Murder Photograph: (OTV)
ପୀତବାସ ପଣ୍ଡା ହତ୍ୟା ମାମଲାରେ ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନାର ଆତ୍ମସମର୍ପଣ । ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଛି ସୁଦର୍ଶନ । ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ଥିଲା ସୁଦର୍ଶନ ଜେନା। ପୀତବାସ ହତ୍ୟା ମାମଲାରେ ଫାଇନାନ୍ସ ଯୋଗାଡ଼ କରିବାରେ ସବୁଠୁ ବଡ଼ ଦାୟିତ୍ୱ ସେ ତୁଲାଇଥିବାର ଅଭିଯୋଗ ରହିଛି ।
କୁଆଡ଼େ ଗଲେ ଉମା ଓ କୁରୁପତି? ପୀତବାସ ପଣ୍ଡା ହତ୍ୟା ମାମଲାରେ ଏବେ ବି ୨ ଜଣ ଫେରାର ଅଛନ୍ତି। ଆଉ ଦୁଇ ଜଣ ହେଉଛନ୍ତି ଏହି ମାମଲାର ଜଣେ ଜଣେ କାର୍ପଟଦାର। ସୁଟରକୁ ଡିଲ୍ ଦେଇଥିଲା ଉମା ବିଷୋୟୀ । ସୁଟରଙ୍କ ସହ ଯୋଗାଯୋଗ କରାଇଥିଲା ସୁଦର୍ଶନ ଜେନା । ସବୁଠୁ ବଡ଼ ଅପରାଧୀ ହେଉଛି ସୁଟର୍ କୁରୁପତି ଭୂୟାଁ । ସେ ପୀତବାସଙ୍କ ଉପରକୁ ଗୁଳି ଚଳାଇଥିଲା ।
ସୁଦର୍ଶନ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ୩ ଜଣଙ୍କ ପତ୍ତା ମିଳିନି। କେଉଁଠି ଏମାନେ ଲୁଚିଛନ୍ତି, କେଉଁଠି ଆତ୍ମଗୋପନ କରିଛନ୍ତି ତାକୁ ନେଇ ତଦନ୍ତ କରୁଛି ପୋଲିସ୍। ସୁଦର୍ଶନକୁ ଆଜି ଘଟଣା ସଂପର୍କରେ ପଚରାଉଚରା କରୁଛି ପୋଲିସ୍ ।
ସୁଟର୍ କୁରୁପତି ଫେରାର୍
ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରୁ ପରଦା ହଟାଇ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମେତ ୧୨ ଜଣଙ୍କୁ ବାନ୍ଧିଛି ପୋଲିସ । ଏବେ ବି ଆହୁରି ୨ ଜଣ ଫେରାର ଅଛନ୍ତି । ତେବେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଠୋସ୍ ପ୍ରମାଣ ଯୋଗାଡ଼ କରି କୋର୍ଟରେ ଦୋଷୀ ପ୍ରମାଣିତ କରିବା ଏବେ ପୋଲିସ ପାଇଁ ହେବ ବଡ଼ ଚ୍ୟାଲେଂଜ। ପୀତବାସ ହତ୍ୟା ଘଟଣାରେ ହାଇପ୍ରୋଫାଇଲ୍ ନେତାଙ୍କ ସଂପୃକ୍ତି ଥିବାରୁ ପୋଲିସ ଅତି ସନ୍ତର୍ପଣର ସହ ପ୍ରମାଣ ଯୋଗାଡ଼ ସହ ଆକ୍ସନ ନେଉଛି ।
ବ୍ରହ୍ମପୁର ଏସପିଙ୍କ ତଥ୍ୟ ଅନୁଯାୟୀ ପୀତବାସଙ୍କ ହତ୍ୟା ପାଇଁ ୫୦ ଲକ୍ଷର ଡିଲ ହୋଇଥିଲା । ତେବେ କେମିତି ମର୍ଡର ପାଇଁ ପୂରା ପ୍ଲଟ ପ୍ରସ୍ତୁତ ହୋଇଥିଲା ତାହାର ଖୁଲାସା କରିଛନ୍ତି ବ୍ରହ୍ମପୁର ଏସପି । ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ବ୍ରହ୍ମପୁର ପୂର୍ବତନ ମେୟର ଶିବଶଙ୍କର ଦାସ ହିଁ ଏହି ହତ୍ୟା ଘଟଣାର ମୁଖ୍ୟ କାର୍ପଟଦାର ବୋଲି ପୋଲିସ କହିଛି । ତେବେ ଘଟଣାର ତଦନ୍ତ ଚାଲୁଥିବାରୁ ଆହୁରି ଅନେକ ଦିଗକୁ ନେଇ ପୋଲିସ ଖୋଳତାଡ଼ ଚଳାଇଥିବା ଏସପି ସୂଚନା ଦେଇଛନ୍ତି ।
ଚଳିତ ମାସ ୬ ତାରିଖ ରାତି ୧୦ଟାରେ ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । SNT ରୋଡ୍ ଛକରେ ଥିବା ନିଜ ଚାମ୍ବରରୁ ବୈକୁଣ୍ଠନଗର ସ୍ଥିତ ଘରକୁ ସ୍କୁଟରରେ ଫେରୁଥିବା ବେଳେ ପୀତବାସଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ବ୍ରହ୍ମପୁର ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ବିହାର ସମେତ ୫ଟି ରାଜ୍ୟରେ ଛାନଭିନ୍ କରିଥିଲା। ସେହିପରି ୧୨ ଜଣଙ୍କ କଲ୍ ରେକର୍ଡ ଯାଂଚ କରି ସୁରାକ୍ ପାଇବା ପରେ ଲୋକେସନ ଟ୍ରାକ୍ କରି ୧୨ ଜଣଙ୍କୁ ଗିରଫ କରିଛି ପୋଲିସ। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/23/murder-2025-10-23-16-17-36.jpg)