Advertisment

Reality Check at KISS: ଖୋଲିଗଲା କିସର ଗୁମର, ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି ଛାତ୍ରଛାତ୍ରୀ

ପିଲାଙ୍କ ଜଳଖିଆରେ ଦିଆଯାଉଛି କେବଳ ଚୁଡା ଓ ଚିନି । ସେହିପରି ମଧ୍ୟାହ୍ନରେ ଦିଆଯାଉଛି ଭାତ ଡାଲମା। ହେଲେ କିସ ୱେବସାଇଟରେ ଦର୍ଶାଯାଇଛି ଆଉ କିଛି । ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି ଛାତ୍ରଛାତ୍ରୀ ।

KISS

KISS Photograph: (OTV)

Advertisment

କିସ୍ ର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଛାତ୍ର ମୃତ୍ୟୁ ପରେ ତଦନ୍ତ କରିବାକୁ କିସ୍ (KISS) ପରିସରରେ ପହଞ୍ଚିଥିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଓ ଦୁଇ ସଦସ୍ୟା । ତଦନ୍ତ ବେଳେ ଛାତ୍ରଛାତ୍ରୀଙ୍କ ଖାଇବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ଅନେକ ସମସ୍ୟା ଦେଖିବାକୁ ପାଇଛନ୍ତି । ପିଲାଙ୍କ ଜଳଖିଆରେ ଦିଆଯାଉଛି କେବଳ ଚୁଡା ଓ ଚିନି । ପାରା ଭାଡି ଭଳି ରହୁଛନ୍ତି ପିଲା । ସେହିପରି ମଧ୍ୟାହ୍ନରେ ଦିଆଯାଉଛି ଭାତ ଡାଲମା। ହେଲେ କିସ ୱେବସାଇଟରେ ଦର୍ଶାଯାଇଛି ଆଉ କିଛି । ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି ଛାତ୍ରଛାତ୍ରୀ । 

Advertisment

ଏମିତିକି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ତେଣୁ ଆଉ ଥରେ ଏନେଇ ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି ଶିଶୁ ସୁରକ୍ଷା ଆୟୋଗ (OSCPCR) ଅଧ୍ୟକ୍ଷା ବବିତା ପାତ୍ର। ଆଉ ଥରେ ତଦନ୍ତ ପାଇଁ ଯିବେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଟିମ୍ । ତଦନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ରିପୋର୍ଟ ଦେବେ ।

ଜେଲ ଯାଇଛନ୍ତି ୮ ଜଣ

କିସ୍ ଛାତ୍ରଙ୍କୁ ହତ୍ୟା ମାମଲାରେ କିସର ଜଣେ ଅତିରିକ୍ତ ସିଇଓଙ୍କ ସମେତ ଜେଲ ଯାଇଛନ୍ତି ୮ ଜଣ। ଭୁବନେଶ୍ବର ଜେଏମଏଫସି କୋର୍ଟରେ ସେମାନଙ୍କ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତମାନଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। 

Advertisment

୮ ଅଭିଯୁକ୍ତ ହେଲେ କିସର ଆଡିସନାଲ ସିଇଓ ପ୍ରମୋଦ କୁମାର ପାତ୍ର, ଟିଜିଟି ଟିଚର୍ ବିନୟ କୁମାର ଗୋଛି, ସିନିୟର ଏକାଡେମିକ୍ କୋ-ଅର୍ଡିନେଟର୍ ପ୍ରସନ୍ନ କୁମାର ମଲ୍ଲ, ଶିକ୍ଷକ ପ୍ରଦୀପ କୁମାର ଦାସ, କିସ୍ ସେକେଣ୍ଡାରୀ ସ୍କୁଲର ପ୍ରଧାନଶିକ୍ଷକ ରଶ୍ମୀରଂଜନ ନାୟକ, କିସ୍ ଛାତ୍ରାବାସର ଆସିଷ୍ଟାଣ୍ଡ ଫିଲ୍ଡ ଅଫିସର ହେମନ୍ତ କୁମାର ମହାପାତ୍ର, କିସ୍ ବୟଜ୍ ହଷ୍ଟେଲର ସୁପରଭାଇଜର୍ ଶୁଭକାନ୍ତ ବେହେରା, ଏବଂ ସହକାରୀ ଶିକ୍ଷୟିତ୍ରୀ ସୁଜାତା ମିଶ୍ର। ଏହାସହ ୩ ଜଣ ଛାତ୍ରଙ୍କୁ ଧରି ତନାଘନା କରାଯାଉଛି।

•    କିସ୍ ଛାତ୍ର ହତ୍ୟା ମାମଲା, ଜେଲ୍ ଗଲେ ୮
•    ବିଚାର ବିଭାଗୀୟ ହାଜତରେ ୮ ଅଭିଯୁକ୍ତ
•    ଜେଏମଏଫସି-୨ କୋର୍ଟରେ ଜାମିନ ନାମଞ୍ଜୁର
•    ଜାମିନ ନାମଞ୍ଜୁର ପରେ ଝାରପଡା ଜେଲେ ୮ ଅଭିଯୁକ୍ତ
•    ୮ କିସ୍ କର୍ମଚାରୀଙ୍କ ସହ ୩ ସହପାଠୀ ଗିରଫ ହୋଇଛନ୍ତି

Advertisment

•    ଅତିରିକ୍ତ CEOଙ୍କ ସହ ୮ ଗିରଫ
•    (୧) ପ୍ରମୋଦ କୁମାର ପାତ୍ର, ଆଡିସନାଲ ସିଇଓ, କିସ୍
•    (୨) ବିନୟ କୁମାର ଗୋଛି, ଟିଜିଟି ଟିଚର୍, କିସ୍
•    (୩) ପ୍ରସନ୍ନ କୁମାର ମଲ୍ଲ, ସିନିୟର ଏକାଡେମିକ୍ କୋ-ଅର୍ଡିନେଟର୍, କିସ୍
•    (୪) ପ୍ରଦୀପ କୁମାର ଦାସ, ଶିକ୍ଷକ, କିସ୍
•    (୫) ରଶ୍ମୀରଂଜନ ନାୟକ, ପ୍ରଧାନଶିକ୍ଷକ, କିସ୍ ସେକେଣ୍ଡାରୀ ସ୍କୁଲ୍
•    (୬) ହେମନ୍ତ କୁମାର ମହାପାତ୍ର, ଆସିଷ୍ଟାଣ୍ଡ ଫିଲ୍ଡ ଅଫିସର, କିସ୍ ଛାତ୍ରାବାସ
•    (୭) ଶୁଭକାନ୍ତ ବେହେରା, ସୁପରଭାଇଜର୍, କିସ୍ ବୟଜ୍ ହଷ୍ଟେଲ୍
•    (୮) ସୁଜାତା ମିଶ୍ର, ସହକାରୀ ଶିକ୍ଷୟିତ୍ରୀ, କିସ୍

•    ‘କିସ୍’ରେ ଛାତ୍ରକୁ କରାଯାଇଛି ହତ୍ୟା’
•    ‘କିସ୍’ରେ ଛାତ୍ରକୁ ହତ୍ୟା କରାଯାଇଥିବା ସ୍ପଷ୍ଟ କଲେ ପୋଲିସ କମିଶନର
•    ପ୍ରେସମିଟରେ ସ୍ପଷ୍ଟ କଲେ ପୋଲିସ କମିଶନର
•    ଅବହେଳା ପାଇଁ ‘କିସ୍’ର ୮ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ: ସିପି
•    ‘କିସ୍’ କର୍ତ୍ତୃପକ୍ଷ ଦୃଦଘାତରେ ମୃତ୍ୟୁ ବୋଲି ମିଛ କହି ମୃତଦେହ ଦେଇଛନ୍ତି’
•    ୧୩ ତାରିଖରେ ହତ୍ୟା ମାମଲା ରୁଜୁ ହୋଇଥିଲା: ସିପି

•    ‘ସ୍ଥାନୀୟ ପୋଲିସକୁ ପରିବାର କି କିସ୍ ପକ୍ଷରୁ କୌଣସି ଖବର ଦିଆଯାଇନଥିଲା’
•    ‘ଜୋକର ଗ୍ୟାଙ୍ଗ’ ନାମରେ ଗ୍ୟାଙ୍ଗ ଗଢ଼ିଥିଲେ କିଛି ପିଲା’  
•    ‘୩ ଜଣ ଛାତ୍ରଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି’
•    ‘ପୋଲିସ ଓ ପରିବାରକୁ ଜାଣିଶୁଣି ନ ଜଣେଇବା ଅଭିଯୋଗରେ ୮ ଗିରଫ’ 

KISS Visit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ