Advertisment

Student Abuse Row: ଛାତ୍ରୀ ନିର୍ଯାତନା ଘଟଣାରେ ବଡ଼ ଆକ୍ସନ୍, ଅଭିଯୁକ୍ତ ଅତିଥି ଅଧ୍ୟାପକ ବହିଷ୍କୃତ

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ଘଟଣାରେ ବଡ଼ ଆକ୍ସନ୍ ନେଲା ରାଜ୍ୟ ସଂସ୍କୃତି ବିଭାଗ । ଅଭିଯୁକ୍ତ ଅତିଥି ଅଧ୍ୟାପକ ଶତ୍ରୁଘ୍ନ ସାମଲ ବହିଷ୍କୃତ । ଅଭିଯୁକ୍ତ ଅଧ୍ୟାପକଙ୍କୁ କଲେଜରୁ ବହିଷ୍କାର କରାଯାଇଥିବାର ସୂଚନା ଦେଲେ ପ୍ରିନ୍ସିପାଲ ବିଜୟ ଜେନା ।

Action

Action Photograph: (OTV)

Advertisment

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ଘଟଣାରେ ବଡ଼ ଆକ୍ସନ୍ ନେଲା ରାଜ୍ୟ ସଂସ୍କୃତି ବିଭାଗ । ଅଭିଯୁକ୍ତ ଅତିଥି ଅଧ୍ୟାପକ ଶତ୍ରୁଘ୍ନ ସାମଲ ବହିଷ୍କୃତ । ଅଭିଯୁକ୍ତ ଅଧ୍ୟାପକଙ୍କୁ କଲେଜରୁ ବହିଷ୍କାର କରାଯାଇଥିବାର ସୂଚନା ଦେଲେ ପ୍ରିନ୍ସିପାଲ ବିଜୟ ଜେନା । କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ ଅଟକ ରଖାଯାଇଛି । 

Advertisment

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗକୁ ନେଇ କ୍ୟାମ୍ପସ୍ରେ ଛାତ୍ରୀମାନେ ହଙ୍ଗାମା କରିଥିଲେ । ଏହାକୁ ନେଇ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା ।  ଡ୍ରାମା ବିଭାଗର ଛାତ୍ରୀଙ୍କୁ  ଜଣେ ଅତିଥି ଅଧ୍ୟାପକ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଥିଲା ।  ଛାତ୍ରୀମାନେ ସିଧାସଳଖ ଜଣେ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ । ବିକ୍ଷୋଭ କରୁଥିବା ଜଣେ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା । 

ତୁରନ୍ତ ଆକ୍ସନ ନେଲା ବିଭାଗ

ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ତଦନ୍ତ ଆରମ୍ଭ ହୋଇଥିଲା। ରାଜ୍ୟ ସଂସ୍କୃତି ବିଭାଗର ତିନି ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ଖୋଳତାଡ଼ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ସହ ଅନ୍ୟ ଦୁଇ ଜଣ କ୍ୟାମ୍ପସରେ ପହଞ୍ଚିଥିଲେ। ଭୁବନେଶ୍ବର ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ସଂପର୍କରେ ମତ ରଖିଛନ୍ତି ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବ ଦେବ ପ୍ରସାଦ ଦାସ । କହିଛନ୍ତି, କଳା ତାଲିକାଭୁକ୍ତ ହେବେ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ । ଯେପରି ଆଉ କୌଣସି କଲେଜରେ ପଢ଼ାଇ ନ ପାରିବେ ବ୍ୟବସ୍ଥା ହେବ । ପୋଲିସ ଅଧ୍ୟାପକଙ୍କୁ ହେପାଜତକୁ ନେଇଥିବାରୁ ପଚରାଉଚରା କରାଯାଇପାରିନି । ପିଲାଙ୍କୁ ଅଭିଯୋଗ ନେଇ ପଚରାଉଚରା ହୋଇଛି, ବିଭାଗକୁ ରିପୋର୍ଟ ଦେବୁ । 

Advertisment

ଡ୍ରାମା ବିଭାଗ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କ ବିରୋଧରେ ଛାତ୍ରୀମାନେ ଅଭିଯୋଗ ଆଣିଥିଲେ। ଏହି ଟିମ୍ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲା । ନିର୍ଯାତନା ସଂପର୍କରେ ଛାତ୍ରୀମାନେ ଟିମ୍ ସଦସ୍ୟଙ୍କୁ ଅବଗତ କରାଇଥିଲେ । ଏହି ଶିକ୍ଷକଙ୍କ ବିରୁଦ୍ଧରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ସ୍ବତନ୍ତ୍ର ସଚିବ । ଗଣମାଧ୍ୟମର ରିପୋର୍ଟ ଦେଖି ତଦନ୍ତ ପାଇଁ ଆସିଛୁ ବୋଲି କହିଥିଲେ ଦେବ ପ୍ରସାଦ । ପିଲାମାନଙ୍କୁ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଏନେଇ ପଚରାଉଚରା କରିବୁ ବୋଲି କହିଥିଲେ । ତେବେ ଟିମ୍ କଲେଜ ଛାଡିବା ପୂର୍ବରୁ ଅଭିଯୁକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରାଯାଇଛି ।  

Harassment Girl Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ