Humane Sagar Photograph: (OTV)
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ କଣ ହେବ କାର୍ଯ୍ୟାନୁଷ୍ଠାନ। ମାଆଙ୍କ ଏତଲା ପରେ ଏବେ ପୋଲିସ କଣ ଆକ୍ସନ ନେଉଛି, ତା ଉପରେ ନଜର । ଗତକାଲି ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଥାନାରେ ଏତଲା ଦେଇଥିଲେ ମାଆ ଶେଫାଳି ସୁନା ।
କଟକ ମର୍କତ ନଗର ଥାନାରେ ସେ ଏତଲା ଦେଇ ପୁଅକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି। ହ୍ୟୁମାନଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି ମାଆ। ହ୍ୟୁମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ଏତଲାରେ ଉଲ୍ଲେଖ ରହିଛି । ଅବହେଳା, ଦୁର୍ବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ଦାବି କରିଛନ୍ତି ମାଆ । ଏହାସହିତ ଷଡ଼ଯନ୍ତ୍ର, ଆର୍ଥିକ ହେରଫେର୍, ଡିଜିଟାଲ ପ୍ରମାଣ ନଷ୍ଟ ସଂପର୍କିତ ଅଭିଯୋଗର ବି ତଦନ୍ତ ଦାବି କରିଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳି ।
'ମୋତେ ନ୍ୟାୟ ଦିଅ'
ଘଟଣାର ଦୀର୍ଘ ୧ ମାସ ପରେ ମାଆଙ୍କ ଏତଲା ହ୍ୟୁମାନଙ୍କ ମୃତ୍ୟୁକୁ ପୁଣି ଚର୍ଚ୍ଚାକୁ ଟାଣିଛି । ହ୍ୟୁମାନଙ୍କ ଦୁଇ ମ୍ୟାନେଜର ପ୍ରଶାନ୍ତ ବେହେରା ଓ ଦିନେଶ ବେହେରାଙ୍କ ସହ ଗାୟିକା ଅର୍ପିତା ଚୌଧୁରୀ ଓ ବୋହୂ ଶ୍ରେୟା ମିଶ୍ରଙ୍କ ନାଁ ବି ଏତଲାରେ ଉଲ୍ଲେଖ କରି ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାଆ ଶେଫାଳି ସୁନା ନିବେଦନ କରିଛନ୍ତି। ପୁଅର ଅକାଳ ମୃତ୍ୟୁ ପଛର ସତ୍ୟ ଉନ୍ମୋଚନ କରି ତାଙ୍କୁ ନ୍ୟାୟ ଦେବାକୁ ଗୁହାରି କରିଛନ୍ତି ମାଆ ଶେଫାଳି। ...
ଏତଲାରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ବାପା-ମାଆ ଏବଂ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ମିଶ୍ର, ସଂଗୀତକାର ସୋମେଶ ଶତପଥୀଙ୍କୁ ବି ତଦନ୍ତ ପରିସରକୁ ଆଣିବାକୁ ଅନୁରୋଧ କରିଛନ୍ତି ହ୍ୟୁମାନଙ୍କ ମାଆ। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତ ନଭେମ୍ବର ୧୭ରେ ଆଖି ବୁଜିଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର।
ଟିଟିଲାଗଡ଼ରେ ଚଳିତ ମାସ ପ୍ରଥମ ସପ୍ତାହରେ ଓଲିଉଡ୍ କଳାକାରଙ୍କ ପକ୍ଷରୁ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ହ୍ୟୁମାନଙ୍କ ମାଆଙ୍କୁ ଅଭିନେତା ଅନୁଭବ ମହାନ୍ତି ଭେଟିବା ପରେ ତଦନ୍ତ ହେଉ ବୋଲି ବଡ଼ ବୟାନ ଦେଇଥିଲେ।
“ହ୍ୟୁମାନ ଅନେକ କଷ୍ଟରେ ଥିଲେ। ମନରେ ବହୁତ କିଛି ଚାପି ରଖିଥିଲେ। ତାଙ୍କ ମୃତ୍ୟୁ ପାଇଁ ଯିଏ ଦାୟୀ, ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ।” ଅନୁଭବଙ୍କ ଏହି ବୟାନ ହ୍ୟୁମାନଙ୍କ PAଙ୍କ ଭୂମିକାକୁ ନେଇ ପୁଣି ପ୍ରଶ୍ନ ଛିଡ଼ା କରିଥିଲା।
ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ବି ଜଣା ଯାଉନଥିଲା, ଅନେକ କିଛି ଲୁଚାଇ ରଖାଯାଇଥିଲା ତେଣୁ ସମସ୍ତଙ୍କ ମୁଖା ଖୋଲୁ ବୋଲି ସେ ଦୋହରାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/22/humane-sagar-2025-12-22-16-56-52.jpg)