Advertisment

Satyabrata Murder Mystery Solved: ସତ୍ୟବ୍ରତ ହତ୍ୟା ମାମଲାର ମହାଖୁଲାସା, ପ୍ରେମିକା ଲିଜାଙ୍କ ସହ ଦେଖି ସତ୍ୟବ୍ରତକୁ ମାରିଥିଲା ଦିନେଶ

କାର୍ ଡ୍ରାଇଭର ସତ୍ୟବ୍ରତ ହତ୍ୟା ମାମଲାର ମହାଖୁଲାସା। ତ୍ରିକୋଣୀୟ ପ୍ରେମରୁ ହିଁ ମୁଣ୍ଡ ଗଡ଼ିଥିବା କଥା ପୋଲିସ ବଖାଣିଛି। ପ୍ରେମିକା ଲିଜାଙ୍କ ସହ ଭଡ଼ାଘରେ ଏକୁଟିଆ ଥିବା ଦେଖି ସତ୍ୟବ୍ରତଙ୍କୁ ଛାତି ଓ ତଣ୍ଟିରେ ଛୁରୀ ମାରି ହତ୍ୟା କରି ଖସିଯାଇଥିଲା ଗିରଫ ଅଭିଯୁକ୍ତ ଦିନେଶ, ଆଜି ପର୍ଦ୍ଦାଫାସ୍ କରିଛି ପୋଲିସ।

SATYABRAT-MURDER

SATYABRAT-MURDER Photograph: (OTV)

Advertisment

ଯାହା ଆଶଙ୍କା କରୁଥିଲେ ମୃତକଙ୍କ ସଂପର୍କୀୟ...ତାହା ହିଁ ଘଟିଥିଲା...ପ୍ରେମ ସପ୍ତାହର ପ୍ରପୋଜ୍ ଏବଂ ଚକୋଲେଟ୍ ଡେ’ର ଘଡ଼ିସନ୍ଧି ମୂହୁର୍ତ୍ତରେ ପ୍ରେମିକର ମୁଣ୍ଡ ଗଡ଼ିଲା। ରକ୍ତରଂଜିତ ହେଲା ଜଣେ ପ୍ରେମିକାର ଡବଲ୍ ପ୍ରେମିକ ଫଣ୍ଡା।

Advertisment

ଭୁବନେଶ୍ବର ନିଳାଦ୍ରୀବିହାରରେ କାର୍ ଡ୍ରାଇଭର୍ ସତ୍ୟବ୍ରତ ପ୍ରଧାନ ହତ୍ୟା ମାମଲାର ମହାଖୁଲାସା କରିଛନ୍ତି ଜୋନ୍-୬ ଏସିପି ସୋନାଲି ସିଂ ପରମାର। କହିଛନ୍ତି, ଲିଜାଙ୍କ ପ୍ରଥମ ପ୍ରେମିକ ଦୀନବନ୍ଧୁ ନାୟକ ଓରଫ୍ ଦିନେଶ ହିଁ ମାରିଛି ସତ୍ୟବ୍ରତଙ୍କୁ। ଯାହାର ଘର ଜଗତସିଂହପୁର ଜିଲ୍ଲା ଅରିଲୋରେ। 

ଫେବୃୟାରୀ ୮, ରବିବାର ବିଳମ୍ବିତ ରାତି। ମୂଳରୁ ସନ୍ଦେହ କରି ଆସୁଥିବା ଦିନେଶ, ଲିଜାକୁ ବାରମ୍ବାର ଅଡ଼ିଓ ଏବଂ ଭିଡ଼ିଓ କଲ୍ କରିଥିଲା। କିନ୍ତୁ ରିସିଭ୍ ନକରିବାରୁ ଗାଁରୁ ରାତାରାତି କାର୍ ଧରି ଦିନେଶ ପହଞ୍ଚିଯାଇଥିଲା ନୀଳାଦ୍ରିବିହାରର ଗୋଲାପୀ ରଙ୍ଗର ଏହି ଘରେ। ଯେଉଁ ଘରେ ଭଡ଼ାରେ ରହୁଥିଲେ ଲିଜା, ଆଉ ସେହି ରାତିରେ ଲିଜାଙ୍କ ସହ ଉପସ୍ଥିତ ଥିଲେ ସତ୍ୟବ୍ରତ।

Advertisment

ଏହା ଦେଖି ଦିନେଶର ମୁଣ୍ଡକୁ ଚଢ଼ିଯାଇଥିଲା ପିତ୍ତ। ଆଉ ଧସ୍ତାଧସ୍ତି ଭିତରେ ଛୁରୀରେ ସତ୍ୟବ୍ରତଙ୍କ ଛାତି ଏବଂ ତଣ୍ଟିରେ କରିଥିଲା ଆଘାତ। ଜୀବନ ବଞ୍ଚାଇବାକୁ ଘରୁ ଦୌଡ଼ି ପଳାଉଥିଲେ ସତ୍ୟବ୍ରତ। ସ୍ଥାନୀୟ ଲୋକେ ତାଙ୍କୁ ମେଡ଼ିକାଲ ନେବାବେଳେ ଚାଲିଯାଇଥିଲା ଜୀବନ। ଅପରପକ୍ଷେ ଧଳା ରଙ୍ଗର ଏକ କାରରେ ଫେରାର୍ ହୋଇଯାଇଥିଲା ଦିନେଶ। ଆଉ ଗତରାତିରେ ଜଗତସିଂହପୁର ସଦର ଥାନାରେ କରିଥିଲା ଆତ୍ମସମର୍ପଣ। 

ଦିନେଶ ଓ ସତ୍ୟବ୍ରତ ପୂର୍ବରୁ କେହି କାହାକୁ ଚିହ୍ନିନଥିଲେ

ଜଗତସିଂହପୁରରୁ ଦିନେଶକୁ ଆଣି ଗିରଫ ପରେ ଆଜି ମର୍ଡର ସ୍ପଟରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିଲା କମିଶନରେଟ୍ ପୋଲିସ। ପୋଲିସର କହିବା କଥା, ହତ୍ୟା ପଛରେ କୌଣସି ଷଡ଼ଯନ୍ତ୍ର ନାହିଁ। ଦିନେଶ ଓ ସତ୍ୟବ୍ରତ ପୂର୍ବରୁ କେହି କାହାକୁ ଚିହ୍ନିନଥିଲେ। କିନ୍ତୁ ଲିଜା ଜାଣିଥିଲେ ଉଭୟଙ୍କୁ। ଜଗତସିଂହପୁର ଅଞ୍ଚଳର ଲିଜା ଏବଂ ଦିନେଶ ୩ ବର୍ଷ ଧରି ଥିଲେ ଲିଭ୍ ଇନରେ। 

Advertisment

କିଛି ମାସ ତଳେ ଦିନେଶ ଗାଁକୁ ଫେରିଯାଇଥିଲେ ବି ଯୋଗାଯୋଗରେ ଥିଲେ। ଏସବୁ ଭିତରେ ସୋସିଆଲ୍ ମିଡ଼ିଆ ଦେଇ ଲିଜାଙ୍କ ମନରେ ଏଣ୍ଟ୍ରି ମାରିଥିଲେ ସତ୍ୟବ୍ରତ। କୁହାଯାଉଛି, ଦିନେଶ ବିବାହିତ। ଗତ ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିବା ଦିନେଶଙ୍କ ଝିଅଟିଏ ବି ଅଛି । ଏକଥା ଜାଣି ବି ଦିନେଶଙ୍କୁ ଦିଲ୍ ଦେଇଥିଲେ ଲିଜା। କିନ୍ତୁ ସତ୍ୟବ୍ରତ ଯେ ବିବାହିତ, ସେକଥା ଲିଜାଙ୍କୁ ଥିଲା ଅଗୋଚର।   

ପୋଲିସ ହତ୍ୟାରେ ବ୍ୟବହୃତ ଛୁରୀ ଓ କାରକୁ ଜବତ କରିଛି। ତା’ସହ ଯେଉଁ କାର୍ ଧରି ଲିଜାଙ୍କ ଘରକୁ ଆସିଥିଲେ ସତ୍ୟବ୍ରତ, ସେହି କାରକୁ ଧରି ନିଳାଦ୍ରୀବିହାରର କିଛି ବ୍ୟକ୍ତି କ୍ୟାପିଟାଲ୍ ହସ୍ପିଟାଲ ପହଞ୍ଚିଥିଲେ। ସେଠାରେ କାର୍ ମାଲିକାଣୀ ପିଙ୍କି ନାୟକଙ୍କୁ ଚାବି ହସ୍ତାନ୍ତର କରିଥିଲେ। ତେବେ ଅନ୍ୟ ଜଣେ ଡ୍ରାଇଭର ତେଲ ପକାଇବା ପାଇଁ ସେହି କାର ଧରି ଯିବାବେଳେ ନିଶାଗ୍ରସ୍ତ ଅବସ୍ଥାରେ ଶିଶୁ ଭବନ ଛକ ଓଭରବ୍ରିଜରେ ଦୁର୍ଘଟଣା ଘଟାଇଥିବା କହିଛି ପୋଲିସ। 

ପ୍ରେମ ସପ୍ତାହର ପାପ କାହାଣୀ ଭିତରେ ଲିଜା ତ ବର୍ତ୍ତିଗଲେ। ହେଲେ ଭାସିଗଲା ୨ ବିବାହିତ ପ୍ରେମିକ ସତ୍ୟବ୍ରତ ଏବଂ ଦିନେଶଙ୍କ ସୁନାର ସଂସାର। ସେହି ପରିବାରକୁ ଏବେ ନ୍ୟାୟ ଦେବ କିଏ ? 

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ