Advertisment

Midnight Visit Revelation: ହ୍ୟୁମାନ ସାଗରଙ୍କ ମାଆଙ୍କ ବିସ୍ଫୋରଣ, ରାତି ଅଧରେ ପୁଅ ପାଖକୁ ଆସୁଥିଲା ଅର୍ପିତା

ମାଆ ଶେଫାଳି ସୁନା କହିଛନ୍ତି, ମ୍ୟାନେଜର ଦୀନେଶ ବେହେରା ହିଁ ଖଳନାୟକ। ପୁଅକୁ ଲିଭର ସିରୋସିସ୍ ହୋଇଥିବା କଥା ଦୀନେଶ ଓରଫ ପପୁ ମୋତେ ଲୁଚାଇ ଥିଲା, ମୁଁ ଭେଲୋର ନେବାକୁ କହିବାରୁ ଚିହିଁକି ଉଠିଲା।

Humane Sagar Mother

Humane Sagar Mother Photograph: (OTV)

Advertisment

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ମାଆ ଶେଫାଳିଙ୍କ ଓଟିଭି ଖୋଲାକଥାରେ ବିସ୍ଫୋରଣ। ଦୁଇ ମ୍ୟାନେଜରଙ୍କ ସହ ଜଣେ ଅର୍କ୍ରେଷ୍ଟ୍ରା ମାଲିକଙ୍କ ଦ୍ବାରା ହୋଇଥିବା ଅର୍ଥ ହେରଫେର ତଦନ୍ତ ଦାବି ସାଙ୍ଗକୁ ସହ-ଗାୟିକା ଅର୍ପିତାଙ୍କ ନାଁରେ ବି ଆଣିଛନ୍ତି ସାଂଘାତିକ ଆରୋପ। ଯାହା କି ହ୍ୟୁମାନଙ୍କ ଫ୍ୟାନ ମହଲରେ ହଲଚଲ ସୃଷ୍ଟି କରିଥିବାବେଳେ ପୋଲିସ୍ ପାଇଁ ସାଜିବ ତଦନ୍ତର ଦିଗ।...

Advertisment

ଦୀନେଶ ବେହେରା ଭିଲେନ୍

ମ୍ୟାନେଜର ଦୀନେଶ ବେହେରା ଓରଫ ପପୁ ଭିଲେନ୍ । ହ୍ୟୁମାନ ପାଖକୁ ରାତି ଅଧରେ ଆସୁଥିଲା ଅର୍ପିତା  । ପୁଅର ଡ୍ରାଇଭର ସବୁ କଥା ଜାଣିଛି... ।
ଲୋକପ୍ରିୟ ସିଙ୍ଗର ହ୍ୟୁମାନ ସାଗରଙ୍କ ମୃତ୍ୟୁର ମାସେ ପରେ ଓଟିଭି ଖୋଲକଥା କାର୍ଯ୍ୟକ୍ରମରେ ଏମିତି କିଛି ସାଂଘାତିକ ତଥ୍ୟ ରଖି ବିସ୍ଫୋରଣ ଘଟାଇଛନ୍ତି ମାଆ ଶେଫାଳି ସୁନା। କହିଛନ୍ତି ମ୍ୟାନେଜର ଦୀନେଶ ବେହେରା ହିଁ ଖଳନାୟକ।

ପୁଅକୁ ଲିଭର ସିରୋସିସ୍ ହୋଇଥିବା କଥା ଦୀନେଶ ଓରଫ ପପୁ ମୋତେ ଲୁଚାଇ ଥିଲା, ମୁଁ ଭେଲୋର ନେବାକୁ କହିବାରୁ ଚିହିଁକି ଉଠିଲା। ନିଜ ଆର୍ଥିକ ସ୍ବାର୍ଥ ହାସଲ ପାଇଁ ସେମାନେ ହ୍ୟୁମାନକୁ ବ୍ୟବହାର କରୁଥିଲେ। ଘରୁ-ହସ୍ପିଟାଲ ନେଉଥିଲେ, ସେଠୁ ସିଧା ଷ୍ଟେଜ୍ ଚଢ଼ାଉଥିଲେ। ପୁଅ ଆଇସିୟୁରେ ଥିବାବେଳେ ପପୁ, ବୋହୂ ଶ୍ରେୟା ଓ ମୋ ସହ ବି ଝଗଡ଼ା କରିଥିଲା। ଏକଥା ହ୍ୟୁମାନ ଜାଣିପାରି ସମସ୍ତଙ୍କୁ ଚୁପ୍ ରହିବାକୁ ଗୁହାରି କରିଥିଲା। 

Advertisment

ବଡ଼ ପାପ ଥିଲା 

ଅର୍ପିତା ଚୌଧୁରୀ ତା ଘରେ ପ୍ରୋଗ୍ରାମ ଯାଉଛି ବୋଲି ମିଛ କହି ମୋ ପୁଅ ପାଖକୁ ରାତି ଅଧରେ ଆସୁଥିଲା। ମୁଁ ଏକଥା ଜାଣୁଥିଲି, ଯାହାକି ମୋ ପାଇଁ ବଡ଼ ପାପ ଥିଲା ବୋଲି କହିଛନ୍ତି ଶେଫାଳି। ଏଥିସହ ବୋହୂ ଶ୍ରେୟାଙ୍କ ନାଁରେ ଏତଲା ଦେଇଥିବା କଥା ଶେଫାଳି ସ୍ବୀକାର କରିଥିବାବେଳେ ହ୍ୟୁମାନର ଡ୍ରାଇଭର ସବୁ ଜାଣିଛି ଓ ଏଫଆଇଆରରେ ତା ନାଁ ବି ଯୋଡ଼ିବାକୁ ସେ ନିବେଦନ କରିଥିବା କହିଛନ୍ତି ଶେଫାଳି ସୁନା।...

ଖାଲି ସେତିକି ନୁହେଁ ଡେରିରେ କଟକ ମର୍କତ ନଗର ଥାନାରେ କାହିଁକି ଦେଲେ ଏଫଆଇଆର୍ ? ତାହା ବି ସ୍ପଷ୍ଟ କରିଛନ୍ତି ହ୍ୟୁମାନ ସାଗରଙ୍କ ମାଆ। ଆଉ ସାଗର ସଙ୍ଗମ ଲାଇଭ୍ ର ମାଲିକ ଏମ.ଡି ଆବିଦ୍ ଓରଫ ବବଲୁ। ଯାହାଙ୍କ ନାଁ ଏତଲାରେ ରହିଛି ଓ ତାଙ୍କ ବିରୋଧରେ ଶେଫାଳି ଆଣିଛନ୍ତି ସଂଗୀନ ଆରୋପ। ତେଣେ ଏତଲାରେ ନାଁ ଥିବା ୯ଜଣଙ୍କ ମଧ୍ୟରୁ ପ୍ରଥମ ବ୍ୟକ୍ତି ଭାବେ ମୁହଁ ଖୋଲିଛନ୍ତି ଆବିଦ୍।

Advertisment

ଓଟିଭିକୁ କହିଛନ୍ତି- ୨୦୧୩ ମସିହାରୁ ହ୍ୟୁମାନ ତାଙ୍କ ଅର୍କ୍ରେଷ୍ଟ୍ରାରୁ ମାତ୍ର ହଜାରେ ଟଙ୍କାରେ କ୍ୟାରିୟର ଆରମ୍ଭ କରିଥିଲେ ଓ ୨୦୨୩ରେ ଛାଡ଼ିଲା ବେଳକୁ ଦେଢ ଲକ୍ଷ ପର୍ଯ୍ୟନ୍ତ ପାରିଶ୍ରମିକ ନେଉଥିଲେ। ହ୍ୟୁମାନଙ୍କର ଗୋଟିଏ ଟଙ୍କା ସେ ବାକି ରଖିନାହାନ୍ତି କି ତାଙ୍କ ଆର୍ଥିକ କାରବାର କଥା ଜାଣନ୍ତିନି। ତେବେ ତାଙ୍କ ମାଆଙ୍କୁ ନ୍ୟାୟ ମିଳୁ। ତଦନ୍ତରେ ପୋଲିସକୁ ସବୁ ପ୍ରକାର ସହଯୋଗ କରିବେ ଓ ଦରକାର ପଡ଼ିଲେ ମିଛ ଧରା ପରୀକ୍ଷା (ଲାଏ ଡିଟେକ୍ସନ ଟେଷ୍ଟ)କୁ ବି ସେ ସ୍ବାଗତ କରିବେ ବୋଲି କହିଛନ୍ତି ଆବିଦ୍।..

ଏପଟେ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ତାଙ୍କ ମାଆଙ୍କ ଏତଲା ଓ ଆରୋପକୁ ନେଇ କେବଳ ବବଲୁଙ୍କୁ ଛାଡ଼ି ଅନ୍ୟ କାହାରି ପ୍ରତିକ୍ରିୟା ମିଳିନଥିବାବେଳେ ପୂର୍ବରୁ ମ୍ୟାନେଜର ଦୀନେଶ ମଧ୍ୟ ପୋଲିସକୁ ତଦନ୍ତରେ ସହଯୋଗ କରିବେ ବୋଲି କହିଥିଲେ। ଏଣେ ହ୍ୟୁମାନ ଡେଥ୍ ଫାଇଲ୍ ଖୋଲି ରହସ୍ୟ ଭେଦିବାକୁ ତତ୍ପର ହୋଇଛି କମିଶନରେଟ୍ ପୋଲିସ।

ମାଆ ଶେଫାଳି ଯେଉଁ ୯ଜଣଙ୍କ ନାଁ ଏତଲାରେ ଉଲ୍ଲେଖ କରିଛନ୍ତି- ସେମାନଙ୍କ ଫାଇନାନସିଆଲ ଟ୍ରାନଜାକ୍ସନ ଘାଣ୍ଟିବା ଆରମ୍ଭ କରିଛି। ସମସ୍ତଙ୍କ ବର୍ଷକର ଫୋନ୍ କଲ୍ ଡିଟେଲସ ବି ମାଗିଛି। ଖୁବଶୀଘ୍ର ଏମାନଙ୍କୁ ନୋଟିସ୍ କରିପାରେ ବୋଲି ଅନୁମାନ କରାଯାଉଛି। ଅଭିଯୋଗ ସଂପର୍କରେ ଅର୍ପିତା ଓ ଦୀନେଶ ବେହେରାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । 

humane sagar case humane sagar mother
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ