ATM-LOOT Photograph: (OTV)
ଏଟିଏମ୍ ତାଡ଼ି ଅଟୋରେ ନେଇଗଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଇଁନ୍ଦା ଛକରୁ ହ୍ରାଇପ୍ରୋଫାଇଲ୍ ଲୁଟ୍ । ଗତକାଲି ବିଳମ୍ବିତ ରାତିରେ HDFC ବ୍ୟାଙ୍କ୍ ATM ଲୁଟ୍ ହୋଇଛି। ଏକ ଡାଲା ଅଟୋରେ ଏଟିଏମ୍ ଲୁଟି ନେଇଯାଇଥିଲେ ଦୁର୍ବୃତ୍ତ। ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି ।
ଲୁଟ୍ ହୋଇଥିବା ସ୍ଥାନର ୪୦୦ ମିଟର ଦୂରରୁ ଏଟିଏମ୍ ଓ ଅଟୋ ଜବତ ହୋଇଛି । ଏଟିଏମରୁ ୫ ଲକ୍ଷ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ପୋଲିସ୍ ସିସିଟିଭି ଆଧାରରେ ତଦନ୍ତ କରୁଛି ।
ବିଞ୍ଝାରପୁର ଥାନା ମଇଁନ୍ଦା ଛକରୁ ଲୁଟ୍
ବିଳମ୍ବିତ ରାତିରେ ଲୁଟିନେଲେ ଦୁର୍ବୃତ୍ତ
ଏଟିଏମ୍ ଓ ଡାଲା ଅଟୋ ଜବତ, ଅଭିଯୁକ୍ତ ଫେରାର୍
୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/02/atm-loot-2026-01-02-11-58-14.jpg)