Advertisment

NEET Dream Shattered: ଜୀବନ ହାରିଲେ ଗଞ୍ଜାମର ଛାତ୍ର ରୋଷନ ପାତ୍ର , କୋଟାରେ ଚୁରମାର ହେଉଛି ଡାକ୍ତର ସ୍ବପ୍ନ

ଆଶା ରଖିଥିଲେ ପୁଅ ଡାକ୍ତରୀ ପାଠ ପଢ଼ିବ।  ଡାକ୍ତର ହୋଇ ଲୋକଙ୍କ ସେବା କରିବ । ଏଥିପାଇଁ ପୁଅକୁ ସୁଦୂର ରାଜସ୍ଥାନ କୋଟାକୁ ପଠାଇଥିଲେ ନିଟ୍  କୋଚିଂ ନେବା ଲାଗି । ହେଲେ ତାଙ୍କ ସ୍ବପ୍ନ ଚୂରମାର ହୋଇଯାଇଛି ।

kota

kota Photograph: (OTV)

Advertisment

ଆଶା ରଖିଥିଲେ ପୁଅ ଡାକ୍ତରୀ ପାଠ ପଢ଼ିବ।  ଡାକ୍ତର ହୋଇ ଲୋକଙ୍କ ସେବା କରିବ । ଏଥିପାଇଁ ପୁଅକୁ ସୁଦୂର ରାଜସ୍ଥାନ କୋଟାକୁ ପଠାଇଥିଲେ ନିଟ୍  କୋଚିଂ ନେବା ଲାଗି । ହେଲେ ତାଙ୍କ ସ୍ବପ୍ନ ଚୂରମାର ହୋଇଯାଇଛି । ଏକମାତ୍ର ପୁଅର ମୃତଦେହ ଆଣିବା ଲାଗି କୋଟା ଯାଉଛନ୍ତି ଗଞ୍ଜାମ ପାତ୍ରପୁର ବ୍ଲକ ଅଭୟପୁର ଗାଁର ରାଧାଶ୍ୟାମ ପାତ୍ର ।

Advertisment

କିଛି ମାସ ତଳେ ତାଙ୍କ ୨୪ ବର୍ଷୀୟ ପୁଅ ରୋଶନ ନିଟ୍ ପ୍ରସ୍ତୁତି ପାଇଁ କୋଟା ଯାଇଥିଲେ । କୋଟାର ରାଜୀବ ଗାନ୍ଧୀ ନଗରରେ ସମ୍ପର୍କୀୟ ଭାଇଙ୍କ ସହ ରହୁଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ, ରୋଶନ ଶୁକ୍ରବାର ରାତିରେ ଖାଇପିଇ ଶୋଇଥିଲେ । ହେଲେ ଦିନ ୧୧ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ସମସ୍ତଙ୍କ ସନ୍ଦେହ ବଢିଥିଲା । ପରେ ହଷ୍ଟେଲ କର୍ମଚାରୀଙ୍କ ଉପସ୍ଥିତିରେ କବାଟ  ଖୋଲାଯିବା ପରେ ରୋଶନ ମୁହଁମାଡି ତଳେ ପଡିଥିଲେ । ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର ପୂର୍ବ ରାତିରେ ରୋଶନ ଅତ୍ୟନ୍ତ ଖୁସି ଥିବା ଏବଂ ଘର ଲୋକଙ୍କ ସହ ଫୋନ୍ ଯୋଗେ କଥା ହୋଇଥିବା କୁହାଯାଉଛି। ହେଲେ ତାପରଦିନ ରୋଶନଙ୍କ ମୃତ୍ୟୁ ଖବର ପୁରା ପରିବାର ଏବଂ ଗାଁ ଲୋକଙ୍କୁ ସ୍ତବ୍ଧ କରିଛି । ରୋଶନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନାହିଁ । 



 ମେଡିକାଲ ଏବଂ ଜେଇଇ ପାଇଁ କୋଚିଂ କ୍ୟାପିଟାଲ କୁହାଯାଉଥିବା କୋଟାରେ ଗତ ଦୁଇଦିନ ଭିତରେ ତିନିଜଣଙ୍କର ଜୀବନ ଗଲାଣି । ଅକ୍ଟୋବର ୨୪ ତାରିଖରେ ଜଣେ ୨୧ ବର୍ଷର ଷ୍ଟୁଡେଣ୍ଟଙ୍କ ଜୀବନ ଯାଇଥିଲା, ଆଉ ୨୫ ତାରିଖରେ ଦୁଇଜଣଙ୍କ ଜୀବନ ଯାଇଥିବା ଯାଇଛି ।ବଡ ଆଶା ନେଇ କୋଚିଂ ପାଇଁ ଯାଉଥିବା ଛାତ୍ରଛାତ୍ରୀଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁ ପଛରେ କାରଣ କଣ ? କଣ ପାଇଁ ଜୀବନ ହାରୁଛନ୍ତି ଛାତ୍ରଛାତ୍ରୀ ? ମନୋଚିକିତ୍ସିକ ଏବଂ ଶିକ୍ଷାବିତଙ୍କ କହିବା କଥା ତୀବ୍ର ପ୍ରତିଯୋଗିତା, ପିଲାଙ୍କ ମାନସିକ ଚାପ, ମଧ୍ୟବିତ୍ତ ପରିବାରରେ ବାପା ମାଙ୍କ ଅତ୍ୟଧିକ ଆଶା ଯୋଗୁଁ ଚିନ୍ତାଗ୍ରସ୍ତ ହୋଇପଡୁଛନ୍ତି ଛାତ୍ରଛାତ୍ରୀ । ଏଥିସସହ କୋଚିଂ ସେଣ୍ଟରରେ ମାନସିକ ଚିକିତ୍ସାର ଅଭାବ ବି ସେମାନଙ୍କ ଅକାଳ ମୃତ୍ୟୁର ଅନ୍ୟତମ କାରଣ ସାଜୁଛି । 

Advertisment

ତଥ୍ୟ ଅନୁସାରେ, ବଡ ଆଶା ନେଇ କୋଟାକୁ କୋଚିଂ ପାଇଁ ଯାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦୨୩ ରେ ୨୬ ଜଣ ଏବଂ ୨୦୨୪ରେ ୧୭ ଜଣ ଏବଂ ୨୦୨୫ରେ ଏଯାଏ ୧୮ ଜଣଙ୍କର ବିଭିନ୍ନ କାରଣ ପାଇଁ ମୃତ୍ୟୁ ଘଟିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ