Jajpur New Born Baby Death Photograph: (OTV)
ମା’ ଗର୍ଭରୁ ଜନ୍ମନେଲା । ଝିଅଟି କୁଆଁ କୁଆଁ କାନ୍ଦିଲା । ବାପା ବି କୋଳକୁ ନେଲେ । ହେଲେ ଛଟପଟ କରି ମାରିଦେଲା । କେଇ ଘଣ୍ଟା ଜୀବନ ପାଇ ଆଖିବୁଜିଲା ନବଜାତ ଶିଶୁକନ୍ୟା । ସବୁ ପାପର ଅଖିଦେଖା ସାକ୍ଷୀ ହେଲା ପୋଖରୀ ତୁଠ ।
ଏମିତି ଅଭିଯୋଗ ଆସିଛି ଜଣେ ବାପାଙ୍କ ନାଁରେ । ପୂର୍ବରୁ ଦୁଇଟି ଝିଅ ଜନ୍ମ ହୋଇଥିଲେ ବୋଲି ଶେଷରେ ତୃତୀୟ ଝିଅ ପାଇଁ ଜୀଅନ୍ତା ରାକ୍ଷସ ପାଲଟିଗଲା ବାପା ଜଣକ । ଗଣମାଧ୍ୟମ ଆଗରେ ପାଟି ଫୁଟୁନି । କ୍ୟାମେରାକୁ ଦେଖିଲେ ମୁଁ ଲୁଚାଉଛନ୍ତି । ଜଘନ୍ୟ ପାପ ଅଭିଯୋଗ ଯଦି ସତ ହୁଏ ତେବେ କି ଦଣ୍ଡ ପାଇବ କନ୍ୟାହନ୍ତା ବାପ ?
ଏ ଘଟଣା ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳର । ଗୋଲା ଗାଁ ନିକଟସ୍ଥ ଏକ ପୋଖରୀରୁ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ସୁକିନ୍ଦା ଥାନା ଅଧିନସ୍ଥ ବଞ୍ଜା ଗାଁର ମାନସ ବଳ, ଗୁରୁବାର ସନ୍ଧ୍ୟାରେ କୁନି ଝିଅଟିକୁ ନେଇ ପୋଖରୀରେ ଫିଙ୍ଗିଦେଇଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରିବା ସହ ମାନସଙ୍କୁ ଅଟକ ରଖି ପିଲାଟିକୁ ଉଦ୍ଧାର କରିଥିଲେ ।
ପରେ ଏନେଇ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶିଶୁକନ୍ୟାର ମୃତଦେହ ଶବବ୍ୟବଚ୍ଛେଦ ହୋଇଛି । ଅନ୍ୟପଟେ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ପିଲାଟି ଡିସଚାର୍ଜ ବେଳେ ସୁସ୍ଥ ଥିଲା ।
ପୋଲିସ ଅଭିଯୁକ୍ତ ବାପାକୁ ଅଟକ ରଖିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ କଳିଙ୍ଗନଗର ପୋଲିସ ତଦନ୍ତ କରୁଛି । ତେବେ ଆଗକୁ ପ୍ରକୃତ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/11/jajpur-new-born-baby-death-2026-01-11-17-56-39.jpg)