MP-MURDER Photograph: (OTV)
ଧନ୍ୟ ସେ ପୁଅ ! ବାପକୁ ସ୍ତ୍ରୀ ପିଟୁଥିଲା ଠେଙ୍ଗାରେ, ତରଳି ନଥିଲା ପୁଅର ହୃଦୟ । ଓଲଟା ସ୍ତ୍ରୀ ସହ ମିଶି ପିଟି ପିଟି ମାରିଦେଲା ବୁଢା ବାପାକୁ... ଏମିତି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ମଉଗଞ୍ଜ ଜିଲ୍ଲାରୁ । ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ତାଙ୍କର ପୁଅ, ବୋହୂ ଓ ନାତି ।
ଗାଁ ଦୁର୍ଗା ପୂଜା ପଣ୍ଡାଲରେ ନାଚିଥାନ୍ତା ବୋହୂ । ହେଲେ ଗାଁ ଲୋକଙ୍କ ସହ ନ ନାଚିବାକୁ ଆକଟ କରିଥିଲେ ଶ୍ୱଶୁର । ବାସ୍ ଏତିକି ଥିଲା ଦୋଷ । ଏତିକିରେ ବୋହୂ ମୁଣ୍ଡକୁ ପିତ୍ତ ଉଠିଥିଲା, ଦେଖାଇଥିଲା ଚାମୁଣ୍ଡା ରୂପ । ଠେଙ୍ଗାରେ ପିଟିଥିଲା ଶ୍ୱଶୁରକୁ ।
ପୂଜା ପଣ୍ଡାଲକୁ ଆସି ବୋହୂକୁ ନାଚିବାକୁ ମନା କରିଥିଲେ ଶ୍ୱଶୁରୁ । ଏଇଠୁ ଆରମ୍ଭ ହୋଇଥିଲା ଝଗଡା । ବୁଢା ବାପା ସହ ପାଟିତୁଣ୍ଡ କରିଥିଲେ ପୁଅ, ବୋହୂ ଓ ନାତି । ଏଥିରେ ଉତ୍ୟକ୍ତ ହୋଇ ପ୍ରଥମେ ବୃଦ୍ଧଙ୍କୁ ମାଡ ମାରିଥିଲା ନାତି । ଏହାପରେ ପୁଅ, ବୋହୂ ମିଶି ଠେଙ୍ଗାରେ ପିଟିଥିଲେ । ଜୀବନ ବିକଳରେ ଚିତ୍କାର କରୁଥିଲା ବୁଢା ବାପା । ହେଲେ ପୁଅ କି ନାତିର ତରଳି ନଥିଲା ହୃଦୟ । ନିଜ ରକ୍ତ ମାଡରେ ରକ୍ତାକ୍ତ ହୋଇ ସେଇଠି ଆଖି ବୁଜିଦେଇଥିଲେ ବୃଦ୍ଧ । ମୃତକଙ୍କ ନାଁ ରାମରତି ବିଶ୍ୱକର୍ମା । ଘଟଣାରେ ଅଭିଯୁକ୍ତ ପୁଅ, ବୋହୂ ସହ ନାତିକୁ ଗିରଫ କରିଛି ପୋଲିସ ।
ଆଜିକାଲି କଥା କଥାକେ ଗଡୁଛି ମୁଣ୍ଡ । ରକ୍ତରଞ୍ଜିତ ହେଉଛି ରକ୍ତସମ୍ପର୍କ। ମଧ୍ୟପ୍ରଦେଶରେ ସାମାନ୍ୟ ନାଚକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/03/mp-murder-2025-10-03-10-19-55.jpg)