Death Penalty To Couple Photograph: (OTV)
କରିଥିଲେ କୁକର୍ମ, ପାଇବେ ଫାଶୀ। ଛୋଟ ପିଲାଙ୍କୁ ଦେଉଥିଲେ ଯୌନ ନିର୍ଯାତନା। ପତ୍ନୀଙ୍କ ସହ ଫାଶୀଖୁଣ୍ଟରେ ଝୁଲିବେ। ଜଣେ କି ଦି ଜଣ ନୁହଁ, ଶିକାର ହୋଇଥିଲେ ୩୪ ଛୁଆ। POCSO ଆଇନ ବଳରେ ଉତ୍ତରପ୍ରଦେଶ ବାନ୍ଦାର ଏକ ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟ ଶୁଣାଇଛନ୍ତି ଏହି ଐତିହାସିକ ରାୟ। ଅଭିଯୁକ୍ତ ଦମ୍ପତି ହେଲେ ରାମଭବନ ଓ ପତ୍ନୀ ଦୁର୍ଗାବତୀ। ରାମଭବନ ଓ ଦୁର୍ଗାବତୀଙ୍କ ବିରୋଧରେ ରହିଛି ସାଂଘାତିକ ଅଭିଯୋଗ।
ସେମାନଙ୍କ ବିରୋଧରେ ଶିଶୁମାନଙ୍କୁ ଅପ୍ରାକୃତିକ ଯୌନ ଅତ୍ୟାଚାର ଦେବା ପରି ସଙ୍ଗୀନ ଅଭିଯୋଗ ରହିଛି। କେବଳ ଏତିକି ନୁହଁ ସେମାନଙ୍କୁ ଗଭୀର ଆଘାତ ଦେବା, ଶିଶୁ ପର୍ଣ୍ଣୋଗ୍ରାଫି କରି ବିକ୍ରି କରିବା ପରି ଅଭିଯୋଗ ବି ଉଲ୍ଳେଖ ଅଛି। ସେମାନେ ପ୍ରାୟ ୨୦୧୦ରୁ ୨୦୨୦ ମସିହା ମଧ୍ୟରେ ଉତ୍ତରପ୍ରଦେଶର ବାନ୍ଦା ଓ ଚିତ୍ରକୁଟରେ ନିଜ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିଲେ। ଉଭୟ ଦମ୍ପତି ଏତେ କ୍ରୂର ଥିଲେ ଯେ ୩ ବର୍ଷର ଛୁଆଙ୍କୁ ବି ଛାଡ଼ୁ ନ ଥିଲେ।
ଚକୋଲେଟ, ଖେଳନା ଦେବା ସହ ଭିଡିଓ ଗେମ୍ ଦେଖାଇବାର ପ୍ରଲୋଭନ ଦେଖାଇ ପିଲାଙ୍କୁ ଘରକୁ ଡାକୁଥିଲେ। ରାମଭବନ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଓ ତାହାର ଭିଡିଓ କରୁଥିଲେ ତାଙ୍କ ପତ୍ନୀ। ଭିଡିଓକୁ ପର୍ଣ୍ଣ ସାଇଟ୍ ରେ ବିକି ମାଲେମାଲ ହେଉଥିଲେ। ସେମାନେ ଚୀନ୍, ଆମେରିକା ପରି ପ୍ରାୟ ୪୫ ଦେଶକୁ ଏହି ସବୁ ଅଶ୍ଳୀଳ ଭିଡିଓ ବିକୁଥିଲେ। ପୋଲିସ୍ ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ଘରୁ ୮ ମୋବାଇଲ ଫୋନ୍, ଲାପଟପ୍, ପେନ୍ ଡ୍ରାଇଭ, ଆପତ୍ତିଜନକ ସାମଗ୍ରୀ ସହ ପ୍ରାୟ ୮ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା।
ଇଣ୍ଟରପୋଲଠୁ ସୂଚନା ପାଇବା ପରେ ୨୦୨୦ରେ ସିବିଆଇ ଏକ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଥିଲା। ସଂଗୃହୀତ ପ୍ରମାଣ ଆଧାରରେ ୨୦୨୧ରେ ପତିପତ୍ନୀଙ୍କୁ ବାନ୍ଧିଥିଲା। ଉଭୟଙ୍କ ବର୍ବରତାର ଶିକାର ହୋଇଥିବା ବହୁ ପିଲା ଶାରୀରିକ ଓ ମାନସିକ ଭାବେ ଗଭୀର ଆଘାତ ପାଇଥିଲେ। ଆଉ କିଛି ଜଣ ବର୍ଷ ବର୍ଷ ହସ୍ପିଟାଲ ବେଡରେ ମରଣ ସହ ସଂଘର୍ଷ କରିଛନ୍ତି।
ଉଭୟ ପତିପତ୍ନୀଙ୍କ ଉପରେ POCSO ଆଇନ ବଳରେ ପ୍ରାୟ ୫ ବର୍ଷରୁ ଅଧିକ ସମୟ ଧରି ମାମଲା ଚାଲିଥିଲା। ପ୍ରାୟ ୫୦ରୁ ଅଧିକ ଶିଶୁ ନିଜ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ କୋର୍ଟ ସମ୍ମୁଖରେ ବଖାଣିଥିଲେ। କୋର୍ଟ ଏହାକୁ "rarest of rare" କେସ୍ ବୋଲି କହିବା ସହ ଉଭୟ ପତିପତ୍ନୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାକୁ ଆଦେଶ ଦେଇଛନ୍ତି। ଏଥିସହ ସେମାନଙ୍କ ସମ୍ପତ୍ତି ଓ ଘର ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜବତ ସମ୍ପତ୍ତିରୁ ପୀଡ଼ିତଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ବାଣ୍ଟିଦେବାକୁ କୋର୍ଟ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/22/death-penalty-to-couple-2026-02-22-12-09-25.jpg)