Advertisment

Demands Justice: ମାରିଦେଲା ପ୍ରେମିକା ! ନ୍ୟାୟ ମାଗୁଛି ମାଆ...ତଦନ୍ତ କରୁଛି ପୋଲିସ

ଜଣେ ମା’ର କୋହ ଭରା ଗୁହାରୀ । ମୋ ପୁଅକୁ ନ୍ୟାୟ ମିଳୁ । ନହେଲେ ଏମିତି କେତେ ପୁଅଙ୍କୁ ଝିଅ ହତ୍ୟା କରିବେ । ସେଦିନ ଭେଣ୍ଡିଆ ପୁଅଟାର ମୃତଦେହ ମଶାଣିକୁ ଯିବା ପୂର୍ବରୁ, ଇଏ ମା’ ଧୈର୍ଯ୍ୟ ହରାହୋଇ ମୁଣ୍ଡ ପିଟୁଥିଲା ।

Jajpur--Love-Suiside

Jajpur--Love-Suiside Photograph: (OTV)

Advertisment

ଜଣେ ମା’ର କୋହ ଭରା ଗୁହାରୀ । ମୋ ପୁଅକୁ ନ୍ୟାୟ ମିଳୁ । ନହେଲେ ଏମିତି କେତେ ପୁଅଙ୍କୁ ଝିଅ ହତ୍ୟା କରିବେ । ସେଦିନ ଭେଣ୍ଡିଆ ପୁଅଟାର ମୃତଦେହ ମଶାଣିକୁ ଯିବା ପୂର୍ବରୁ, ଇଏ ମା’ ଧୈର୍ଯ୍ୟ ହରାହୋଇ ମୁଣ୍ଡ ପିଟୁଥିଲା । ଗାଁର ଶହଶହ ଲୋକ କାନ୍ଦି କାନ୍ଦି ତା’ ପୁଅକୁ ମଶାଣିରେ ଶେଷ ବିଦାୟ ଦେଇଥିଲେ । ଆଉ ଆଜି ସେହି ମା’ଟା ଛାତିରେ ପଥରକୁ ଚାପି ରଖି ପୁଅ ପାଇଁ ନ୍ୟାୟ ମାଗୁଛି । ଦଶ ବର୍ଷରୁ ଅଧିକ ପ୍ରେମ ସମ୍ପର୍କକୁ ଭୁଲି କେମିତି ଗୋଟେ ଝିଅ ତା’ ପୁଅ ପ୍ରତି ଅନ୍ୟାୟ କରିଛି ସେ ସବୁ କହୁଛି । କୋହ ଭରା କଣ୍ଠରେ ନ୍ୟାୟ ପାଇଁ ନିବେଦନ କରୁଛି । 

Advertisment

ଯାଜପୁର ଜିଲ୍ଲା କୁଆଖିଆ ଥାନା କୋଳଥଳ ଗାଁର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାରେ । ସେହି ଗାଁର ଚତୁର୍ଭୂଜ ଦାଶ ଓରଫ ରିଣ୍ଟୁ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଉଭୟଙ୍କ ପ୍ରେମ ସମ୍ପର୍କ ପିଲାବେଳୁ ଗଢ଼ି ଉଠିଥିଲା । ରିଣ୍ଟୁ ଅନେକ ସମୟରେ ନିଜ ପ୍ରେମିକାଙ୍କ ପାଇଁ ଅନେକ କିଛି କରିଛନ୍ତି । ଏମିତିକି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତାଙ୍କୁ ବି.ଏଡ୍ ପଢ଼ାବାରେ ସାହାଯ୍ୟ କରିଛନ୍ତି । ହେଲେ ଯୁବତୀ ଜଣକ ଏବେ ଏକ ହାଇସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଚାକିରି ପାଇବା ପରେ ତାଙ୍କୁ ବିବାହ ନକରିବାକୁ କହିବା ସହ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲେ । ଫଳରେ ରିଣ୍ଟୁ ବିଷ ପିଇ ଜୀବନ ହାରିଥିବା ଥାନାରେ ଅଭିଯୋଗ କରିଛି ପରିବାର । 

ସେପଟେ ଏହି ଘଟଣାରେ ସମ୍ପୃକ୍ତ ଯୁବତୀଙ୍କ ପରିବାର ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଅନ୍ୟପଟେ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ଫୋନକୁ ନିଜ ହେପାଜତକୁ ନେଇ ପ୍ରମାଣ ଯୋଗାଡ଼ କରିବାକୁ ପୋଲିସ ପ୍ରଚେଷ୍ଟା ଜାରି ରଖିଥିବା ଥାନା ଅଧିକାରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ