରକାର ନାହିଁ କି ଅନୁମତି ଆବଶ୍ୟକ ନାହିଁ। ଜବତ ରେଜିଷ୍ଟରରେ ଲେଖାଅଛି, କାହାକୁ କେତେ ଟଙ୍କା ଦିଆଯାଇଛି ।  ପ୍ରତିଦିନ ଲେଖାଯାଉଥିଲା, କାହାକୁ ଦିଆଯାଏ କେତେ ଟଙ୍କା। ରାଜଧାନୀର ଛାତି ଉପରେ ଚାଲିଥିଲା ବେଆଇନ ବାର୍ । ଭୁବନେଶ୍ବର ସତ୍ୟବିହାର ମୁଖ୍ୟ ରାସ୍ତା ଉପରେ ଥିବା ‘ନୋ ଲିମିଟ ଏୟାର୍’ ହୁତୁ ହୁତୁ ହେଇ ଜଳି ଯାଇଛି। ବହୁତଳ ବିଲ୍ଡିଂର ଉପର ଅର୍ଥାତ ଟପ୍ ଫ୍ଲୋରରେ ଥିବା ‘ନୋ ଲିମିଟ ଏୟାର୍’ ଜଳିଥିଲା।

ପଳାଶୁଣି ଛକ ପାଖରେ ଏହି କୋଠାରେ ନିଆଁ ଲାଗିଥିଲା କିନ୍ତୁ ରସୁଲଗଡ଼ ଛକ ଓ ଆରପଟ ହଂସପାଳ ଛକ ଯାଏଁ ଏହାର ଧୂଆ ବ୍ୟାପି ଯାଇଥିଲା। ପରିସ୍ଥିତି ଏମିତି ହେଇଥିଲା ଯେ ଚାରିଆଡ଼େ ଧୂଆଁମୟ ପରିବେଶ ହେଇଥିଲା। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଗ୍ନିଶମ ବାହିନୀର ୫ରୁ ଅଧିକ ଗାଡ଼ି ନିଆଁ ଲିଭାଇବାକୁ ଲାଗିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି, ସଟ୍ ସର୍କିଟ୍ ରୁ ନିଆଁ ଲାଗି ବ୍ୟାପିଥିଲା। ତେବେ ଅସଲ କାରଣ କଣ, ସେ ନେଇ ଏବେ ତଦନ୍ତ ଚାଲିଛି। 

Advertisment

ସନ୍ଦେହ ପୋଲିସ ଉପରେ

ଉପରେ ରେସ୍ତୋରାଁ କିନ୍ତୁ ଭିତରେ ଚାଲୁଥିଲା କ’ଣ? ବିକ୍ରି ହେଉଥିଲା କି ମଦ? ଲୋକେ ଟାଣୁଥିଲେ କି ହୁକା? କାରଣ ମଦ ପାଇଁ କୌଣସି ଅନୁମତି ନଥିଲା ନୋ ଲିମିଟ୍ ପାଖରେ। ପୋଲିସ କାହିଁକି ନୋ ଲିମିଟ ଏୟାର ଉପରେ ଚଢାଉ କରୁନଥିଲା ? ବାରରେ ଫାୟାର ସେଫଟି ପାଇଁ ବ୍ୟବସ୍ଥା ନଥିଲା । ଏଭଳି କରି ଲୋକଙ୍କୁ ମରଣଯନ୍ତାକୁ ଡକା ଯାଉଥିଲା। ଯଦି ଲୋକ ଥିଲାବେଳେ ଏଭଳି ଅଘଟଣ ଘଟିଥାଆନ୍ତା ତାହଲେ, ଭାବନ୍ତୁ କଣ ହୋଇଥାଆନ୍ତା ସ୍ଥିତି।

ବାର୍ ଭିତରେ ଥିବା ତେଲ ଟିଣ ନିଆଁ ବ୍ୟାପିବାରେ ସହାୟକ ହେଲା। ଏଥିସହ ଫୋମ ଷ୍ଟ୍ରକଚର ବି ଆଉ ଏକ କାରଣ ବୋଲି କୁହାଯାଉଛି। ହୁକା ବାର ପାଇଁ ଓଡିଶାରେ କୌଣସି ବ୍ୟବସ୍ଥା ନଥିଲେ ବି ଏଠାରେ କିପରି ଚାଲୁଥିଲା ? ଗୋଆ ବାରରେ ଅଗ୍ନିକାଣ୍ଡ ଘଟଣା ମନରୁ ନଲିଭୁଣୁ ଏବେ ଭୁବନେଶ୍ବରର ଏକ ବାରରେ ଅଗ୍ନିକାଣ୍ଡ ଘଟିଛି। ଯାହାକି ଅନେକ ପ୍ରଶ୍ନ ଛିଡା କରିଛି। 

Advertisment

Fire Bar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ