Bhanjanaga_Mohana_Illegal-Gun-Business Photograph: (OTV)
ଗଞ୍ଜାମ-ଗଜପତିରେ ବଢୁଛି ପିସ୍ତଲ୍ ବେପାର। ଏପଟେ ପୋଲିସ ଆରମ୍ଭ କରିଛି ଅଲଆଉଟ୍ ଅପରେସନ୍। ଚାଲିଛି ଘନଘନ ନାଇଟ୍ ପାଟ୍ରୋଲିଂ, ବନ୍ଧା ହେଉଛନ୍ତି ଜଣଙ୍କ ପରେ ଜଣେ ଅପରାଧୀ। ସ୍ପେଶାଲ୍ ମିଶନରେ ଏପ୍ରିଲ୍ ମାସରୁ ଏଯାଏଁ ୨୨ରୁ ଅଧିକ ବନ୍ଧୁକ ଜବତ କରିବା ସହ ୫୦ରୁ ଅଧିକ ଅପରାଧୀଙ୍କୁ ଗିରଫ କଲାଣି ଭଞ୍ଜନଗର ପୋଲିସ।।
ଭଞ୍ଜନଗର ସୋରାଦେବୀ ମନ୍ଦିର ନିକଟରେ ଦୁଇ ଅପରାଧୀ ଶଙ୍କର ଏବଂ ପିଣ୍ଡ ସ୍ୱାଇଁଙ୍କୁ କାବୁ କରିଥିଲା ପୋଲିସ। ସେମାନଙ୍କ ନିକଟରୁ ଦୁଇଟି ଦେଶୀ ପିସ୍ତଲ୍ ଜବତ ହୋଇଥିଲା। ସେହିଭଳି ଗତ ମେ ୨୭ତାରିଖରେ ଜିଲୁଣ୍ଡି ତାରିଣୀ ମନ୍ଦିରରେ ଅପରାଧିକ ଷଡଯନ୍ତ୍ର ଚାଲିଥିବାବେଳେ ପାଞ୍ଚଟି ବନ୍ଧୁକ ସହ ୯ ଜଣଙ୍କୁ ଗିରଫ କରିଥିଲା।
ଆଉ ଅଗଷ୍ଟ ୨ ତାରିଖରେ ମଧ୍ୟ ଜାମପଲ୍ଲି ଛକ ନିକଟ କରଞ୍ଜେଇ ମନ୍ଦିର ନିକଟରେ ଗୁଳିକରି ହତ୍ୟା ଉଦ୍ୟମ ବେଳେ ପୋଲିସ ପହଞ୍ଚି ପାଞ୍ଚ ଜଣଙ୍କୁ ଗିରଫ କରିଥିଲା। ଭଞ୍ଜନଗରକୁ ଅପରାଧ ମୁକ୍ତ କରିବା ଆଗକୁ ଏହିପରି ନିଆଯିବ କଡ଼ା ଆକ୍ସନ। ଆଉ ଅପରାଧୀଙ୍କୁ କରାଯିବ ସାବାଡ।
ସେହିପରି ଗଜପତି ଜିଲ୍ଲା ମୋହନାରେ ମଧ୍ୟ ଆତଙ୍କ ମଚାଇ ଚାଲିଛନ୍ତି ବନ୍ଧୁକ ମାଫିଆ। ଗଲାପାକୁ ଗାଁ ପାହଡ଼ ଉପରେ ଚାଲିଥିଲା ବେଆଇନ ବନ୍ଧୁକ କାରଖାନା। ମାଫିଆ ମାନେ ଦେଶୀ ବନ୍ଧୁକ ତିଆରି କରି ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିକ୍ରୀ କରୁଥିଲେ। ତେବେ ଖବର ପାଇ ଚଢ଼ାଉ କରିଥିଲା ମୋହନା ଥାନା ପୋଲିସ ଟିମ୍। ଆଉ ଚାଲିଥିବା କାରଖାନାରେ ଚଢ଼ାଉ କରିଥିଲା।
ଘଟଣା ସ୍ଥଳରୁ ୧୨ଟି ଦେଶୀ ବନ୍ଧୁକ, ତିଆରି ସାମଗ୍ରୀ, ସୋଲାର ଲାଇଟ୍ ଆଦି ଜବତ କରିଥିଲା। ଆଉ କାରଖାନାର ମାଷ୍ଟର ମାଇଣ୍ଡ ଘନଶ୍ୟାମ ପ୍ରଧାନ ଓ ଗ୍ରାହକ ହରିଶ୍ଚନ୍ଦ୍ର ମଲ୍ଲିକକୁ ଗିରଫ କରିଥିଲା ପୋଲିସ। ଘଟଣାରେ ଆଉ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଗଜପତି ।
ପୋଲିସର କଡ଼ା ଆକ୍ସନ ଏପରି ସବୁବେଳେ ରହିଲେ ବନ୍ଧୁକ ମାଫିଆ ସବୁଦିନ ପାଇଁ ଅଣ୍ଟାଭାଙ୍ଗି ପଡ଼ି ରହିବେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/24/bhanjanaga_mohana_illegal-gun-business-2025-10-24-10-58-34.jpg)