Advertisment

Begging Business: ବଦଳୁଛି ଭିକ ମାଗିବାର ଟ୍ରେଣ୍ଡ, ପିଲାଙ୍କୁ ଭଡ଼ାରେ ଲଗାଇ ଭିକ ଟଙ୍କା ଆଦାୟ କରୁଛନ୍ତି ଅଣଓଡ଼ିଆ ଦଲାଲ

ବଦଳୁଛି ଭିକ୍ଷାବୃତ୍ତିର ଟ୍ରେଣ୍ଡ। କୁନି କୁନି ଶିଶୁଙ୍କୁ ଭଡ଼ାରେ ଆଣୁଛନ୍ତି ଦଲାଲ, ଭିକ ମଗାରେ ନିୟୋଜିତ କରୁଛନ୍ତି।  ଦଲାଲଙ୍କ ଚିନ୍ତାଧାରା, ଛୋଟ ପିଲାଟି ହାତ ଟେକିଦେଲେ ଲୋକେ ଭାବବିହ୍ବଳ ହୋଇ ଟଙ୍କା ଦେଇଦେବେ।

CHILD-BEGGING

CHILD-BEGGING Photograph: (OTV)

Advertisment

ମାୟାନଗରୀ ମୁମ୍ବାଇ ଷ୍ଟାଇଲରେ ଚାଲିଛି ଭିକ ମଗା। କୁନି ପିଲାଙ୍କୁ ଅସ୍ତ୍ର କରି ଭିକ ଆଦାୟ କରୁଛନ୍ତି ବୟସ୍କ ଭିକାରୀ। ମାତିଛନ୍ତି ଏଜେଣ୍ଟ, ପର୍ସେଣ୍ଟେଜ୍ ନେଉଛନ୍ତି ଦଲାଲ। ଦୁନିଆକୁ ଜାଣିନଥିବା ଶିଶୁଙ୍କୁ ରାସ୍ତାକଡ଼କୁ ପଠାଇ ସେମାନଙ୍କ ଟିକି ଟିକି ହାତ ପତା ଟଙ୍କାରେ ମାଲାମାଲ୍ ହେଉଛନ୍ତି ଭିକାରୀ। ଯାନବାହନ ପାଖକୁ ଆସି ପଇସା ମାଗୁଛନ୍ତି ଦେଶର ଭବିଷ୍ୟତ। ବ୍ରହ୍ମପୁର ସହର। କାହାର ବୟସ ୧୨ ତ ଆଉ କାହା ବୟସ ୪।

Advertisment

କଅଁଳ ବୟସରେ ଖରା ତାତି ସହି ସହରରେ ଏଭଳି ହାତ ପତାଉଛନ୍ତି ଶିଶୁ। ଟ୍ରାଫିକ୍ ପୋଷ୍ଟ ହେଉ କିମ୍ବା କୌଣସି ଜନଗହଳି ଇଲାକା। ଦିନ ହେଉ କି ରାତି। ଖଣ୍ଡି ଓଡ଼ିଆ କହି ଭିକ ମାଗୁଛନ୍ତି ପିଲାମାନେ। ଶେଷରେ ଏକ ବଡ଼ ଗ୍ୟାଙ୍ଗକୁ ଧରିଛି ବ୍ରହ୍ମପୁର ଟାଉନ୍ ଥାନା ପୋଲିସ। ଆଉ ଭିକ ମାଗୁଥିବା ୯ ଶିଶୁଙ୍କୁ ପିଭିଏନ୍ ପେଟ୍ରୋଲ୍ ପମ୍ପ ଛକରୁ ଉଦ୍ଧାର କରିବା ସହ ପୋଲିସ ୫ ଦଲାଲ ଦଲାଲ ଅଜୟ କାଜ୍ରି ସିନ୍ଦେ, ତା ମା’ ମଣି ସିନ୍ଦେ, ରାଣୀ ସିନ୍ଦେ, ପୂଜା ପାୱାର, ସତା ପାୱାରକୁ ବାନ୍ଧିଛି।

ଚାଲିଥିଲା ଏହି ରାକେଟ୍। ଗିରଫ ଦଲାଲ୍ ହେଉଛନ୍ତି ସମ୍ପୂର୍ଣ୍ଣ ଅଣଓଡ଼ିଆ। ଆଶଙ୍କା କରାଯାଉଛି ଏମାନେ ମହାରାଷ୍ଟ୍ରର। ଆସିକି ରହୁଥିଲେ ବ୍ରହ୍ମପୁର ଗୋଷାଣି ନୂଆଗାଁ ଓଭରବ୍ରିଜ ତଳେ। ପାଖରେ କିଛି ଶିଶୁଙ୍କୁ ଭଡ଼ାରେ ଆଣି ରଖିଥିଲେ ଏମାନେ। ଆଉ ସଂପୃକ୍ତ ଶିଶୁଙ୍କୁ ଅଟୋରେ ଆଣି ବ୍ରହ୍ମପୁର ସହରର ବିଭିନ୍ନ ଟ୍ରାଫିକ ପୋଷ୍ଟ ଓ ଜନଗହଳି ସ୍ଥାନରେ ଛାଡୁଥିଲେ। ଅଖିଆ ଅପିଆ ଅବସ୍ଥାରେ ଦିନ ସାରା ଭିକ ମାଗି ଶେଷରେ କୁନି କୁନି ପିଲା ଲେଉଟି ଯାଉଥିଲେ ସଂପୃକ୍ତ ଏଜେଣ୍ଟ ପାଖକୁ।

Advertisment

ଭିନ୍ନ ଭିନ୍ନ ଦାମ୍

ଗତ ୨ ବର୍ଷ ହେଲା ଏହି ରାକେଟ ସକ୍ରିୟ ରହିଥିଲା ବ୍ରହ୍ମପୁର ସହର ଭିତରେ। ଶିଶୁ ଅଧିକାର ସୁରକ୍ଷା କର୍ମୀଙ୍କ କହିବା କଥା, ଏଭଳି ଭିକ ମାଗୁଥିବା ଶିଶୁ ମାନଙ୍କ ଭିନ୍ନ ଭିନ୍ନ ଦାମ୍ ଥାଏ। କଙ୍କାଳ ସାର ତଥା ଜୀର୍ଣ୍ଣଶୀର୍ଣ୍ଣ ଶିଶୁଙ୍କୁ ଘଣ୍ଟାଏ ପ୍ରତି ୨୦ ଟଙ୍କା ଏବଂ ହୃଷ୍ଟପୁଷ୍ଟ ଶିଶୁଙ୍କ ଭଡ଼ା ୧୦ ଟଙ୍କା ରହିଥାଏ। କାହାକୁ ସ୍କୁଲ ୟୁନିଫର୍ମ ପିନ୍ଧାଇ ତ ଆଉ କାହାକୁ ବିକଳାଙ୍ଗ ବେଶରେ ସଜାଇ ଦଲାଲ୍ ଭିକ୍ଷାବୃତ୍ତିରେ ନିୟୋଜିତ କରାଇଥାନ୍ତି।  

ଏଭଳି ଶିଶୁ ଭିକ୍ଷାବୃତ୍ତି କେବଳ ବ୍ରହ୍ମପୁର ନୁହେଁ, ରାଜଧାନୀ ଭୁବନେଶ୍ବର ଓ ପୁରୀରେ ବି ଦେଖିବାକୁ ମିଳିଛି। କଟକ ବାଲିଯାତ୍ରାରେ ତ ମାତ୍ରାଧିକ ଅଣଓଡ଼ିଆ ଭିକାରୀଙ୍କ ଭିତରେ କିଛି ଶିଶୁ ବି ଭିକ ମାଗୁଥିବା ନଜରକୁ ଆସିଛି। ରାଜଧାନୀକୁ ଭିକାରୀମୁକ୍ତ କରିବା ପାଇଁ ବିଏମସି ଆରମ୍ଭ କରିଥିଲା ସ୍ବତନ୍ତ୍ର ଅଭିଯାନ।

Advertisment

ସହରର ବିଭିନ୍ନ ସ୍ଥାନରେ ଭିକ ମାଗୁଥିବା ଲୋକଙ୍କୁ ବିଏମ୍‍ସିର ଆଶ୍ରୟସ୍ଥଳୀକୁ ନିଆଯାଇଥିଲା। କମିଶନରେଟ ପୋଲିସ ବି ଆକ୍ସନ ନେଇଥିଲା। ତଥାପି କିଛି ଅଣଓଡ଼ିଆ ଏଜେଣ୍ଟ ଭିକମଗା ଭଳି ଘୃଣ୍ୟ କାର୍ଯ୍ୟରେ ଶିଶୁଙ୍କୁ ନିୟୋଜିତ କରୁଥିବା ନଜରକୁ ଆସୁଛି। ତେଣୁ ପୋଲିସ ଓ ପ୍ରଶାସନ ପକ୍ଷରୁ ରୀତିମତ କଠୋର ଆକ୍ସନ ନେବା ଜରୁରୀ। ..... 

Child Begging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ