PITABAS-MURDER Photograph: (OTV)
୧୬ ଦିନର ସସପେନ୍ସ ଭିତରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଅପଡେଟ୍। କିଏ, କାହିଁକି ଓ କେମିତି ହତ୍ୟା କଲା, ଦିନେ ଦୁଇଦିନ ଭିତରେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିବେ ବ୍ରହ୍ମପୁର ଏସପି। ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଏହି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି।
ଆଇଜିଙ୍କ ଏହି ସୂଚନା ପରେ ସବୁଠି ଚର୍ଚ୍ଚା, ସହରର ଜଣେ ଚର୍ଚ୍ଚିତ ରାଜନେତାଙ୍କୁ ନେଇ। ଯାହାଙ୍କୁ କାଲିଠୁ ଧରି ତଥ୍ୟ ଉଗାରୁଛି ବ୍ରହ୍ମପୁର ପୋଲିସ। ତା’ସହ ଜଣେ କର୍ପୋରେଟର ଓ ଛାତ୍ରନେତା ବି ସ୍କାନରରେ ଥିବାରୁ ଆଶା ଆଶଙ୍କାରେ ପୀତବାସଙ୍କ ପରିବାର ଓ ବ୍ରହ୍ମପୁରବାସୀ।...
ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାରୀଙ୍କ ଖେଳ ଖତମ୍...୨ ସପ୍ତାହ ଧରି ଯେଉଁ ଲୁଚକାଳି ଖେଳୁଥିଲେ ଅପରାଧୀ, ସେଥିରେ ଲଗାମ୍ କଷିଛି ବ୍ରହ୍ମପୁର ପୋଲିସ...ଚକମା ଦେଇ ଖସିଯାଉଥିବା କ୍ରିମିନାଲଙ୍କ ଗୋଡ଼ରେ ତଦନ୍ତର ବେଡ଼ି ପକାଇ ପ୍ରମାଣ ଧରିଛନ୍ତି ତଦନ୍ତକାରୀ ଅଧିକାରୀ। ଆଉ ବେଶୀ ଦିନ ନୁହଁ, ୨ ଦିନ ଭିତରେ ଖୋଲିବ ହତ୍ୟାର ଗୁମର...ସାମ୍ନାକୁ ଆସିବ ଖୁନୀର ଚେହେରା...ସାତ ତାଳ ପଙ୍କ ଭିତରୁ ଫିଟିବ ରହସ୍ୟ। କାରଣ ତଦନ୍ତର ଲାଷ୍ଟ ଲିଙ୍କରେ ପହଞ୍ଚିଛି ପୋଲିସ।
ଦକ୍ଷିଣାଞ୍ଚଳ ଆଇଜିଙ୍କ ଏଭଳି ବଡ଼ ସୂଚନା ପରେ ଏବେ ଚର୍ଚ୍ଚା, ପୋଲିସ ହତ୍ୟାକାରୀଙ୍କୁ ଧରି ସାରି ତା’ହେଲେ କ’ଣ ପ୍ରମାଣ ଗୋଟାଉଛି କି ? କଡ଼ିକୁ କଡ଼ି ଯୋଡ଼ିବା ପରେ ଷଡ଼ଯନ୍ତ୍ରର ସତ ପାଇଯାଇଛି କି ? ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଥିବା ଆଇଜି ନୀତିଶେଖର ଆହୁରି ବି କହିଛନ୍ତି, ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ବ୍ରହ୍ମପୁର ଏସପି ସାମ୍ବାଦିକ ସମ୍ମିଳନୀ କରି ବିସ୍ତୁତ ତଥ୍ୟ ଦେବେ।
ଅକଟୋବର ୬ରୁ ଆଜିକୁ ୨୧ ହୋଇଗଲା। ହତ୍ୟାକାଣ୍ଡକୁ ପୁରିଛି ୧୬ ଦିନ। ପୋଲିସ ଶତାଧିକ ଲୋକଙ୍କୁ ଡାକି କାହାଠୁ ତଥ୍ୟ ସଂଗ୍ରହ କରିଛି ତ ଆଉ କାହାକୁ ଜେରା କରି ସତ ଉଗାରିଛି। ତା’ମଧ୍ୟରୁ ପୋଲିସ ସ୍କାନରରେ ସହରର ଜଣେ ଚର୍ଚ୍ଚିତ ରାଜନେତା। ଯାହାଙ୍କୁ ଗତକାଲିଠୁ ଧରି ବ୍ରହ୍ମପୁର ପୋଲିସ ଘଣ୍ଟାଚକଟା କରୁଛି। ସଂପୃକ୍ତ ନେତାଙ୍କ ବିରୋଧରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ବି ରହିଛି। କେବଳ ଏହି ରାଜନେତା ନୁହଁନ୍ତି, ଜଣେ କର୍ପୋରେଟର ତଥା ନେତା ଓ ଛାତ୍ରନେତା ସହ ୮ ଜଣଙ୍କୁ ପୋଲିସ ଧରି ପ୍ରମାଣ ଗୋଟାଇଛି। କିନ୍ତୁ କାହାକୁ ଗିରଫ କରିନି ପୋଲିସ।
ଚର୍ଚ୍ଚା ହେଉଛି ସଂପୃକ୍ତ କର୍ପୋରେଟର୍ ଏବଂ ଛାତ୍ରନେତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବ୍ୟବହାର କରି ସୁପାରୀକିଲରଙ୍କ ପାଖକୁ ଯାଇଛି ଟଙ୍କା। ଯଦି ଏହା ସତ, ତାହେଲେ ପଏଣ୍ଟ ବ୍ଲାଙ୍କରେ ଗୁଳି କରି ଖସିଯିବାର ଦକ୍ଷତା ଥିବା ବିହାରର ସାର୍ପସୁଟରକୁ ସୁପାରୀ ଦେଇ ଆଣିଥିଲା କିଏ ? ପୀତବାସ ହତ୍ୟା ପଛର ବିବାଦ କ’ଣ ? ବ୍ୟକ୍ତିଗତ, ରାଜନୈତିକ, ବୃତ୍ତିଗତ ନା ବ୍ୟାବସାୟିକ ? ଏବେ ଏଭଳି ପ୍ରଶ୍ନ ଉଠୁଥିବାବେଳେ ପୋଲିସ ହତ୍ୟାକାରୀଙ୍କୁ ଏଯାଏଁ ଧରିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପୀତବାସଙ୍କ ଭାଇ ଓ ଆଇନଜୀବୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/21/pitabas-murder-2025-10-21-20-47-33.jpg)