Advertisment

Mega Scam Angle? ଖୋଲିବ କରିତକର୍ମା ଖଣି ଉପନିର୍ଦ୍ଦେଶକଙ୍କ ମହାଗୁମର, ଭିଜିଲାନ୍ସକୁ ତଥ୍ୟ ମାଗିଲେ ଆଇଟି-ଇଡି

ବଢିଲା ଖଣି ବାବୁ ଦେବବ୍ରତ ମହାନ୍ତିଙ୍କ ଅଡ଼ୁଆ। କୋଟିକୋଟି ଟଙ୍କାର ଖୋଳତାଡ଼ କରିବେ ଇଡି ଆଉ ଆଇଟି। ଦୁଇ କେନ୍ଦ୍ରୀୟ ଏଜେନ୍ସି, ରାଜ୍ୟ ଭିଜିଲାନ୍ସଙ୍କୁ ତମାମ ତଥ୍ୟ ମାଗିଥିବା ଜଣାପଡ଼ିଛି। ଦେବବ୍ରତଙ୍କ ବିରୋଧରେ ଆୟବହିର୍ଭୁତ ମାମଲା ରୁଜୁ କରିବା ସହ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରୁଛି ଭିଜିଲାନ୍ସ।

Vigilance

Vigilance Photograph: (OTV)

Advertisment

ଖଣିବାବୁଙ୍କ ଟଙ୍କା ଖଣି ଦେଖି ତାଜୁବ୍ ଆଇଟି-ଇଡି
ଭିଜିଲାନ୍ସକୁ ତଥ୍ୟ ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗ
ଖୋଲିବ କରିତକର୍ମା ଖଣି ଉପନିର୍ଦ୍ଦେଶକଙ୍କ ମହାଗୁମର

Advertisment

ଖଣି ସାମ୍ରାଜ୍ୟର କୁଖ୍ୟାତ ଖଣି ବାବୁ ଦେବବ୍ରତ ମହାନ୍ତିଙ୍କ କଳାଚିଠାକୁ ଘାଣ୍ଟିବେ ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଇଡି ଖୋଲିବ ଟଙ୍କା ପାହାଡ଼ର ପୋଲ୍ । ଫୋକସରେ ରହିବ ୪ଟି ପ୍ରଶ୍ନ-ଏତେ ଟଙ୍କା କେଉଁଠୁ ଓ କେଉଁ ଉପାୟରେ ଆସୁଥିଲା ? କିଏ ଦେଉଥିଲା ? କାହାକୁ ଦେବା ପାଇଁ ରଖିଥିଲେ ? ଆଉ କେଉଁଠି କେତେ ଅଛି ?

ସେପଟେ ଆୟକର ବିଭାଗ ମଧ୍ୟ ଅନୁରୁପ ଭାବେ ଖୋଳତାଡ କରିବା ପାଇଁ ହେଲାଣି ସଜବାଜ। ଏହାରି ଭିତରେ ଲାଞ୍ଚ ମାମଲାରେ ଜେଲ ଯାଇଥିବା ଦେବବ୍ରତଙ୍କୁ ଭିଜିଲାନ୍ସ ଦେଇଛି ଡବଲ୍ ଡୋଜ୍। ଅର୍ଥାତ ଘରୁ ୪ କୋଟି ୨୭ ଲକ୍ଷ ଟଙ୍କା ବାହାରିବା ଘଟଣାରେ ଦେବବ୍ରତଙ୍କ ବିରୋଧରେ ରୁଜୁ କରିବାକୁ ଯାଉଛି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା। ତାଙ୍କୁ ରିମାଣ୍ଡରେ ଆଣି ସତ ଉଗାରିବାକୁ ଯୋଜନା କରିଛି ତଦନ୍ତକାରୀ ଟିମ୍ । 

Advertisment

ଲାଞ୍ଚ କାରବାରର ଚାଞ୍ଚଲ୍ୟକର ତଥ୍ୟ

ସେପଟେ ସାମ୍ନାକୁ ଆସିଛି ଦେବବ୍ରତଙ୍କ ଲାଞ୍ଚ କାରବାରର ଚାଞ୍ଚଲ୍ୟକର ତଥ୍ୟ। ପ୍ରଶ୍ନ ଘେରରେ ଭିଜିଲାନ୍ସ। କାରଣ ଯେଉଁ ଦେବବ୍ରତ ମହାନ୍ତିଙ୍କ କଳାକାରନାମାକୁ ନେଇ ଆଜି ଦେଶବ୍ୟାପୀ ଚର୍ଚ୍ଚା, ୨୦୦୯ରେ ମଧ୍ୟ ଲାଞ୍ଚ କାରବାର ଅଭିଯୋଗରେ ତାଙ୍କ ବିରୋଧରେ ହୋଇଥିଲା ମାମଲା । ଯାହାକି ଏବେ ବାରିପଦା କୋର୍ଟରେ ବିଚାରାଧୀନ । 

ହେଲେ ପ୍ରଶ୍ନ- ୧୭ ବର୍ଷ ପରେ ବି କାହିଁକି ଶେଷ ହୋଇପାରିନି ବିଚାର ପ୍ରକ୍ରିୟା ? ଲାଞ୍ଚ ମାମଲା ଚାଲୁଥିଲେ ବି କେମିତି ମିଳିଲା ଦୁଇ ଦୁଇଟି ପ୍ରମୋସନ୍ ? ମାମଲା ରୁଜୁ କରିଦେଇ ଚୁପ୍ ବସିଗଲା କି ଭିଜିଲାନ୍ସ ? ବାରମ୍ବାର ପିଟିସନ ସତ୍ତ୍ୱେ କାହିଁକି ହେଉନଥିଲା କାର୍ଯ୍ୟାନୁଷ୍ଠାନ ? ନା ଗଡ୍ ଫାଦରଙ୍କ ଛାତ୍ରଛାୟାରେ ରହି ମାମଲାକୁ ଖାତିର୍ କରୁନଥିଲେ ଦେବବ୍ରତ ? 

Advertisment

ଭିଜିଲାନ୍ସ ତଥ୍ୟ କହୁଛି, ଏବେ ଦୋଷୀ ସାବ୍ୟସ୍ତ ହାର ବଢିଛି। ବାର୍ଷିକ ୫୦ ପ୍ରତିଶତ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଉଛନ୍ତି।... 

IT Vigilance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ