ALCOHOL RAID Photograph: (OTV)
Advertisment
ଘଞ୍ଚ ଜଙ୍ଗଲ ମଧ୍ୟରେ ଚାଲିଥିଲା ଦେଶୀ ମଦ ବେପାର। ଅତର୍କିତ ଭାବେ ଚଢାଉ କଲା ପୋଲିସ। କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଅ, କଂସର, ବାଉଁଶ ଟଙ୍ଗୋର, ସଡ଼କ ସାହି, ପଦପଥର, ପତିଆସହି, ଲୁଣି ପଡିଆ ଓ ଖଣ୍ଡୁଆଳୀ ସଂରକ୍ଷିତ ଜଙ୍ଗଲରେ ଚଢାଉ କରାଯାଇଛି।
Advertisment
୧୮ଶହ ଲିଟର ପୋଚ ନଷ୍ଟ ସହ ୪୦ ଲିଟର ଦେଶୀ ମଦ ଜବତ କରିଛି ଖୁଣ୍ଟୁଣୀ ପୋଲିସ। ରିଜର୍ଭ ଜଙ୍ଗଲ ଭିତରେ ବେଧଡକ ଭାବେ ମଦ କାରବାର ଚଳାଇଥିଲେ ମାଫିଆ। ଚଢାଉ ବେଳେ ମଦ ବେପାରୀ ଖସି ପଳାଇଥିବା ବେଳେ ପୋଚ ଜବତ ହୋଇଛି। ଏନେଇ ଏକ ମାମଲା ରୁଜୁ କରିଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/02/alcohol-raid-2026-02-02-13-24-26.jpg)