Advertisment

Hide-and-Seek Over: ସରିଲା ଲୁଚକାଳି ଖେଳ, ଧରାପଡ଼ିଲା ମଣିଷମରା ଅଭିଯୁକ୍ତ...ଗଞ୍ଜାମରେ ଗଡାଇଥିଲା ମୁଣ୍ଡ

ହତ୍ୟା କରିସାରି ଫେରାର ମାରିଥିଲେ ସମସ୍ତ ଅଭିଯୁକ୍ତ। ସେତେବେଳେ କବିସୂର୍ଯ୍ୟନଗର ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା। ପୋଲିସ ସଚୀନ୍ଦ୍ରଙ୍କ ସହଯୋଗୀଙ୍କୁ ଗିରଫ କରିଥିବାବେଳେ ସଚୀନ୍ଦ୍ର ଓ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିଲେ।

MURDER

MURDER Photograph: (OTV)

Advertisment

ସରିଲା ଲୁଚକାଳି ଖେଳ, ଧରାପଡ଼ିଲା ମଣିଷମରା ଅଭିଯୁକ୍ତ। ଦୀର୍ଘ ୨୨ ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଲୁଚି ରହିଥିବା ହତ୍ୟା ଅଭିଯୁକ୍ତ ସଚୀନ୍ଦ୍ର ସାହାଣୀ ଗିରଫ। ଗଞ୍ଜାମରେ ହାଣିଥିଲା, ସୁରତରେ ବନ୍ଧାହେଲା । ୨୦୦୨ ଗଞ୍ଜାମ ପୋଲସରାରେ ଲିଙ୍ଗରାଜ ପାତ୍ର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଚୀନ୍ଦ୍ର ସାହାଣୀକୁ ଗିରଫ କରିଛି ସୁରଟ କ୍ରାଇମବ୍ରାଞ୍ଚ । ସଚୀନ୍ଦ୍ର ସାହାଣୀ ୨୨ ବର୍ଷ ତଳେ ଗାଁ ଦାଣ୍ଡରେ ଖେଳିଥିଲା ରକ୍ତର ହୋଲି। 

Advertisment

୨୨ ବର୍ଷ ତଳେ ଘଟିଥିବା ସେହି ଲୋମଟାଙ୍କୁରା ଘଟଣା । ସଚୀନ୍ଦ୍ର ଓ ଲିଙ୍ଗରାଜ ଉଭୟ ଗାଁରେ ଦୋକାନ କରିଥିଲେ। ବ୍ୟବସାୟକୁ ନେଇ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ଥିଲା। ଅନେକ ଥର ଏହାକୁ ନେଇ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ୨୦୦୩ ମସିହା ମାର୍ଚ୍ଚ ମାସ ୨୫ ତାରିଖ । ସେଦିନ ଥାଏ ମଙ୍ଗଳ ବାର। ଗାଁରେ ଦୋକାନ କରିଥିବା ଲିଙ୍ଗରାଜ ନିଜ ଦୋକାନକୁ ଯିବା ବାଟରେ ତାଙ୍କୁ ଛକିଥିଲେ ସଚୀନ୍ଦ୍ର ଓ ତାର ୬ ସହଯୋଗୀ। ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ଧରି ତାଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲା ସମସ୍ତେ । ଜୀବନ ବିକଳରେ ନିଜ ଘରଆଡେ ଦୌଡ଼ିଥିଲେ ଲିଙ୍ଗରାଜ। ଛାଡ଼ିଦେବାକୁ କାକୁତିମିନତୀ ହୋଇଥିଲେ । ହେଲେ ନୃଶଂସ ସଚୀନ୍ଦ୍ର ଓ ତାର ସହଯୋଗୀ ଲିଙ୍ଗରାଜଙ୍କୁ ଖଣ୍ଡାରେ ପକାଇ ଚାଲିଲେ ଚୋଟ ପରେ ଚୋଟ। ସଚୀନ୍ଦ୍ରର ଆକ୍ରମଣରେ ଲିଙ୍ଗରାଜଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା। ସେହିଠାରେ ହିଁ ଟଳି ପଡିଥିଲେ ଲିଙ୍ଗରାଜ।

ହତ୍ୟା କରିସାରି ଫେରାର ମାରିଥିଲେ ସମସ୍ତ ଅଭିଯୁକ୍ତ। ସେତେବେଳେ କବିସୂର୍ଯ୍ୟନଗର ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା। ପୋଲିସ ସଚୀନ୍ଦ୍ରଙ୍କ ସହଯୋଗୀଙ୍କୁ ଗିରଫ କରିଥିବାବେଳେ ସଚୀନ୍ଦ୍ର ଓ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିଲେ। କେତେବେଳେ ରାହୁଲ ତ ପୁଣି କେତେବେଳେ ନିଜକୁ ତ୍ରୀନାଥ ବୋଲି ପରିଚୟ ଦେଇ ଲୁଚି ରହିଥିବା ସଚୀନ୍ଦ୍ରକୁ ପାଣ୍ଡେସରା ଅଞ୍ଚଳରୁ ସୁରଟ କ୍ରାଇମବ୍ରାଞ୍ଚ ମଙ୍ଗଳବାର ଗିରଫ କରିଛି। ଗିରଫ କରିବା ପରେ ପୋଲସରା ପୋଲିସକୁ ଅଭିଯୁକ୍ତ ସଚୀନ୍ଦ୍ରକୁ ହସ୍ତାନ୍ତର କରିଛି ସୁରଟ କ୍ରାଇମବ୍ରାଞ୍ଚ । ଏତେ ବର୍ଷ ପରେ ଅଭିଯୁକ୍ତ ଗିରଫ ହେବାପରେ ତାଜା ହେଇଛି ସେଦିନର ଲୋମ ଟାଙ୍କୁରା ଦୃଶ୍ୟ। ମୃତ ଲିଙ୍ଗରାଜଙ୍କ ପତ୍ନୀ ଆଉ ଭାଉଜଙ୍କ ଆଖିରେ ଲୁହ ରହୁନି। ମୃତ ଲିଙ୍ଗରାଜଙ୍କ ଫଟୋକୁ ଧରି ମନେପକାଉଛନ୍ତି ସେଦିନର କଥା। ଆଖିରେ ନାଚି ଯାଉଛି ସ୍ବାମୀଙ୍କୁ ଆକ୍ରମଣ କରି ହତ୍ୟା କରିବାର ଦୃଶ୍ୟ। 

 ସଚୀନ୍ଦ୍ରର ଆକ୍ରମଣରେ ଲିଙ୍ଗରାଜଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ବଡ଼ ଭାଇ ଗୁରୁତର ଆହତ ହୋଇଥିଲେ। ଦୁଇ ଦଶନ୍ଧୀ ପରେ ସଚୀନ୍ଦ୍ର ଧରା ପଡ଼ିଥିଲେ ମଧ୍ୟ ଅନ୍ୟଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ