Advertisment

Clerk’s Salary Bigger Than IAS? IASଙ୍କଠାରୁ ଅଧିକ ଦରମା ନେଉଥିଲେ ସୁବ୍ରତ ବେହେରା, ଜୁନିୟର କିରାଣିଙ୍କ ବେସିକ ପେ' ୭ ଲକ୍ଷ ୩୬ ହଜାର

କିରାଣିଙ୍କ କେଳେଙ୍କାରୀ ସାମନାକୁ ଆସିବା ପରେ ଏବେ ମନରେ ନାନା ପ୍ରଶ୍ନ। ସାଧାରଣ କିରାଣିଟିଏ କିପରି ଏତେ ବଡ ସାହସ ଜୁଟାଇଲା ? ପ୍ରତି ବର୍ଷ ବିଭାଗୀୟ ଅଡିଟ ସହ ଏଜି ଅଡିଟ ହେଉ ଥିଲା କି ନାହିଁ। ବର୍ଷ ବର୍ଷ ଧରି ସରକାରୀ ତହବିଲକୁ ଲୁଟିବାରେ ଜଣେ ସାହସ କଲା କିପରି ?

SALARY

SALARY Photograph: (OTV)

Advertisment

ସରକାରୀ ଟଙ୍କା ଲୁଟି ନେଇ ଘରେ ପୁରେଇଲେ
କିଣିଦେଲେ ୧୭ ଲକ୍ଷ ଟଙ୍କାର ଆସବାବ
ବ୍ୟାଙ୍କ-ପୋଷ୍ଟାଲରେ ଜମା କରିଦେଲେ ୩୬ ଲକ୍ଷ ଟଙ୍କା 
ସରକାରୀ ତହବିଲରୁ ନିଜ ଆକାଉଣ୍ଟକୁ ଟଙ୍କା ପଠାଇ କୋଟିପତି ବନିଗଲେ 
କାହା ବଳରେ ଏ ଦୁଃସାହସିକ କାମ କରୁଥିଲେ କିରାଣି ?
ଏହାପଛରେ ବଡ ବାବୁଙ୍କ ହାତ ନାହିଁ ତ ? 
୮ ବର୍ଷ ଧରି ଲୁଟୁଥିଲେ କେହି ଜାଣି ପାରିଲେନି କେମିତି ? 

Advertisment

ଜୁନିୟର କିରାଣିଙ୍କ ବେସିକ ପେ ୭ ଲକ୍ଷ ୩୬ ହଜାର। ଆଉ ଡିଏ ବା ମହଙ୍ଗା ଭତ୍ତା ୧୪ ଲକ୍ଷ ଟଙ୍କା। ଆକାଉଣ୍ଟାଣ୍ଟ ଥିଲେ ବୋଲି ଘରକୁ ଏମିତି ବୋହି ନେଉଥିଲେ ଟଙ୍କା। ଆଉ ଏହି ଟଙ୍କାରେ ପୂରା ଅୟସ କରିଥିଲେ। ଘର ଗାଡି, ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ ସହ ଯାହା ଇଚ୍ଛା ତାହା କରୁଥିଲେ।

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କନିଷ୍ଠ କିରାଣୀ ସୁବ୍ରତ କୁମାର ବେହେରାଙ୍କ କଳା କାହାଣୀ କଥା ଯିଏ ଶୁଣୁଛି ସେ ସନ୍ଦେହ କରୁଛି। ଲଗାତାର ଭାବରେ ସୁବ୍ରତ ଟ୍ରେଜେରି ଟଙ୍କା ଲୁଟ କରୁଥିଲେ। ନିଜ ଆକାଉଣ୍ଟରେ ପ୍ରତିମାସ ଦରମା ଓ ଭତ୍ତା ବାଦକୁ ମୋଟା ଅଙ୍କର ଟଙ୍କା ଚଢାଉଥିଲା। ଏସବୁ ଜାଣିବା ପରେ ମନରେ ପ୍ରଶ୍ନ, ପୂର୍ବରୁ କେମିତି ଜାଣିପାରିଲାନି ବିଭାଗ ? ୮ ବର୍ଷ ଧରି ଲୁଟୁଥିଲେ ବି ବିଭାଗୀୟ ଅଡିଟ ଟିମ ଧରିଲାନି କିପରି ?

Advertisment

ପ୍ରତିବର୍ଷ ବିଭାଗୀୟ ଇଣ୍ଟରନାଲ ଅଡିଟ ହୁଏ କି ନାହିଁ ? ଏଜି ତରଫରୁ ମଧ୍ୟ ଅଡିଟ ହେଉନଥିଲା କିପରି ? ଏହା ପଛରେ ଉପରିସ୍ଥ ଅଧିକାରୀଙ୍କ ହାତ ନାହିଁ ତ ? ଜଣେ ଜୁନିୟର କ୍ଲର୍କ କଣ ମନଇଚ୍ଛା ଟଙ୍କା ଲୁଟିପାରିବ ? ବଡବଡିଆଙ୍କ ପାଖରେ ପହଞ୍ଚିପାରିବ ତ ତଦନ୍ତକାରୀ ଟିମ ?

ନିଜ ଦରମା ପଠାଇବା କାମ କରୁଥିଲେ ଜୁନିୟର କ୍ଲର୍କ

ଏଚଆରଏମଏସ ମାଧ୍ୟମରେ ଅନ୍ୟ କର୍ମଚାରୀଙ୍କ ଦରମା ପଠାଇବା ସହ ନିଜ ଦରମା ପଠାଇବା କାମ କରୁଥିଲେ ଜୁନିୟର କ୍ଲର୍କ ସୁବ୍ରତ ବେହେରା। କରିତ କର୍ମା କିରାଣିଙ୍କର କୁଆଡେ କମ୍ପ୍ୟୁଟରରେ ରହିଛି ପ୍ରଗାଢ଼ ଜ୍ଞାନ। ସେଥିପାଇଁ ମୂଳ ବେତନଠାରୁ କାହିଁ କେତେ ଅଧିକ ଦର୍ଶାଇ ଡିଏ ଓ ଅନ୍ୟ ଭତ୍ତା ବାବଦରେ ମୋଟା ଅଙ୍କର ଟଙ୍କା ଉଠାଇଛନ୍ତି । 

Advertisment

କେଉଁ ମାସରେ ନିଜ ମୂଳ ଦରମାକୁ ୧ ଲକ୍ଷ ୪୨ ହଜାର ଦେଖାଇ ସେହି ହିସାବରେ ଟଙ୍କା ଉଠାଇଛନ୍ତି ତ କେବେ ୩ ଲକ୍ଷ ୪୭ ହଜାର ଟଙ୍କା ଦେଖାଇଛନ୍ତି। ଏମିତିକି ଗୋଟିଏ ମାସରେ ନିଜ ମୂଳ ଦରମାକୁ ୭ ଲକ୍ଷ ୩୬ ହଜାର ଦେଖାଇ ମୁଖ୍ୟ ଶାସନ ସଚିବ ପାଉଥିବା ଦରମାଠାରୁ ୩ ଗୁଣା ବେତନ ଉଠାଇଛନ୍ତି। ଡିଏ ବାବଦକୁ ଗୋଟିଏ ମାସରେ ୧୪ ଲକ୍ଷ ଟଙ୍କା ନେଇଛନ୍ତି। ଏହାବାଦ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଖାତାକୁ ମୋଟା ଅଙ୍କର ଦରମା ପଠାଉଥିଲେ।

ଆଉ ଯେତେବେଳ ପଚରା ଯାଉଥିଲା କହୁଥିଲେ ସାର ଭୁଲରେ ପଳାଇଛି ନିଜ ଆକାଉଣ୍ଟରେ ଟଙ୍କା ଫେରାଇ ଦେବାକୁ କହୁଥିଲେ। ଏ ବାବଦକୁ ଫେକ ଟ୍ରେଜେରି ଚାଲାଣ ସମ୍ପୃକ୍ତ କର୍ମଚାରୀଙ୍କୁ ଦେଉଥିଲେ। 
ଏବେ ଘଟଣା ପଛରେ କିଏ ତାକୁ ଖୋଜି ବାହାର କରିବା ତଦନ୍ତକାରୀ ଟିମର ମୁଖ୍ୟ କାମ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ସେ ଉପରିସ୍ଥ ବାବୁଙ୍କ ପାଖରେ ଟିମ ପହଞ୍ଚିପାରିବ କି ନାହିଁ ତାହା ସନ୍ଦେହ।

Salary Crorepati Clerk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ