Advertisment

Twisted Threads of Humane Death Case Tighten: ହ୍ୟୁମାନଙ୍କ ମୃତ୍ୟୁର ଅଡ଼ୁଆ ସୂତା ଆହୁରି ଛନ୍ଦି ହେଉଛି, ବବୁଲ୍ ଦେଲେ ବଡ଼ ବୟାନ

ମା’ ଶବ୍ଦ ପ୍ରତି ଥିବା ଆବେଗ ଉପରେ ଆହୁରି ଭଲପାଇବା ଢାଳିଦେଇ ବବଲୁ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଆଉ ମନେପକାଇ କହିଛନ୍ତି, ହ୍ୟୁମାନଙ୍କ ସହ ବିତିଥିବା ସେ ହଜାରେ ଟଙ୍କିଆ ଠାରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ପାରିଶ୍ରମିକ ଯାଏ ପୂରା ଲମ୍ବା କାହାଣୀ ।

Humane Death

Humane Death Photograph: (OTV)

Advertisment

ହ୍ୟୁମାନଙ୍କ ମୃତ୍ୟୁର ସେ ଅଡ଼ୁଆ ସୂତା ଆହୁରି ଛନ୍ଦି ଛନ୍ଦି ହୋଇଯାଇଛି । କଟକର ସାଗର ସଙ୍ଗମ ଲାଇଭ୍ ମାଲିକ ଏମଡି ଆବିତ୍ ଓରଫ୍ ବବଲୁ ଚମକାଇଲା ଭଳି ବୟାନ ଦେଇଛନ୍ତି । କହିଛନ୍ତି, ହ୍ୟୁମାନଙ୍କ ମା’ ଶେଫାଳି ସୁନାଙ୍କୁ ଅତି ନମ୍ର ଭାବେ ସମ୍ମାନ ଜଣାଇ ତାଙ୍କ ଅଭିଯୋଗକୁ ସମର୍ଥନ କରୁଛି । ମା’ ଶବ୍ଦ ପ୍ରତି ଥିବା ଆବେଗ ଉପରେ ଆହୁରି ଭଲପାଇବା ଢାଳିଦେଇ ବବଲୁ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଆଉ ମନେପକାଇ କହିଛନ୍ତି, ହ୍ୟୁମାନଙ୍କ ସହ ବିତିଥିବା ସେ ହଜାରେ ଟଙ୍କିଆ ଠାରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ପାରିଶ୍ରମିକ ଯାଏ ପୂରା ଲମ୍ବା କାହାଣୀ । 

Advertisment

୨୦୧୩ ମସିହାରୁ ହ୍ୟୁମାନଙ୍କ ସହ ବବଲୁଙ୍କ ସମ୍ପର୍କ । ୨୦୧୭-୧୮ରେ ହ୍ୟୁମାନ୍ ପ୍ଲେବ୍ୟାକ୍ ସିଙ୍ଗର ହେଲେ । ସେହି ସମୟରେ ହ୍ୟୁମାନ ବବଲୁଙ୍କ ଘରେ ବି ରହୁଥିଲେ । ଏମିତି କିଛି କଥା କହି ହ୍ୟୁମାନଙ୍କ ସହ ବିତିଥିବା ସେ ସମୟକୁ ମନେ ପକାଇଛନ୍ତି ବବଲୁ । ଆଉ ମା’ ଶେଫାଳୀ ସୁନାଙ୍କ ଅଭିଯୋଗର ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିବା ସହ ପୋଲିସ ପ୍ରଶାସନକୁ ସହଯୋଗ କରିବେ ବୋଲି ବବଲୁ କହିଛନ୍ତି । 

ସବୁ କଥା ପୋଲିସକୁ କହିଦେବି

ପୋଲିସ ଘଟଣାର ତଦନ୍ତ କରୁ । ମୁଁ ସହଯୋଗ କରିବି । ଖାଲି ସେତିକି ନୁହେଁ, ହ୍ୟୁମାନ ମା’ଙ୍କ ସହ ମାସେ ୧୦ ଦିନ ହେଲା କ’ଣ ଘଟୁଥିବ ? ତାଙ୍କ ମନର ଅବସ୍ଥା କ’ଣ ଥିବ ସେ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି ସାଗର ସଙ୍ଗମ ଲାଇଭ୍ ମାଲିକ ଏମଡି ଆବିତ୍ ଓରଫ୍ ବବଲୁ । ତେଣୁ ଘଟଣା ବାବଦରେ ସେ ପୋଲିସର ତଦନ୍ତରେ ସବୁ ପ୍ରକାର ସହଯୋଗ କରିବାକୁ ନିଜ ଆଡୁ କହିଛନ୍ତି । 

Advertisment

ପ୍ରୋଗ୍ରାମରେ ଟଙ୍କା କାରବାରକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ବବଲୁ । ହ୍ୟୁମାନଙ୍କ ଟଙ୍କା କାରବାରରେ ତାଙ୍କର କିଛି ଭୂମିକା ନଥିବା ସେ କହିଛନ୍ତି । ଖାଲି ସେତିକି ନୁହେଁ, ହ୍ୟୁମାନଙ୍କର ତାଙ୍କ ଉପରେ କୌଣସି ଟଙ୍କା ବାକି ନଥିବା ମଧ୍ୟ ସେ ଦୋହରାଇଛନ୍ତି । 

ତେବେ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିବାବେଳେ ପୋଲିସ କେବେ ହ୍ୟୁମାନଙ୍କ ମା’ ଶେଫାଳି ସୁନାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରୁଛି ଏବଂ ଘଟଣାର ସତ୍ୟାସତ୍ୟ ପଦାକୁ ଆଣୁଛି ତାକୁ ଦେଖିବାକୁ ବାକି ରହିଛି । 

Advertisment

humane sagar case Justice for Humane Sagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ