fraud Photograph: (OTV)
କଟକରୁ ବଡ଼ ଧରଣର ସାଇବର ଠକେଇ ଗ୍ୟାଙ୍କର ପର୍ଦ୍ଦାଫାସ। ୭ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ୪ ଜଣ ବ୍ୟାଙ୍କ କର୍ମଚାରୀ। ସେମାନଙ୍କଠାରୁ ଜବତ ହୋଇଛି ହାର୍ଡ ଡିସ୍କ, କମ୍ପ୍ୟୁଟର, ଲାପଟପ୍, ମୋବାଇଲ୍, ଚେକ୍ ବୁକ୍, ମୋବାଇଲ୍ ସିମ୍, ସ୍କାନର ମେସିନ ଓ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ।
ଏମାନେ ଲୋକଙ୍କୁ ଟଙ୍କାର ଦୁଇ ଗୁଣା ଲୋଭ ଦେଖାଇ ଫେକ ବ୍ୟାଙ୍କ ଆକାଉଣ୍ଟ କରି ଚୁନ ଲଗାଇଥିଲେ। ୫୫୪ଟି ବ୍ୟାଙ୍କ ପାସବୁକ, ୬୯ଟି ମୋବାଇଲ୍ ଫୋନ୍, ୭୦୪ଟି ବ୍ୟାଙ୍କ ଡେବିଟ ଓ କ୍ରେଡିଟ କାର୍ଡ ଜବତ କରିବା ସହ ୯୦ ଲକ୍ଷ ଟଙ୍କାର ବ୍ୟାଙ୍କ ଟଙ୍କାକୁ ଫ୍ରିଜ କରିଛି କମିଶନରେଟ୍ ପୋଲିସ୍। କଟକରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ଏସ. ଦେବଦତ୍ତ ସିଂ।
ପୁଳା ପୁଳା ପାସବୁକ୍, ମୋବାଇଲ୍ ଜବତ
କଟକରୁ ବଡ଼ ଧରଣର ସାଇବର ଠକେଇ ଗ୍ୟାଙ୍କର ପର୍ଦ୍ଦାଫାସ
୭ ଜଣିଆ ଗ୍ୟାଙ୍ଗକୁ ଗିରଫ କଲା ସାଇବର ଥାନା ପୋଲିସ
ଗିରଫ ଅଭିଯୁକ୍ତଙ୍କ ଭିତରେ ୪ ଜଣ ବ୍ୟାଙ୍କ କର୍ମଚାରୀ
ହାର୍ଡ ଡିସ୍କ, କମ୍ପ୍ୟୁଟର, ଲାପଟପ୍, ସ୍କାନର ମେସିନ ସିଜ୍
ଲୋଭ ଦେଖାଇ ଫେକ ବ୍ୟାଙ୍କ ଆକାଉଣ୍ଟ କରୁଥିଲେ
୫୫୪ଟି ବ୍ୟାଙ୍କ ପାସବୁକ, ୬୯ଟି ମୋବାଇଲ୍ ଫୋନ୍ ଜବତ
୭୦୪ଟି ବ୍ୟାଙ୍କ ଡେବିଟ ଓ କ୍ରେଡିଟ କାର୍ଡ ଜବତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/10/fraud-2026-01-10-20-34-57.jpg)