Advertisment

Humane Death Case: ମାଆଙ୍କ ଏତଲା ପରେ ଭିନ୍ନ ମୋଡ଼ରେ ହ୍ୟୁମାନ ଡେଥ୍ ମିଷ୍ଟ୍ରି, ବଢ଼ିଲା ଗାୟିକା ଅର୍ପିତା ଚୌଧୁରୀଙ୍କ ଅଡୁଆ

ପ୍ରଥମେ ସନ୍ଦେହ ଘେରରେ ଥିବା ଅର୍ପିତା, ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ଓ ମ୍ୟାନେଜରଙ୍କୁ ଡାକି ଜେରା କରିପାରେ ପୋଲିସ। ସେହିପରି ହ୍ୟୁମାନଙ୍କ ମୋବାଇଲ୍, ଲାପଟପ୍ ଓ ହ୍ବାଟସଆପରୁ ମିଳିପାରେ ଗୁରୁତ୍ବପୂର୍ଣ୍ଣ ଡିଜିଟାଲ୍ ଏଭିଡେନ୍ସ।

Humane Sagar

Humane Sagar Photograph: (OTV)

Advertisment

ମାଆଙ୍କ ଅଭିଯୋଗ ପରେ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଛନ୍ଦି ହୋଇଛନ୍ତି ଗାୟିକା ଅର୍ପିତା ଚୌଧୁରୀ, ମ୍ୟାନେଜରଙ୍କ ସମେତ ୯ ଜଣ। ବୋହୂ ଶ୍ରେୟାଙ୍କୁ ବି କାଠଗଡ଼ାକୁ ଟାଣିଛନ୍ତି ମାଆ। ମୃତ୍ୟୁର ମାସେ ପରେ ଏତଲା ହୋଇଥିବାରୁ ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ ହେବ ତଥ୍ୟ ପ୍ରମାଣ ଯୋଗାଡ଼ିବା।

Advertisment

ପ୍ରଥମେ ସନ୍ଦେହ ଘେରରେ ଥିବା ଅର୍ପିତା, ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ଓ ମ୍ୟାନେଜରଙ୍କୁ ଡାକି ଜେରା କରିପାରେ ପୋଲିସ। ସେହିପରି ହ୍ୟୁମାନଙ୍କ ମୋବାଇଲ୍, ଲାପଟପ୍ ଓ ହ୍ବାଟସଆପରୁ ମିଳିପାରେ ଗୁରୁତ୍ବପୂର୍ଣ୍ଣ ଡିଜିଟାଲ୍ ଏଭିଡେନ୍ସ। ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ କଣ ହେଉଛି, ତା ଉପରେ ସଭିଁଙ୍କ ନଜର ରହିଛି। ...

ଖୋଲିବ ହ୍ୟୁମାନ ଡେଥ୍ ମିଷ୍ଟ୍ରି ! ଜେରା ହେବେ ଅର୍ପିତା, ହାଜର ହେବେ ମ୍ୟାନେଜର ! ବୋହୂ ଶ୍ରେୟାଙ୍କୁ ବି ଡାକି ଜେରା କରିବ ପୋଲିସ। ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଏମାନେ କିଭଳି ସଂପୃକ୍ତ ?  କିଏ, କେମିତି ନିର୍ଯାତନା ଦେଇଥିଲେ ?  କି ଚାପ ଥିଲା ହ୍ୟୁମାନଙ୍କ ଉପରେ, କିଭଳି ଷଡ଼ଯନ୍ତ୍ର ହୋଇଥିଲା ? 

Advertisment

ମାଆ ଶେଫାଳି ସୁନାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କଟକ ମର୍କତନଗର ଥାନା ପୋଲିସ। କିନ୍ତୁ ହ୍ୟୁମାନଙ୍କ ମୃତ୍ୟୁର ମାସେ ପରେ ମାମଲା ହୋଇଥିବାରୁ ତଥ୍ୟ ପ୍ରମାଣ ଯୋଗାଡ଼ିବା ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ ହେ। ତଦନ୍ତ ପ୍ରକ୍ରିୟାରେ ପୋଲିସ ସ୍କାନରରେ ଆଗରେ ରହିବେ କୋ ସିଙ୍ଗର ଅର୍ପିତା ଚୌଧୁରୀ। ସେ ବେଶି ଘରକୁ ଆସୁଥିଲା ଓ ତାଙ୍କ ପାଇଁ ପୁଅ ଡିପ୍ରେସନରେ ଥିଲା ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ହ୍ୟୁମାନଙ୍କ ମାଆ। ଅର୍ପିତା-ହ୍ୟୁମାନଙ୍କ ସମ୍ପର୍କ କେବଳ ପେଶାରେ ସୀମିତି ଥିଲା ନା ଆଉ କିଛି ସମ୍ପର୍କ ଗଢ଼ି ଉଠିଥିଲା ? ସେ କେମିତି ହ୍ୟୁମାନଙ୍କ ଡିପ୍ରେସନର କାରଣ ହେଲେ ? ପୋଲିସ ଏକଥା ଜାଣିବା ପାଇଁ ଅର୍ପିତାଙ୍କୁ ଡାକି ପଚରାଉଚରା କରିବ।

ଖୁବଶୀଘ୍ର ପତ୍ନୀ ଶ୍ରେୟାଙ୍କୁ ହୋଇପାରେ ଜେରା

ସେହିପରି ହ୍ୟୁମାନଙ୍କ ପତ୍ନୀ ତଦନ୍ତ ପରିସରଭୁକ୍ତ ହୋଇଥିବାରୁ ତାଙ୍କୁ ବି ଡାକିବ ପୋଲିସ। କାରଣ ୨-୩ ବର୍ଷ ପୂର୍ବେ ଶ୍ରେୟା କଟକ ମହିଳା ଥାନାରେ ସ୍ବାମୀଙ୍କ ନାଁରେ ଏତଲା ଦେଇଥିଲେ। ଦାମ୍ପତ୍ୟ ବିବାଦରେ କିଭଳି ମାନସିକ ଆଘାତ ପାଇଥିଲେ ହ୍ୟୁମାନ ? ଝିଅକୁ ହ୍ୟୁମାନଙ୍କ ସହ ଶ୍ରେୟା ଭେଟ କରାଇ ଦେଉ ନଥିବା ଅଭିଯୋଗ କେତେ ସତ ? ଏଥିରେ ଶ୍ରେୟାଙ୍କ ପରିବାରର କି ଭୂମିକା ଥିଲା ? ଏମିତି ଅନେକ ପ୍ରଶ୍ନର ଉତ୍ତର ସ୍ତ୍ରୀଙ୍କ ପାଖରୁ ଜାଣିବାକୁ ଚାହିଁବ ପୋଲିସ। ...

Advertisment

ଆର୍ଥିକ କାରବାର ଓ ଷଡ଼ଯନ୍ତ୍ର ନେଇ ସ୍କାନରରେ ଦିନେଶ

ପୁଅକୁ ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ଦାବି ବି କରିଛନ୍ତି ହ୍ୟୁମାନଙ୍କ ମାଆ। ଏଥିସହ ଷଡ଼ଯନ୍ତ୍ର, ଆର୍ଥିକ ହେରଫେର୍, ଡିଜିଟାଲ ପ୍ରମାଣ ନଷ୍ଟ ଭଳି ଅଭିଯୋଗ ବି କରିଛନ୍ତି। ଏଦିଗରେ ହ୍ୟୁମାନଙ୍କ ମ୍ୟାନେଜର ପ୍ରଶାନ୍ତ ବେହେରା ଓ ଦିନେଶ ବେହେରାଙ୍କ ଭୂମିକା ପ୍ରଶ୍ନଘେରରେ ରହିଛି। ମ୍ୟାନେଜରଙ୍କଠାରୁ ହ୍ୟୁମାନଙ୍କ ଆର୍ଥିକ କାରବାର ନେଇ ତଥ୍ୟ ହାସଲ କରିବ ପୋଲିସ। କିଏ ବୁକ୍ କରୁଥିଲା ହ୍ୟୁମାନଙ୍କ ପ୍ରୋଗ୍ରାମ୍ ? ମାସରେ କେତେଟା ସୋ' କରୁଥିଲେ, ଗୋଟିଏ ଇଭେଣ୍ଟରୁ କେତେ ଟଙ୍କା ଆସୁଥିଲା ?

କାହା ପାଖକୁ ଆସୁଥିଲା ଟଙ୍କା ? ସିଧାସଳଖ ହ୍ୟୁମାନଙ୍କ ଆକାଉଣ୍ଟକୁ ନା ଭାୟା ମିଡିଆ ହୋଇ ଆସୁଥିଲା ? ଟଙ୍କା ଆତ୍ମସାତ ହେଉଥିଲା କି ? ଦୁଇ ମ୍ୟାନେଜରଙ୍କୁ ଜେରା ଓ ବ୍ୟାଙ୍କ ଡିଟେଲ୍ସ ଯାଞ୍ଚ କଲେ ପୋଲିସକୁ ଅନେକ ତଥ୍ୟ ମିଳିବ। 

୯ ଜଣଙ୍କ ବିରୋଧରେ ଏତଲା କରିଛନ୍ତି ଶେଫାଳି ସୁନା। ଯେଉଁମାନେ ହ୍ୟୁମାନଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଯୋଡ଼ି ହୋଇଥିଲେ। ପୋଲିସ ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଡାକିପାରେ। ସେମାନଙ୍କୁ ପଚରାଉଚରା ସହ ଡିଜିଟାଲ୍ ତଥ୍ୟ ପ୍ରମାଣ ବି ଯୋଗାଡ଼ିବ। କଟକ ଘରର ସିସିଟିଭି ଫୁଟେଜ୍ ସହ କଲ୍ ଡିଟେଲ୍ ରେକର୍ଡ ଯାଞ୍ଚ ବି ହୋଇପାରେ।

ଏଥିସହ ହ୍ୟୁମାନଙ୍କ ମୋବାଇଲ୍ ଫୋନ, ଲାପଟପ୍, ଇ-ମେଲ୍ ଓ ହ୍ବାଟସଆପ୍ ଯାଞ୍ଚରୁ ପୋଲିସକୁ କିଛି ସୁରାକ ମିଳିପାରେ। ଆଗକୁ ହ୍ୟୁମାନଙ୍କ ମୃତ୍ୟୁ ରହସ୍ୟରେ କି ଖୁଲାସା ହେବ ଓ ପୋଲିସ କଣ ଆକ୍ସନ ନେବ ତାଉପରେ ନଜର। ... 




humane sagar case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ