Advertisment

Crocodile Tears at Funeral: ଏକଦା ଘନିଷ୍ଠ ବନ୍ଧୁ ପୀତବାସଙ୍କୁ କାହିଁକି ହତ୍ୟା କଲେ ବିକ୍ରମ, ବ୍ରହ୍ମପୁର ଏସପି ଖୋଲିଲେ ମର୍ଡର ମିଷ୍ଟ୍ରି

ମୃତ୍ୟୁ ପରେ ଯିଏ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଉଥିଲେ, ସେ ହିଁ ଥିଲେ ମର୍ଡର ପଛର ମାଷ୍ଟର ମାଇଣ୍ଡ୍। ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାର ପାଖରେ ଛିଡ଼ା ହୋଇ ଯିଏ ସମବେଦନା ଦେଖାଉଥିଲେ, ସେ ହିଁ ଥିଲା ପ୍ରକୃତ ସୈତାନ।

REASON-PITABAS-MURDER

REASON-PITABAS-MURDER Photograph: (OTV)

Advertisment

ମୃତ୍ୟୁ ପରେ ଯିଏ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଉଥିଲେ, ସେ ହିଁ ଥିଲେ ମର୍ଡର ପଛର ମାଷ୍ଟର ମାଇଣ୍ଡ୍। ଦୁଃଖରେ ଭାଙ୍ଗିପଡ଼ିଥିବା ପରିବାର ପାଖରେ ଛିଡ଼ା ହୋଇ ଯିଏ ସମବେଦନା ଦେଖାଉଥିଲେ, ସେ ହିଁ ଥିଲା ପ୍ରକୃତ ସୈତାନ। ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାର 2 ସପ୍ତାହ ପରେ ଖୋଲିଛି  ପଛର ମିଷ୍ଟ୍ରୀ। ଯାହାର କାହାଣୀ, କୋଉ ବଲିଉଡ୍ ଫିଲ୍ମ କାହାଣୀଠୁ ବି କମ୍ ନୁହେଁ। ବ୍ରହ୍ମପୁର ଏସପି କହିଛନ୍ତି, ରାଜନୈତିକ, ଆର୍ଥିକ ଏବଂ ବ୍ୟକ୍ତିଗତ ଶତ୍ରୁତା ପାଇଁ ପୀତବାସଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଛନ୍ତି ବିଜେଡି ନେତା ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ। ଆଉ ଏପଟେ ହତ୍ୟା ପରେ ଅଭିଯୁକ୍ତମାନେ ଭଦ୍ର ଲୋକ ଭଳି ବାରମ୍ବାର ଘରକୁ ଆସି ସ୍ବାନ୍ତନା ଦେବା ଘଟଣାକୁ ନେଇ ହତବାକ ହୋଇପଡ଼ିଛନ୍ତି ପୀତବାସ ପଣ୍ଡାଙ୍କ ପରିବାର ଲୋକେ।...

Advertisment

ନଜର ପକାନ୍ତୁ ଏ ହାଇପ୍ରୋଫାଇଲ ହତ୍ୟା ପଛର 5 କାରଣ ଉପରେ

ବ୍ରହ୍ମପୁର ଏସପିଙ୍କ ସୂଚନା ଅନୁସାରେ 2023 ବାର୍ କାଉନସିଲ୍ ନିର୍ବାଚନ ପରେ ବଢ଼ିଥିଲା ଓକିଲାତି ବୃତ୍ତିରେ ଥିବା ଉଭୟ ବିକ୍ରମ ପଣ୍ଡା ଓ ପୀତବାସ ପଣ୍ଡାଙ୍କ ମଧ୍ୟରେ ଶତ୍ରୁତା। କୁହାଯାଉଛି, ଓଡ଼ିଶା ବାର କାଉନସିଲ ମେମ୍ବର ଥିବା ପୀତବାସ ପଣ୍ଡା ସେତେବେଳେ, ରାଜ୍ୟ ବାର କାଉନସିଲରେ କୌଣସି ବଡ଼ ପଦ ପଦବୀ ଲାଗି ଆଶାୟୀ ଥିଲେ। କିନ୍ତୁ ବିଧାୟକ ଥିବା ହେତୁ, ତାଙ୍କ ରାସ୍ତାରେ କଣ୍ଟା ସାଜିଥିଲେ ବିକ୍ରମ ପଣ୍ଡା। ଯାହା ଉଭୟଙ୍କ ମଧ୍ୟରେ ଶତ୍ରୁତାକୁ ଜନ୍ମ ଦେଇଥିଲା। 

2024ରେ ବ୍ରହ୍ମପୁର ସିଟ୍ ଛାଡ଼ି ବିଜେଡିରୁ ଗୋପାଳପୁର ସିଟରୁ ଲଢି ପରାଜିତ ହୋଇଥିଲେ ବିକ୍ରମ ପଣ୍ଡା। ଏପଟେ ବ୍ରହ୍ମପୁର ସିଟ୍କୁ ବିଜେପିରୁ ଜିତି ନେଇଥିଲେ କେ. ଅନୀଲ। ତେବେ କେ. ଅନୀଲଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି କୌଣସି ପ୍ରକାରେ ବ୍ରହ୍ମପୁରରେ ଉପନିର୍ବାଚନ ପାଇଁ ଯୋଜନା କରୁଥିଲେ ବିକ୍ରମ। ଆଉ ତାଙ୍କୁ ଏଥିରେ ସହଯୋଗ କରୁଥିଲେ, 2024ରେ ବ୍ରହ୍ମପୁର ବିଜେପି ପାଇଁ ଟିକେଟ୍ ଆଶାୟୀ ଥିବା ପିଣ୍ଟୁ ଦାସ। ଏଥିପାଇଁ ହାଇକୋର୍ଟରେ କେସ୍ ଚାଲିଥିଲା। ମାମଲା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିଲେ ବିକ୍ରମ ପଣ୍ଡା। କିନ୍ତୁ ବିକ୍ରମଙ୍କ ପଲିଟିକାଲ କ୍ୟାରିୟରକୁ ଖତମ କରିଦେବାକୁ ପୀତବାସ କୁଆଡ଼େ କହି ବୁଲୁଥିଲେ। ଯେଉଁଥିପାଇଁ ବିକ୍ରମଙ୍କ ରାଗ ଆହୁରି ପଞ୍ଚମକୁ ଯାଇଥିଲା। ସେପଟେ ବାର କାଉନସିଲ ମେମ୍ବର ଭାବେ ହାଇକୋର୍ଟରେ ପୀତବାସଙ୍କ ଦବଦବା ଥିବାରୁ, ବିକ୍ରମ ତାଙ୍କ ଯୋଜନାରେ ସଫଳ ନହେବାର ସନ୍ଦେହ ବି ଘାରୁଥିଲା। 

Advertisment

ସେପଟେ ୨୦୧୩ରେ ପିଣ୍ଟୁ ଦାସର ଘନିଷ୍ଠ ସହଯୋଗୀ ଶାନ୍ତି ମିଶ୍ର ହତ୍ୟା ମାମଲାରେ ଅଭିଯୁକ୍ତ ମଉଜ ମିଶ୍ରର ଓକିଲ ଥିଲେ ପୀତବାସ ପଣ୍ଡା। ଯେକି ବେଲରେ ଆସି ପିଣ୍ଟୁ ଉପରକୁ ହମଲା କରାଉଥିଲେ। ଯାହାକୁ ନେଇ ପୀତବାସଙ୍କ ଉପରେ ଖପ୍ପା ଥିଲେ ପିଣ୍ଟୁ ଦାସ। 

ସେହିଭଳି ବ୍ରହ୍ମପୁର ବିଧାନସଭା ସିଟ୍ ଲାଗି ବିଜେପିରୁ ଆଶାୟୀ ଥିଲେ ପିଣ୍ଟୁ ଦାସ। ହେଲେ ଟିକେଟ୍ ମିଳିଥିଲା, କେ ଅନୀଲଙ୍କୁ। ୟା ପଛରେ ବି ପୀତବାସଙ୍କ ଭୂମିକା ଥିବା ନେଇ ରକ୍ତ ଚାଉଳ ଚୋବାଉଥିଲେ ପିଣ୍ଟୁ । 

Advertisment

ସେପଟେ ଖଣି, ଗାଡ଼ି ବ୍ୟବସାୟ ଓ ଶ୍ରମିକ ଯୋଗାଣକୁ ନେଇ ଏମାନଙ୍କର ପୀତବାସଙ୍କ ସହ ବିବାଦ ଥିବା କୁହାଯାଉଛି।...

ଖଲ୍ଲିକୋଟ କଲେଜରେ ପଢ଼ିବା ବେଳଠୁ ଚିହ୍ନା ପରିଚୟ ଓ ପରେ କଂଗ୍ରେସରେ ଥିବାବେଳେ ଘନିଷ୍ଠ ବନ୍ଧୁ ଥିଲେ ଉଭୟ ପୀତବାସ ଓ ବିକ୍ରମ। ସେହିଭଳି ବିଜେଡି କର୍ପୋରେଟର ମଳୟ ବିଷୋୟୀ ଏବଂ ପୂର୍ବତନ ଛାତ୍ର ନେତା ମଦନ ଦଳେଇ ବି ପେଷାରେ ଓକିଲ ଥିବା ବେଳେ ଏଇ 4 ଜଣଙ୍କ ଭିତରେ ଥିଲା ଦୋସ୍ତି। କିନ୍ତୁ ଶେଷରେ ଏଇ ବନ୍ଧୁମାନେ ହିଁ ପାଲଟିଗଲେ ବଇରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ