Advertisment

Tourist Spot Turns Crime Scene: ପର୍ଯ୍ୟଟନସ୍ଥଳୀ ଧଉଳିରେ ରିପିଟ୍ ଗୋପାଳପୁର କାଣ୍ଡ, ପୁରୁଷ ବନ୍ଧୁଙ୍କୁ ବାନ୍ଧି ନାବାଳିକାକୁ ଗଣଦୁଷ୍କର୍ମ ନେଇ ହଇଚଇ

ପୁରୁଷ ବନ୍ଧୁଙ୍କୁ ମାଡମାରି ଲହୁଲୁହାଣ କରିବା ସହ ଉଭୟଙ୍କୁ ନଈକୂଳ ଜଙ୍ଗଲ ଭିତରୁ ଟାଣି ନେଇଥିଲେ। ଆଉ ବର୍ବରତାର ସବୁ ସୀମା ଟପି ବୟଫ୍ରେଣ୍ଡ ସମ୍ମୁଖରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିଥିଲେ।

Horror

Horror Photograph: (OTV)

Advertisment

ରାଜଧାନୀ ଉପକଣ୍ଠ ଧଉଳି ଥାନା ଦୟାନଦୀ କୂଳରେ ନାବାଳିକା ଗଣଦୁଷ୍କର୍ମକୁ ନେଇ ହଇଚଇ।ଗତ ୧୦ ତାରିଖରେ ଘଟିଥିବା ଏ ପୈଶାଚିକ କାଣ୍ଡରେ ପୋଲିସ୍ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି। ସେପଟେ ଘଟଣା ସାମ୍ନାକୁ ଆସିବା ପରେ ମହିଳା କମିଶନଙ୍କ ଟିମ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ସହ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ ପାଇଁ ପୋଲିସକୁ ନିର୍ଦ୍ଦେଶ। ଏହାରି ଭିତରେ ଗଣମାଧ୍ୟମ ଆଗରେ ଲୋମ ଟାଙ୍କୁରା ଘଟଣାର ବିବରଣୀ ଦେଇଛନ୍ତି ସଂପର୍କୀୟ।... 

Advertisment

ରାଜଧାନୀ ଉପକଣ୍ଠରେ ଗୋପାଳପୁର କେସର ପୁନରାବୃତ୍ତି । ପୁରୁଷ ବନ୍ଧୁଙ୍କୁ ବାନ୍ଧି ନିସ୍ତୁକ ପିଟିଲେ । ନାବାଳିକା ବାନ୍ଧବୀଙ୍କୁ ଗଣଦୁଷ୍କର୍ମ କଲେ।ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ।
ଡିସେମ୍ବର ୧୦ ତାରିଖ, ସନ୍ଧ୍ୟା ପ୍ରାୟ ୬ଟା। ଧଉଳି ଶାନ୍ତିସ୍ତୂପ ବୁଲିବା ପରେ ଏଇ ରାସ୍ତାରେ ପୁରୁଷ ବନ୍ଧୁଙ୍କ ସହ ବାଇକରେ ଫେରୁଥିଲେ ତାଙ୍କ ୧୭ ବର୍ଷୀୟା ବାନ୍ଧବୀ। ଫେରିବା ବେଳେ ଏଇ ନିକାଞ୍ଚନ ରାସ୍ତାରେ କିଛି ସମୟ ଅଟକି ଯାଇଥିଲେ ଉଭୟ।

ଆଉ ଏତିକିବେଳେ ନାବାଳିକା ଜଣଙ୍କୁ ଦେଖି ଉଭୟଙ୍କୁ ହଠାତ୍ ଘେରି ଯାଇଥିଲେ ୩ ଯୌନ ପିପାସୁ। ପୁରୁଷ ବନ୍ଧୁଙ୍କୁ ମାଡମାରି ଲହୁଲୁହାଣ କରିବା ସହ ଉଭୟଙ୍କୁ ନଈକୂଳ ଜଙ୍ଗଲ ଭିତରୁ ଟାଣି ନେଇଥିଲେ। ଆଉ ବର୍ବରତାର ସବୁ ସୀମା ଟପି ବୟଫ୍ରେଣ୍ଡ ସମ୍ମୁଖରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। 

Advertisment

ମିଡ଼ିଆ ଆଗରେ ଲୋମ ଟାଙ୍କୁରା ଘଟଣା ବଖାଣିଲେ ସଂପର୍କୀୟ

କେବଳ ସେତିକି ନୁହେଁ ଦୁଷ୍କର୍ମ ବେଳର ସମସ୍ତ ଦୃଶ୍ୟ ମୋବାଇଲରେ କଏଦ୍ କରିବା ସହ ସୁନା ଚେନ୍ ଓ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଘଟଣାରେ ଅତ୍ୟନ୍ତ ଭୟଭୀତ ନାବାଳିକା ଜଣକ ଘରକୁ ଯାଇ ସବୁ କଥା କହିବା ପରେ ପରିବାର ଏ ନେଇ ଧଉଳି ଥାନାରେ ଅଭିଯୋଗ କରିଥିଲେ। ଆଉ ପୋଲିସ ତୁରନ୍ତ ମାମଲା ରୁଜୁ କରି ତନାଘନା କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସେଇ ଦୁଇ ଯୌନ ପିଶାଚ ବାଙ୍କୀ ଅଞ୍ଚଳର ବିଭୁ ପ୍ରସାଦ ମିଶ୍ର ଓ କଟକ ଓଲଟପୁର ଅଞ୍ଚଳର କାଳନ୍ଦୀ ପାତ୍ର। ହେଲେ ଏବେବି ମୁଖ୍ୟ ଅଭିଯୁକ୍ତ ଶିଶୁପାଳ ଗଡ଼ ଅଞ୍ଚଳର ହାପି ଫେରାର ଅଛି। ତାକୁ ଧରିବା ପାଇଁ ପୋଲିସ୍ ଭିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Advertisment

ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଏ ଘଟଣାକୁ ଗୁରୁତ୍ବର ସହ ନେଇଛି ରାଜ୍ୟ ମହିଳା କମିଶନ। କମିଶନର ଏକ ଟିମ୍ ଆଜି ଧଉଳି ଥାନା ସହ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଛନ୍ତି। ଅଭିଯୁକ୍ତମାନଙ୍କୁ କିଭଳି ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯିବ ତା ଉପରେ ଗୁରୁତ୍ବ ଦେବା ସହ ସମ୍ବେଦନଶୀଳ ସ୍ଥାନରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।...

ସେପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମଧ୍ୟ ନିଜ ଆଡୁ ଏକ ମାମଲା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଘଟଣା ସଂପର୍କରେ ରିପୋର୍ଟ ଦାଖଲ କରିବାକୁ କମିଶନରେଟ୍ ପୋଲିସକୁ ନୋଟିସ୍ ଜାରି କରିଛନ୍ତି।... 

Minor Girl Gangrape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ