MURDER Photograph: (OTV)
ନୂଆବର୍ଷରେ ରାଜଧାନୀରେ ଗଡିଲା ମୁଣ୍ଡ। ନୟାପଲ୍ଲୀରେ ଗତ ୨୭ ତାରିଖରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ହେଲେ ନୟାପଲ୍ଲୀ ନୂଆସାହିର ଜିତୁନ ଦାସ ଓରଫ ବବୁଲ। ସେ ଜଣେ ଡ୍ରାଇଭର ଭାବେ କାମ କରୁଥିଲେ। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି।
ବିଚ ରାସ୍ତାରେ ତାଙ୍କୁ ଆକ୍ରମଣ ହୋଇଥିଲା । ଏ ନେଇ ନୟାପଲ୍ଲୀ ଥାନା ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଛି। ଘଟଣାରେ ଏପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତ ଫେରାର ଥିବା ଜଣା ପଡିଛି। ହତ୍ୟାକାରୀ ଙ୍କୁ ସହଯୋଗ କରିବା ଅଭିଯୋଗରେ ଜଣେ ନାବାଳକକୁ ଗିରଫ କରି ସ୍ୱଧାରଗୃହକୁ ପଠାଇଛି ପୋଲିସ। ହତ୍ୟାକାଣ୍ଡ ପଛରେ ପୂର୍ବଶତ୍ରୁତା କାରଣ ଥିବା ଜଣାପଡିଛି। ...
ସଂଘବଦ୍ଧ ଆକ୍ରମଣରେ ଆହତ ଯୁବକଙ୍କ ମୃତ୍ୟୁ
ଡିସେମ୍ବର ୨୭ରେ ହୋଇଥିଲା ଯୁବକଙ୍କ ଉପରେ ଆକ୍ରମଣ
ମୃତ ଯୁବକ ଜଣକ ନୟାପଲ୍ଲୀ ନୂଆସାହି ଅଂଚଳର
ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ନୟାପଲ୍ଲୀ ଥାନାରେ ହତ୍ୟା ମାମଲା ରୁଜୁ, ପୋଲିସ୍ ତଦନ୍ତ ଜାରି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/01/murder-2026-01-01-18-36-37.jpg)