Advertisment

Horror Over Property Row: ଜମି ବିବାଦ ପାଇଁ ଦାନବ ସାଜିଲା ସାନ ଭାଇ, ଲୋମଟାଙ୍କୁରା ହତ୍ୟାର ଦୃଶ୍ୟ ବଖାଣିଲା ବର୍ତ୍ତି ଯାଇଥିବା କୁନି ଝିଅ

ଜମି ବିବାଦ ପାଇଁ ନୃଶଂସ ସାଜିଲା ସାନ ଭାଇ। କୁନି ଝିଆରୀ ଆଗରେ ବଡ଼ ଭାଇ- ଭାଉଜ ଓ ଅନ୍ୟ ଜଣେ ଝିଆରୀକୁ କୁରାଢ଼ୀରେ ହାଣି ହତ୍ୟା କରିଛି ସାନ ଭାଇ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିଆଳିଝରଣ ଗାଁରେ ଘଟିଛି ଏ ଜଘନ୍ୟ ହତ୍ୟାକାଣ୍ଡ।

Murder

Murder Photograph: (OTV)

Advertisment

ଝିଆରୀ ଆଖି ଆଗରେ ରକ୍ତର ନଦୀ ବୁହାଉଥିଲା ଦାଦା। ବାପା-ମାଆ-ଭଉଣୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣୁଥିଲା । କୁରାଢ଼ୀରେ ଗଡ଼ାଇ ଦେଇଥିଲା ତିନି ତିନଟି ମୁଣ୍ଡ ।
ଟ୍ରିପଲ ମର୍ଡରର ଲୋମଟାଙ୍କୁରା କାହାଣୀ ବଖାଣୁଛି କୁନି ଝିଅ। ତା ଆଖି ଆଗରେ କିପରି ବାପା, ମାଆ ଓ ଭଉଣୀକୁ ଜହ୍ଲାଦ ଦାଦା ହାଣୁଥିଲା ଥର ଥର କଣ୍ଠରେ କହିଛି। ଯେତେ ନେହୁରା ହେଲେ ମଧ୍ୟ ଶୁଣି ନଥିଲା ଏ ରାକ୍ଷସ।

Advertisment

ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ବଡ଼ ଭାଇ ଘରେ ବୁହାଇଥିଲା ରକ୍ତର ବନ୍ୟା। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ନିଆଳିଝରଣ ଗାଁରେ ଘଟିଥିବା ଏହି ଟ୍ରିପଲ ମର୍ଡର ଘଟଣା ସାରା ଅଞ୍ଚଳକୁ ଦୋହଲାଇ ଦେଇଛି। ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଜିତେନ୍ଦ୍ର ସୋରେନ୍, ସ୍ତ୍ରୀ ମାଳତୀ ସୋରେନ୍ ଓ ଝିଅ ମମି ସୋରେନଙ୍କ ଜୀବନ ନେଇଛି ସମ୍ପର୍କୀୟ ସାନଭାଇ ଲକ୍ଷ୍ମଣ ସୋରେନ। ଯାହାର ମୂକସାକ୍ଷୀ ଖୋଦ ଜିତେନ୍ଦ୍ରଙ୍କ ସାନ ଝିଅ। 

ରୋଷେଇ କରୁଥିବା ସମୟରେ ଆକ୍ରମଣ

ଅଭିଯୋଗ ମୁତାବକ, ଗତକାଲି ଜିତେନ୍ଦ୍ରଙ୍କ ପରିବାର ରୋଷେଇ କରୁଥିବା ସମୟରେ ହଠାତ ଲକ୍ଷ୍ମଣ ତାର ଦୁଇ ସମ୍ପର୍କୀୟ ବୈଦ୍ୟନାଥ ଓ ସୁଦାମଙ୍କ ସହ ସେଠାରେ ପହଞ୍ଚିଥିଲା। ଆଉ ଜମିବାଡିକୁ ନେଇ ଆରମ୍ଭ କରିଦେଇଥିଲା ଝଗଡ଼ା ଯାହା ଚରମ ସ୍ଥିତିରେ ପହଞ୍ଚିଥିଲା। ଆଉ ରାଗରେ ରକ୍ତ ଚାଉଳ ଚୋବାଉଥିବା ଲକ୍ଷ୍ମଣ ଏକ ଧାରୁଆ ଟାଙ୍ଗିଆରେ ଜିତେନ୍ଦ୍ରକୁ ହାଣିବାକୁ ଆରମ୍ଭ କରିଥିଲା। ତାଙ୍କୁ ବଞ୍ଚାଇବାକୁ ସ୍ତ୍ରୀ ମାଳତୀ ଓ ଝିଅ ମମି ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ମଧ୍ୟ ନିର୍ମମ ଭାବେ ହାଣି ହତ୍ୟା କରିଥିଲା ଏହି ଜହ୍ଲାଦ ।

Advertisment

ଏହି ଘଟଣାରେ ଘଷିପୁରା ପୋଲିସ ଲକ୍ଷ୍ମଣକୁ ଗିରଫ କରିବା ସହ ତା ୨ ସମ୍ପର୍କୀୟଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି। ୩ ମୃତଦେହକୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ଆଉ ଆଜି ସକାଳେ କେନ୍ଦୁଝରରୁ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

ପୂର୍ବରୁ ଥିବା ଜମିବାଡି ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ପୋଲିସ ଘଟଣାର ଅଧିକ ଖୋଲତାଡ଼ ଆରମ୍ଭ କରିଛି ।     

Triple Murder Kendujhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ