Advertisment

Gold Turns Imitation: ବ୍ୟାଙ୍କକୁ ବିଶ୍ବାସ ନାହିଁ ! ସୁନା ନେଲେ ଇମିଟେସନ ଦେଲେ...ଆସିଲା ସାଂଘାତିକ ଅଭିଯୋଗ

ବ୍ୟାଙ୍କରେ ସୁନା ରଖିଥିଲେ ସାବଧାନ ! ରଖିବେ ସୁନା, ମିଳିବ ଇମିଟେସନ ! ଲକର ଭିତରୁ ଗାଏବ ହେଉଛି ଗହଣା । ଗ୍ରାହକ ଟଙ୍କା ନେଇ ସୁନା ବନ୍ଧକ ରଖିଥିଲେ । ହେଲେ ବ୍ୟାଙ୍କ ଫେରାଇଛି ଇମିଟେସନ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଉଦଳାରୁ ।

Udala-Axis-Bank-Gold-Froud

Udala-Axis-Bank-Gold-Froud Photograph: (OTV)

Advertisment

ବ୍ୟାଙ୍କରେ ସୁନା ରଖିଥିଲେ ସାବଧାନ ! ରଖିବେ ସୁନା, ମିଳିବ ଇମିଟେସନ ! ଲକର ଭିତରୁ ଗାଏବ ହେଉଛି ଗହଣା । ଗ୍ରାହକ ଟଙ୍କା ନେଇ ସୁନା ବନ୍ଧକ ରଖିଥିଲେ । ହେଲେ ବ୍ୟାଙ୍କ ଫେରାଇଛି ଇମିଟେସନ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଉଦଳାରୁ । ସେହି ଅଂଚଳର ବିଜୟ ସାହୁ ଫେବ୍ରୁଆରୀରେ ଏକ ଘରୋଇ ବ୍ୟାଙ୍କରେ ୨୬୦ ଗ୍ରାମର ସୁନା ଅଳଙ୍କାର ବନ୍ଧକ ରଖି ୧୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଋଣ ନେଇଥିଲେ । ଆଉ ଏବେ ଟଙ୍କା ଫେରାଇ ବନ୍ଧକ ସୁନା ନେବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି । 

ସୁନା ନେଇ ଚୂନା ମାରିଦେଲା ବ୍ୟାଙ୍କ୍ ! ଟଙ୍କା ନେଇ ଠକିଦେଲା ଗ୍ରାହକଙ୍କ ବିଶ୍ବାସ ! ଏନେଇ ବିଜୟ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଅଭିଯୋଗ ଆଧାରରେ ପୋଲିସ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ହେଲେ ଠକେଇ ହେବା ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ । ଏବଂ ତଦନ୍ତ ପରେ ସବୁ ସତ ଜଣାପଡିବ ବୋଲି ପୋଲିସ କହିଛି । କିନ୍ତୁ ସେପଟେ ଏ ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ