MURDER Photograph: (OTV)
ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ବୟାନ । ଦକ୍ଷିଣାଞ୍ଚଳ IG ନୀତି ଶେଖରଙ୍କ ବଡ଼ ସୂଚନା । ଖୁବ୍ ଶୀଘ୍ର ହେବ ପର୍ଦ୍ଦାଫାସ । ପୋଲିସ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦିନେ, ଦୁଇ ଦିନ ଭିତରେ ସାମ୍ବାଦିକ ସମ୍ମିଳନୀ ହେବ । ପୁରା ମାମମଲାର ଖୁଲାସା ହେବ କହିଲେ IG ।
ସେପଟେ ସହରର ଜଣେ ରାଜନେତାଙ୍କୁ ପୋଲିସ ଉଠାଇ ନେଇଥିବା ଚର୍ଚ୍ଚା ହେଉଛି। ସଂପୃକ୍ତ ରାଜନେତାଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଛି। ତେବେ ପୀତବାସ ପଣ୍ଡା ହତ୍ୟା ମାମଲାରେ ସଂପୃକ୍ତ ରାଜନେତାଙ୍କ କ’ଣ ସଂପୃକ୍ତି ରହିଛି, ଭୂମିକା କ’ଣ, ସେନେଇ କୌଣସି ସ୍ପଷ୍ଟ କରୁନି ବ୍ରହ୍ମପୁର ପୋଲିସ। ହତ୍ୟା ମାମଲାରେ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର ଜଣେ କର୍ପୋରେଟଙ୍କୁ ମଧ୍ୟ ନେଇ ପଚରାଉଚରା କରିଛି। କର୍ପୋରେଟର୍ ଓ ଜଣେ ଛାତ୍ରନେତା ସମେତ ୮ ଜଣଙ୍କୁ ସ୍କାନରରେ ରଖି ପୋଲିସ ତଦନ୍ତ କରୁଛି।.
ଗତ ୬ ତାରିଖ ରାତିରେ ପୀତବାସଙ୍କୁ ତାଙ୍କ ଘର ନିକଟରେ ପଏଣ୍ଟ୍ ବ୍ଲାଙ୍କରେ ହତ୍ୟା କରି ଫେରାର ମାରିଥିଲେ ଦୁର୍ବୃତ୍ତ। ସାର୍ପସୁଟର ଥିବା ସୁପାରିକିଲରଙ୍କୁ ନିଯୁକ୍ତ କରି ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ମାମଲାରେ ବିହାରର ଜଣେ ସାର୍ପସୁଟର ସହ ୨ ଜଣଙ୍କୁ ପୋଲିସ ଧରିଥିବା ଚର୍ଚ୍ଚା ହେଉଥିଲା। ତେବେ ତାଙ୍କୁ କ’ଣ ପାଇଁ କିଏ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲା, ଆଜିକୁ ୨ ସପ୍ତାହ ହେଲା ସ୍ପଷ୍ଟ ହୋଇନାହିଁ। ଏପରିକି ଏଯାଏଁ କାହାକୁ ଗିରଫ କରିପାରିନି ବ୍ରହ୍ମପୁର ପୋଲିସ।...
‘ଦିନେ, ଦୁଇ ଦିନରେ ଖୁଲାସା’
ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ବୟାନ
ଦକ୍ଷିଣାଞ୍ଚଳ IG ନୀତି ଶେଖରଙ୍କ ବଡ଼ ସୂଚନା
‘ଖୁବ୍ ଶୀଘ୍ର ହେବ ପର୍ଦ୍ଦାଫାସ’
‘ପୋଲିସ ତଦନ୍ତ ଶେଷ ପର୍ଯ୍ୟାୟରେ’
‘ଦିନେ, ଦୁଇ ଦିନ ଭିତରେ ସାମ୍ବାଦିକ ସମ୍ମିଳନୀ ହେବ’
ପୁରା ମାମମଲାର ଖୁଲାସା ହେବ କହିଲେ IG
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/21/murder-2025-10-21-10-24-55.jpg)